ହେଡଲାଇନସ୍:

ପଦ୍ମପୁର ଜିଲ୍ଲା ଆନ୍ଦୋଳନ ନେଇ ବସିଲା ଗୁରୁତ୍ବପୂର୍ଣ୍ଣ ବୈଠକ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ମିଳିତ କ୍ରିୟାନୁଷ୍ଠାନ କମିଟି ର ନିଷ୍ପତ୍ତି ଆସନ୍ତା ଫେବୃୟାରୀ ୧ ରୁ ଆନ୍ଦୋଳନ , ସାମିଲ ହେବେ ଅଂଚଳବାସୀ

ପଦ୍ମପୁର :- ବରଗଡ଼ ଜିଲ୍ଲା ପଦ୍ମପୁର କୁ ଜିଲ୍ଲା ଘୋଷଣା କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଇଥିବା ଦୃଢ଼ ପ୍ରତିଶ୍ରୁତି କୁ ପାଳନ କରିନଥିବାରୁ ଅଂଚଳର ଜନ ଅସନ୍ତୋଷ ବିସ୍ଫୋରକ ରୂପ ନେବାକୁ ଯାଉଛି। ଆଜି ଅପରାହ୍ନରେ ମିଳିତ କ୍ରିୟାନୁଷ୍ଠାନ କମିଟି ତରଫରୁ କୋର କମିଟି ବୈଠକ ରେ ଜନ ଅସନ୍ତୋଷ ପ୍ରତିଫଳିତ ହୋଇ ଆନ୍ଦୋଳନର ରୂପ ନେଇଛି। ଆସନ୍ତା ଫେବୃୟାରୀ ୧ ତାରିଖ ଦିନ ଠାରୁ ଅନିର୍ଦିଷ୍ଟ କାଳ ପର୍ଯ୍ୟନ୍ତ ଗଣଧାରଣା ବସିବ ଓ ଆସନ୍ତା ୫ ଫେବୃୟାରୀରୁ ସମସ୍ତ ସରକାରୀ କାର୍ଯ୍ୟାଳୟରେ ତାଲା ପଡିବ । ମିଳିତ କ୍ରିୟାନୁଷ୍ଠାନ କମିଟିର ଆବାହକ ତଥା ଓକିଲ ସଂଘ ସଭାପତି ସନ୍ତୋଷ କୁମାର ଶତପଥି ଓ ଓକିଲ ସଂଘ ସମ୍ପାଦକ ଚିନ୍ମୟ କୁମାର ପଣ୍ଡା ଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ କୋର କମିଟି ବୈଠକ ବସି ନିଷ୍ପତ୍ତି ଗ୍ରହଣ ହୋଇଛି । ଆଜି କୋର କମିଟି ବୈଠକ ରେ ପଦ୍ମପୁର କୋର କମିଟି ରେ ଥିବା ସମସ୍ତ ଅନୁଷ୍ଠାନ , କ୍ଲବ ର ସଦସ୍ୟ, ପାଇକମାଳ ଓ ଝାରବନ୍ଧ ବ୍ଲକ ର ବ୍ଲକ କ୍ରିୟାନୁଷ୍ଠାନ କମିଟି ର ସଦସ୍ୟ ଓ ଲଖମରା, ମେଲଛାମୁଣ୍ଡା, ଦହିତା ପ୍ରମୁଖ ଅଂଚଳର ସଦସ୍ୟ ମାନେ ଯୋଗଦାନ ଦେଇ ଥିଲେ । ଆସନ୍ତା ଫେବୃୟାରୀ ୧ ରୁ ପଦ୍ମପୁର ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନିର୍ଦିଷ୍ଟ ସମୟ ପର୍ଯ୍ୟନ୍ତ ଆନ୍ଦୋଳନ ଚାଲିବା ସହ ପର୍ଯ୍ୟାୟରେ ସମସ୍ତ ବ୍ଲକ୍ , ଗ୍ରାମପଞ୍ଚାୟତ ଗୁଡିକରେ ଆନ୍ଦୋଳନ ଚାଲିବ ବୋଲି ମିଳିତ କ୍ରିୟାନୁଷ୍ଠାନ କମିଟି ତରଫରୁ ନିଷ୍ପତ୍ତି ଗୃହିତ ହୋଇଛି ।

0
0
0
s2sdefault