ହେଡଲାଇନସ୍:

ଗୁଣପୁର ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସହିଦ ଦିବସ ପାଳନ

User Rating: 2 / 5

Star ActiveStar ActiveStar InactiveStar InactiveStar Inactive
 

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି:  ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ତିରୋଧାନ ଦିବସ ଅବସରରେ ଗୁଣପୁର ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ  ସହିଦ ଦିବସ ପାଳନ ପୂର୍ବକ ଦି ମିନିଟ ନିରବ ପ୍ରାର୍ଥନା କରାଯାଇଛି  । ଉପ ଜିଲ୍ଲାପାଳ ସୁଶ୍ରୀ କୀରଣ ଦୀପ କୌରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ନୀରବ ପ୍ରାର୍ଥନାରେ ଡେପୁଟି କଲେକ୍ଟର ଅଭିଷେକ ସ୍ୱାଇଁ, ସହକାରୀ ଜିଲ୍ଲାପାଳ ବିପିନ ଚନ୍ଦ୍ର ନାୟକ, ସତ୍ୟଜିତ ନାୟକ, ସତୀଶ କୁମାର ବଇନି, ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ସୁରଜ ନାୟକ, ସାମାଜିକ ସୁରକ୍ଷା ଅଧିକାରୀ ଏଲ ସନ୍ତୋଷ କୁମାର, ସେକ୍ସନ ଅଧିକାରୀ ମନୋରଂଜନୀ କାର୍ଜି, ରାମ ସାହୁ ପ୍ରମୁଖ ଯୋଗ ଦେଇଥିଲେ । ବାପୁଜୀଙ୍କ ସ୍ମୃତି ଚାରଣ କରିବା ସହ ସ୍ୱାଧୀନତା ସଂଗ୍ରାମରେ ସହିଦ ହୋଇଥିବା ଅନ୍ୟ ସହିଦ ମାନଙ୍କ ମଧ୍ୟ ସ୍ମୃତି ଚାରଣ କରାଯାଇଥିଲା । ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଧନଞ୍ଜୟ ବେହେରାଙ୍କ ତତ୍ୱାବଧାନରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

0
0
0
s2sdefault