ହେଡଲାଇନସ୍:

ନବରଙ୍ଗପୁର ଜିଲ୍ଲାସ୍ତରୀୟ ସହିଦ ଦିବସ ପାଳିତ ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ନବରଙ୍ଗପୁର/ଅଶୋକ ସାହୁ, ଶାସକ ପ୍ରଶାସକ: ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ତିରୋଧାନ ଦିବସ ଜାନୁଆରୀ ୩୦ ତାରିଖ କୁ ସର୍ବ ଭାରତୀୟ ସ୍ତରରେ ସହିଦ ଦିବସ ଭାବେ ପାଳନ କରାଯାଉଛି । ୧୯୪୮ ମସିହା ଜାନୁଆରୀ ୩୦ ତାରିଖରେ ଆତତାୟୀ ର ଗୁଳି ଛୋଟ ରେ ମହାତ୍ମା ଗାନ୍ଧୀ ଙ୍କ ମୃତ୍ୟୁ ହୋଇଥିଲା। ମହାତ୍ମା ଗାନ୍ଧୀ ଅହିଂସା ର ପୂଜାରୀ ଥିଲେ। ଗାନ୍ଧିଜୀଙ୍କ ତିରୋଧାନ ଦିବସକୁ ଏବଂ ନିଜ ଦେଶ ପାଇଁ ଦେଶର ସୁରକ୍ଷା ପାଇଁ ନିଜର ଜୀବନ ଦେଇଛନ୍ତି ସେହି ମହାନ ଆତ୍ମା ଙ୍କ ସ୍ମୃତି ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ପୂର୍ବକ ସର୍ବ ଭାରତୀୟ ସ୍ତରରେ, ବିଭିନ୍ନ ଅନୁଷ୍ଠାନ ଶିକ୍ଷା ଅନୁଷ୍ଠାନ ମାନଙ୍କରେ ଦେଶ ତଥା ସମାଜକୁ ଅହିଂସା ଓ ଶାନ୍ତି ର ବାର୍ତ୍ତା ଦେବାପାଇଁ ସହିଦ୍ ଦିବସ ପାଳନ କରାଯାଉଅଛି । ଏହି ଅବସରରେ ନବରଙ୍ଗପୁର ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲାପାଳ ଡଃ କମଳ ଲୋଚନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସର ମଧ୍ୟରେ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ଜିଲ୍ଲାପାଳ ଡଃ ମିଶ୍ର ସହିଦ୍ ଦିବସ ପାଳନ ର ତାତ୍ପର୍ଯ୍ୟ ଉପରେ ଉଲ୍ଲେଖ କରି ଦେଶ ପାଇଁ ପ୍ରାଣ ବଳି ଦେଇଥିବା ସେହି ମହାନ ଆତ୍ମାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ଅତିରିକ୍ତ ଜିଲ୍ଲାପାଳ ନବୀନ ଚନ୍ଦ୍ର ନାୟକ, ଡେପୁଟି ଜିଲ୍ଲାପାଳ ଡଃ ଅମୃତ କୁମାର ରାଉଳ, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ହଳଧର ନିହାଲ, ଜିଲ୍ଲା ସଂସ୍କୃତି ଅଧିକାରୀ ଘାସିଆ ହରିଜନ ଜିଲ୍ଲା ଜରୁରୀ କାଳୀନ ବିଭାଗ ର ଜିଲ୍ଲା ପ୍ରକଳ୍ପ ଅଧିକାରୀ ହିମାଂଶୁ ଶେଖର ପଟନାୟକ, ଓଡିଶା ରାଜସ୍ଵ ଅମଲା ସଂଘର ରାଜ୍ଯ ସଭାପତି ତ୍ରିପତି ବାଲାଜୀ ସାହୁ, ଜିଲ୍ଲା ଅଗ୍ନି ସମ ବିଭାଗର ଅଧିକାରୀ,କର୍ମଚାରୀ ଙ୍କ ସମେତ ଜିଲ୍ଲା କାର୍ଯ୍ୟାଳୟ ର ସମସ୍ତ ଅଧିକାରୀ ଓ କର୍ମଚାରୀ ବୃନ୍ଦ ଉପସ୍ଥିତ ଥିଲେ।

0
0
0
s2sdefault