ହେଡଲାଇନସ୍:

ମୀନାକ୍ଷୀ ବାହିନୀପତି ରାଜ୍ୟ ମହିଳା କଂଗ୍ରେସ ସଭାପତି ନିଯୁକ୍ତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର-ତା ୩୦/୧/୨୪ ରିଖ:-ଆଜି ଏଆଇସିସି ଅଧ୍ୟକ୍ଷ ଶ୍ରୀ ମଲ୍ଲିକାର୍ଜୁନ ଖଡଗେ ଓଡିଶା ପିସିସି ସଭାପତି ଶରତ ପଟ୍ଟନାୟକ ଙ୍କ ସୁପାରିଶ କ୍ରମେ  ମିନାକ୍ଷୀ ଵାହୀନିପତିଙ୍କୁ ରାଜ୍ୟ ମହିଳା କଂଗ୍ରେସ ସଭାପତି ଭାବେ ନିଯୁକ୍ତି ପ୍ରଦାନ କରିଛନ୍ତି ବୋଲି ଏଆଇସିସି ସାଧାରଣ ସମ୍ପାଦକ(ସଙ୍ଗଠନ) ଶ୍ରୀ ବେଣୁ ଗୋପାଳ ଏକ ପ୍ରେସ ବିଜ୍ଞପ୍ତି ରେ ଜଣାଇଛନ୍ତି।ଶ୍ରୀମତୀ ମିନାକ୍ଷୀ ବାହିନୀପତି କୋରାପୁଟ ମୁନିସିପାଲିଟିର ଅଧ୍ୟକ୍ଷl ଭାବେ ୨ ଥର ନିର୍ବାଚିତ ହୋଇଥିଲେ। ସେ କୋରାପୁଟ ଜିଲ୍ଲା କଂଗ୍ରେସର ସଭାପତି ଭାବରେ ୨୦୧୧ ମସିହାରୁ ୨୦୨୩ ମସିହା ପର୍ଯ୍ୟନ୍ତ ଦୀର୍ଘ ୧୩ ବର୍ଷ ଧରି କାର୍ଯ୍ୟ କରିଥିଲେ।ଅଧୁନା ଶ୍ରୀମତୀ ବାହିନୀପତି ପ୍ରଦେଶ କଂଗ୍ରେସ କମିଟି ର ସାଧାରଣ ସମ୍ପାଦକ ଭାବେ କାର୍ଯ୍ୟ କରୁଛନ୍ତି। ସେ ବରିଷ୍ଠ କଂଗ୍ରେସ ନେତା ତଥା ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ଙ୍କ ସହଧର୍ମିଣୀ ଅଟନ୍ତି।

0
0
0
s2sdefault