ହେଡଲାଇନସ୍:

ସନରାଇଜ କପ କ୍ରିକେଟ: ମେଲଛାମୁଣ୍ଡା ସେମିରେ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପଦ୍ମପୁର /ଶିବାଶିଷ ପଟ୍ଟନାୟକ :- ଜମଲା ଠାରେ ୨୪ତମ ସନରାଇଜ କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଦ୍ବିତୀୟ ଦିନରେ ୪ଟି ଦଳ ଭାଗନେଇଥିଲେ । ସେଥିମଧ୍ୟରୁ ମେଲଛାମୁଣ୍ଡା ଦଳ କ୍ୱାର୍ଟର ଫାଇନାଲରେ ବବଜା ଦଳକୁ ହରାଇ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ମ୍ୟାଚ୍ ପରେ ଅନୁଷ୍ଠିତ ପୁରସ୍କାର ପ୍ରଦାନ ଉତ୍ସବରେ ଅଧ୍ୟାପକ ଶ୍ୟାମବନ୍ଧୁ ବେହେରା ଅତିଥି ରୂପେ ଯୋଗଦେଇ ମେଲଛାମୁଣ୍ଡା ଦଳର ରାକେଶ ଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ପ୍ରଦାନ କରିଥିଲେ। ଆଜିର ମ୍ୟାଚ୍ ରେ ହନୁ, ରାଜୀବ, କୃପା, ଆଦର୍ଶ, ବିକାଶ ଅମ୍ପ୍ୟାରିଂ ଏବଂ ପ୍ରିୟବ୍ରତ ଓ ପ୍ରଦୀପ ସ୍କୋରିଂ ଦାୟିତ୍ଵ ତୁଲାଇଥିଲେ। ରୂପକ, ଶ୍ୟାମବନ୍ଧୁ ଓ ଆନନ୍ଦ ଧାରାବିବରଣୀ ପ୍ରଦାନ କରିଥିଲେ। ସନରାଇଜ କ୍ଳବର ରାହୁଲ, ଜୁବଲୁ, ରିଷି, ଭାଗ୍ୟବାନ ଓ ଅନ୍ୟ ସଦସ୍ୟମାନେ ସହଯୋଗ କରିଥିଲେ l

0
0
0
s2sdefault