ହେଡଲାଇନସ୍:

ମୂଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର" ରେ ସମ୍ନାନିତ ଭଂଜନଗର ବି.ଇ.ଓ ଙ୍କୁ CRCC ଙ୍କ ସମ୍ବର୍ଦ୍ଧନା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭଞ୍ଜନଗର ରୁ ( ଉଦୟନାଥ ପଣ୍ଡା):  ଓଡ଼ିଶା ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶିତ "ମୂଖ୍ୟ ମନ୍ତ୍ରୀ ଶିକ୍ଷା ପୁରସ୍କାର - ୨୦୨୩/୨୪" ରେ ରାଜ୍ୟ ର ୧୦ ଜଣ ବିଇଓ ଙ୍କ ମଧ୍ୟରେ ଭଂଜନଗର ବ୍ଳକ ର ବରିଷ୍ଠ ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀଯୁକ୍ତ ଏସ୍ ଧନଞ୍ଜୟ ୩ୟ ସ୍ଥାନରେ ଯୋଗ୍ୟ ବିବେଚିତ ହୋଇଛନ୍ତି। ଆଜି ଭଂଜନଗର ବ୍ଲକ ର ସମସ୍ତ ସିଆରସିସି ଉପଢ଼ୌକନ ଓ ଫୁଲତୋଡା ଦେଇ ଏବଂ ମିଠା ଖୁଆଇ ବିଇଓ { ବ୍ଳକ୍ ଶିକ୍ଷା ଅଧିକାରୀ} ମହୋଦୟ ଙ୍କୁ ସମ୍ବର୍ଦ୍ଧନା ଜଣାଇଛନ୍ତି। ପ୍ରକାଶ ଥାଉକି, ନିଜର କର୍ତ୍ତବ୍ୟ ନିଷ୍ଠା, ଦାୟିତ୍ଵ ବୋଧ, ସମସ୍ତ ଙ୍କ ପ୍ରତି ସମ୍ନାନନୀୟ ଆଚରଣ, ଛାତ୍ରଛାତ୍ରୀ ମାନଙ୍କ ଅଭିଭାବକ ଙ୍କ ପ୍ରତି ମିଠା କଥା,କଠିନ ପରିଶ୍ରମ, ତ୍ୟାଗ, ଉତ୍ସର୍ଗୀକୃତ ସେବା, କର୍ମ ତପ୍ତରତା, ସମୟାନୁବର୍ତ୍ତିତା, ଉତ୍ତମ ଆଚରଣ ଓ ସମୟପୋଯୋଗୀ ପଦକ୍ଷେପ ପାଇଁ ଭଂଜନଗର ବିଇଓ(Block Education Officer)ମହୋଦୟ ସର୍ବଦା ଚର୍ଚ୍ଚା ରେ ରହିଥାନ୍ତି, ଏବଂ ପ୍ରଶଂସିତ ହୋଇଥାନ୍ତି, ଏକଥା ସର୍ବ ଜନାଦୃତ। ବିଇଓ ମହୋଦୟଙ୍କ ଏହି ସଫଳତାରେ ଉଲ୍ଲସିତ ହୋଇ ଭଂଜନଗର ବିଇଓ ଅଫିସର୍ ଗଣ ସମସ୍ତ କର୍ମଚାରୀ ଏବଂ ଅଞ୍ଚଳ ବାସୀ ଅଭିନନ୍ଦନ ଜଣାଇ ସମ୍ବର୍ଦ୍ଧନା ଜ୍ଞାପନ କରିଛନ୍ତି। ଏଥିପାଇଁ ବିଭିନ୍ନ ମହଲରୁ ଜ୍ୟେଷ୍ଠ ବିଇଓ ମହାଶୟଙ୍କୁ ପ୍ରଶଂସା କରାଯାଇଛି।

0
0
0
s2sdefault