ହେଡଲାଇନସ୍:

ଢେଙ୍କାନାଳ ସ୍ଥିତ ଏମ୍ ଜି ଏମ୍ ଷ୍ଟିଲ ପ୍ଲାଣ୍ଟ ରେ ବିପିଏନଏସଆଇର କର୍ମଶାଳା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଢେଙ୍କାନାଳ : ଭାରତ ସରକାରଂକ, ଇସ୍ପାତ ମନ୍ତ୍ରଣାଳୟ ଅଧୀନସ୍ଥ, ବିଜୁ ପଟ୍ଟନାୟକ ଜାତୀୟ ଇସ୍ପାତ ପ୍ରତିଷ୍ଠାନ, ମେରାମଣ୍ଡଳି ଠାରେ ଅବସ୍ଥିତ ଏମ୍ ଜି ଏମ୍ ଷ୍ଟିଲ କାରଖାନା ରେ ଡି ଆର୍ ଆଇ ମେକିଂଗ, ଏମରଜିଙ୍ଗ ଟେକ୍ନୋଲୋଜି, ସଷ୍ଟେନେବିଲିଟି , ଏନର୍ଜି କନଜେର୍ଭେସନ୍ ଇନ ଡି ଆର ଆଇ ପ୍ରସେସ ଏବଂ ଇମୋସନାଲ ଇଂନ୍ଟେଲିଜେନ୍ସ ସଂବନ୍ଧୀୟ ଏକ ଦିବସୀୟ କର୍ମଶାଳା ଆୟୋଜନ କରିଥିଲେ। ଅନୁଷ୍ଠାନ ର ନୀର୍ଦ୍ଦେଶକ ଶ୍ରୀ ପ୍ରୀତମ୍ ପୁରକାୟସ୍ଥ ସ୍ବାଗତ ଭାଷଣ ଭିଡିଓ କନ୍ଫରେନ୍ସ ମାଧ୍ଯମ ରେ ଅନୁଷ୍ଠାନ ର କାର୍ୟ୍ଯ ଖସଡା, ଉପାଦେୟତା ଏବଂ ଇସ୍ପାତ ଶିଳ୍ପ ବିଷୟ ରେ ଗୁରୁତ୍ବପୂର୍ଣ୍ଣ ତଥ୍ଯ ଉପସ୍ଥାପନ କରିଥିଲେ।
ବିପିଏନଏସଆଇ ତରଫରୁ ପ୍ରଫେସର ସୁରେଶ ଚଂଦ୍ର ପଟ୍ଟନାୟକ, ପୂର୍ବତନ ପ୍ରଫେସର, ଆଇ ଜି ଆଇ ଟି ସରାଂଗ ଡି ଆର୍ ଆଇ ମେକିଂଗ, ଏମରଜିଙ୍ଗ ଟେକ୍ନୋଲୋଜି ବିଷୟ ରେ ବିସ୍ତୃତ ବିବରଣୀ ଏମ୍ ଜି ଏମ୍ ଶ୍ଟିଲ ପ୍ଲାଣ୍ଟ ର ଇଂଜିନିୟର ମାନଂକୁ ପ୍ରଦାନ କରିବା ସଂଗେ ସଂଗେ ସେମାନଙ୍କ ପ୍ରଶ୍ନ ର ଉତ୍ତର ଦେଇଥିଲେ। ପରେ ପରେ ଶୈକ୍ଷଣିକ ସଂଦର୍ଭ ମାଧ୍ଯମରେ ପ୍ରଫେସର ଶରତ ଚନ୍ଦ୍ର ପାଣିଗ୍ରାହୀ, ପୂର୍ବତନ ପ୍ରଫେସର, ଆଇ ଆଇ ଟି ଖଡଗପୁର ସଷ୍ଟେନେବିଲିଟି, ଏନର୍ଜି କନଜେର୍ଭେସନ୍ ଇନ୍ ଡି ଆର ଆଇ ପ୍ରସେସ ବିଷୟ ରେ ପ୍ରାଞ୍ଜଳ ଭାବରେ ବୁଝାଇ ଥିଲେ । ଅପରାହ୍ନ ରେ ଡ଼ଃ ସୀମାନ୍ତ ମହାନ୍ତି ଇମୋସନାଲ ଇଂନ୍ଟେଲିଜେନ୍ସ ସଂବନ୍ଧୀୟ ଦୀକ୍ଷାନ୍ତ ଭାଷଣ କର୍ମଶାଳା ରେ ଉପସ୍ଥାପନ କରିଥିଲେ। ଏମ୍ ଜି ଏମ୍ ଷ୍ଟିଲ କାରଖାନା ର ମୁଖ୍ଯ ଏବଂ ଇଡି (ଟେକ୍ନିକାଲ୍ ଶ୍ଟିଲ ଡିଭିଜନ) ଶ୍ରୀ ଗୋପବନ୍ଧୁ ଦାସ, ବିଜୁ ପଟ୍ଟନାୟକ ଜାତୀୟ ଇସ୍ପାତ ପ୍ରତିଷ୍ଠାନର କର୍ମଶାଳା କୁ ଭୂୟସୀ ପ୍ରଶଂସା କରିଥିଲେ। କର୍ମଶାଳାରେ ଉପସ୍ଥିତ ସମସ୍ତ ଶ୍ରୋତା ଇଂଜିନିୟର ମାନେ ମଧ୍ଯ ଶିକ୍ଷା ଗ୍ରହଣ କରିବା ସାଥେ ସାଥେ ପ୍ରଶଂସା ପ୍ରଦାନ କରିଥିଲେ। ବିପିଏନଏସଆଇ ର ଇଂ ପ୍ରଦୀପ କୁମାର ମହାଲିକ କର୍ମଶୀଳା ରେ ସହଯୋଗ କରିଥିଲେ। ବିଜୁ ପଟ୍ଟନାୟକ ଜାତୀୟ ଇସ୍ପାତ ପ୍ରତିଷ୍ଠାନ ର ପ୍ରଫେସର ସତ୍ଯପ୍ରିୟ ଶତପଥୀ କର୍ମଶାଳା ସଂଚାଳନ କରିଥିଲେ।

0
0
0
s2sdefault