ହେଡଲାଇନସ୍:

ଦେଢ଼ ମାସର ଶିଶୁ କନ୍ୟାକୁ ନୂଆ ଜୀବନ ଦେଲେ ସମ୍ ଡାକ୍ତର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର, ଜାନୁଆରୀ ୩୦ : ମା’ କୋଳକୁ ଏକା ସଂଗେ ଆସିଥିଲେ ତିନୋଟି ଶିଶୁ । ତେବେ ଦୁଇ ଶିଶୁଙ୍କର ଜନ୍ମ ହେବାର କିଛି ସମୟ ମଧ୍ୟରେ ମୃତ୍ୟୁ ହୋଇଯାଇଥିବା ବେଳେ ମା’ କୋଳରେ ଏକାକୀ ରହିଯାଇଥିବା ଶିଶୁ କନ୍ୟାଟିର ସ୍ୱାସ୍ଥ୍ୟାବସ୍ଥା ମଧ୍ୟ ଗୁରୁତର ହୋଇଯାଇଥିଲା । ଚିକିତ୍ସା ପାଇଁ କେତେକ ହସ୍ପିଟାଲ୍ ବୁଲିବା ପରେ ମାତ୍ର ୫୨ ଦିନର ଶିଶୁଟିକୁ ଧରି ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ଭର୍ତି କରାଇଥିଲେ ତା’ର ପିତାମାତା ।
ସମ୍‌ରେ ଭର୍ତି କରିବା ସମୟରେ ଶିଶୁଟି ବହୁତ ଅସୁସ୍ଥ ଥିଲା ଏବଂ ତା’ର ଓଜନ ମାତ୍ର ୬୬୦ ଗ୍ରାମ୍ ଥିଲା । ଏଭଳି ଅବସ୍ଥାରେ ଥିବା ଶିଶୁଟିକୁ ତୁରନ୍ତ ନବଜାତ ଶିଶୁଙ୍କ ପାଇଁ ଉଦ୍ଦିଷ୍ଟ ଏନ୍‌ଆଇସିୟୁରେ ଭର୍ତି କରାଯାଇ ଚିକିତ୍ସା ଆରମ୍ଭ କରିଥିଲେ ସମ ହସ୍ପିଟାଲ୍‌ର ଶିଶୁରୋଗ ବିଭାଗର ଡାକ୍ତରମାନେ । ଅନେକ ଦିନ ପର୍ଯ୍ୟନ୍ତ ଶିଶୁ କନ୍ୟାଟି ଭେଂଟିଲେଟର ସପୋର୍ଟରେ ରହିବା ସହ ପରବର୍ତୀ ସମୟରେ ପ୍ରାୟ ଏକ ମାସ ପର୍ଯ୍ୟନ୍ତ ତାକୁ ନନ୍ ଇନ୍‌ଭେସିଭ୍ ଭେଂଟିଲେସନ୍ (ଏନ୍‌ଆଇଭି) ସପୋର୍ଟରେ ରଖାଯାଇ ଶ୍ୱାସକ୍ରିୟା ପରିଚାଳନା କରାଯାଇଥିଲା । ପ୍ରାୟ ୭୬ ଦିନ ପର୍ଯ୍ୟନ୍ତ ଏନ୍‌ଆଇସିୟୁରେ ଶିଶୁ କନ୍ୟାଟି ରହିଥିଲା ।
ଏନଆଇସିୟୁର ସମସ୍ତ ଡାକ୍ତର ଏବଂ ନର୍ସ ଶିଶୁର ଚିକିତ୍ସା କରିଥିଲେ । ଶିଶୁଟିର ଉତମ ଚିକିତ୍ସା ନିମନ୍ତେ ନବଜାତ ଶିଶୁରୋଗ ବିଭାଗର ମୁଖ୍ୟ ଡାକ୍ତର ଦେବାଶିଷ ନନ୍ଦ, ଡାକ୍ତର ଭାବଗ୍ରାହୀ ମଲ୍ଲିକ, ଡାକ୍ତର ରତନ କୁମାର ଦାସ, ଡାକ୍ତର ବିଜୟ କୁମାର, ଡାକ୍ତର ବିନିତ ପାଣିଗ୍ରାହୀ, ଡାକ୍ତର ଦେବୀପ୍ରସାଦ ସାହୁ, ଡାକ୍ତର ପାୟଲ ପ୍ରଧାନ, ଡାକ୍ତର ସୁରେଶ ତ୍ରିପାଠୀ, ଡାକ୍ତର ଭାଗ୍ୟଶ୍ରୀ ମହାପାତ୍ର, ଡାକ୍ତର କଲ୍‌ପିତା ସାହୁ, ଡାକ୍ତର ମନୀଷା, ଡାକ୍ତର ସୀତିକାନ୍ତ ନାୟକ ଜଡ଼ିତ ଥିଲେ । ଶିଶୁଟି ସୁସ୍ଥ ହେବା ପରେ ତା’ର ବାପାମା ଅତ୍ୟନ୍ତ ଆନନ୍ଦିତ ହେବା ସହ ସମ୍‌ର ଡାକ୍ତରଙ୍କୁ କୃତଜ୍ଞତା ଜଣାଇଛନ୍ତି । ଏହି ଶିଶୁର ଚିକିତ୍ସାର ପରିଚାଳନା କ୍ଷେତ୍ରରେ ଆଇଏମ୍‌ଏସ୍ ଆଣ୍ଡ ସମ ହସ୍ପିଟାଲ୍‌ର ଅଧୀକ୍ଷକ ପ୍ରଫେସର ପୁଷ୍ପରାଜ ସମାନ୍ତସିଂହାର ସମସ୍ତ ପ୍ରଚେଷ୍ଟା କରିଥିଲେ ।

0
0
0
s2sdefault