ହେଡଲାଇନସ୍:

ଗୁଣପୁର ଉପଖଣ୍ଡର ପ୍ରଥମ ମହିଳା ଆଇଏଏସ ଉପ ଜିଲ୍ଲାପାଳ କିରଣଦୀପଙ୍କ ଦାୟିତ୍ୱ ଗ୍ରହଣ, ପ୍ରେସ ୟୁନିୟନ ଗୁଣପୁର ପକ୍ଷରୁ ଶୁଭେଚ୍ଛା ଜ୍ଞାପନ।

User Rating: 2 / 5

Star ActiveStar ActiveStar InactiveStar InactiveStar Inactive
 

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ରାୟଗଡ ଜିଲ୍ଲା ଗୁଣପୁର ଉପଖଣ୍ଡର ପ୍ରଥମ ମହିଳା ଆଇଏସ ଅଧିକାରୀ କୀରଣଦୀପ କୌର ସାହୋତା ଆଜି ଉପ ଜିଲ୍ଲାପାଳ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ସେ ବିଦାୟୀ ଉପ ଜିଲ୍ଲାପାଳ ଲଳିତ କୁମାର କହଁରଙ୍କ ଠାରୁ କାର୍ଯ୍ୟଭାର ଗ୍ରହଣ କରିଥିଲେ । କାର୍ଯ୍ୟରେ ଯୋଗଦେଇ ଉପ ଜିଲ୍ଲାପାଳ ସୁଶ୍ରୀ କିରଣଦୀପ ଗୁଣପୁର ଉପଖଣ୍ଡର ସର୍ବାଙ୍ଗୀନ ଉନ୍ନତି ସହ କୃଷି, କୃଷକ, ଉନ୍ନୟନ କାର୍ଯ୍ୟ ଗୁଡିକର ତ୍ୱରାନ୍ୱିତ ତାଙ୍କର ପ୍ରାଥମିକତା ହେବ ବୋଲି କହିଥିଲେ। ସେହିପରି ୨୦୨୪ରେ ଅନୁଷ୍ଠିତ ହେବାକୁ ଥିବା ଗୁଣପୁର ଓ ବିଶମକଟକ ବିଧାନସଭା ନିର୍ବାଚନର ସୁଚାରୁ ରୁପେ ପରିଚାଳନା କରିବା ତାଙ୍କ ପାଇଁ ଚାଲେଞ୍ଜ ସଦୃଶ ହେବ। ଉପଜିଲ୍ଲାପାଳ ସୁଶ୍ରୀ କୀରଣଦୀପ କୌର ସମସ୍ତଙ୍କର ସହଯୋଗ କାମନା କରିଥିଲେ। ପଞ୍ଜାବର ମୂଳ ବାସିନ୍ଦା କୀରଣଦୀପ କୌର ୨୦୨୧ ବ୍ୟାଚର ଓଡିଶା କ୍ୟାଡ଼ରର ଆଇଏଏସ ଅଧିକାରୀ। ମୋସୁରିରେ ତାଲିମ ଶେଷ କରି ପ୍ରଥମେ ବାଲେଶ୍ୱର ଜିଲ୍ଲାରେ ୧୫ ମାସ ପ୍ରବେଶନରେ ବିଭିନ୍ନ କାର୍ଯ୍ୟାଳୟରେ କାର୍ଯ୍ୟ କରିଥିଲେ । ଉଲେଖ୍ୟଯୋଗ୍ୟ ଗୁଣପୁର ଉପଖଣ୍ଡର ଇତିହାସରେ ବର୍ତ୍ତମାନ ସୁଦ୍ଧା ଉପ ଜିଲ୍ଲାପାଳ ରୂପେ ଯୋଗ ଦେଇଥିବା ୧୫ ଜଣ ଆଇଏଏସ ଅଧିକାରୀଙ୍କ ମଧ୍ୟରୁ କୀରଣଦୀପ ହେଉଛନ୍ତି ପ୍ରଥମ ମହିଳା ଉପ ଜିଲ୍ଲାପାଳ । ଗତକାଲି ଉପ ଜିଲ୍ଲାପାଳଙ୍କୁ କାର୍ଯ୍ୟଳୟର କର୍ମଚାରୀ, ଅଧିକାରୀ, ତହସିଲଦାର ଲୀଳାବତୀ ଆଚାର୍ଜି , ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶୁଭ୍ରାଂଜଳୀ ପ୍ରଧାନ, ଗୁଣପୁର ନିୟନ୍ତ୍ରିତ ବଜାର କମିଟି ସମ୍ପାଦକ ଦଳପତି କାର୍ଜି, ଉପଖଣ୍ଡ ଚିକିତ୍ସା ଅଧିକାରୀ ରମେଶ ଚନ୍ଦ୍ର ସାହୁ , ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଧନଞ୍ଜୟ ବେହେରା , ଅନନ୍ତ କୁମାର ପାତ୍ର ପ୍ରମୁଖ ଭେଟି ସ୍ବାଗତ ଜଣାଇଥିଲେ । ସେହିପରି ଆଜି ଗୁଣପୁର ପ୍ରେସ ୟୁନିୟନର କର୍ମକର୍ତ୍ତା ଉପ ଜିଲ୍ଲାପାଳ ସୁଶ୍ରୀ କିରଣଦୀପଙ୍କୁ ଭେଟି ପୁଷ୍ପଗୁଚ୍ଛ ପ୍ରଦାନ କରି ସ୍ବାଗତ କରିଥିଲେ। ଏହି ଅଵସରରେ ସହର ତଥା ଅଞ୍ଚଳର ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ। ସପ୍ତାହରେ ଗୋଟିଏ ଦିନ ଅଭିଯୋଗ ଶୁଣାଣି କରିବା ପାଇଁ ପ୍ରେସ ୟୁନିୟନ ଗୁଣପୁର ର କର୍ମକର୍ତ୍ତାଙ୍କ ଅନୁରୋଧକୁ ନୂଆ ଉପ ଜିଲ୍ଲାପାଳ ସମ୍ମତି ଜଣାଇଥିଲେ। ଉପ ଜିଲ୍ଲାପାଳ ଙ୍କୁ ପ୍ରେସ ୟୁନିୟନ ଗୁଣପୁର ର ସଭାପତି ତ୍ରିନାଥ ଖାଡ଼ଙ୍ଗା, ଆବାହକ ରାଜେଶ କୁମାର ପଣ୍ଡା, ସାଧାରଣ ସମ୍ପାଦକ ବ୍ରଜ ସୁନ୍ଦର ପାଢ଼ୀ ,ଉପ ସଭାପତି ସତ୍ୟ ସୁନ୍ଦର କର ଓ ରାମ ମହାନ୍ତି, ଯୁଗ୍ମ ସମ୍ପାଦକ ସୁରେନ୍ଦ୍ର ମହାନ୍ତି, କୋଷାଧ୍ୟକ୍ଷ ସନ୍ତୋଷ କୁମାର ଗୁରୁ, କାଳି ଶଙ୍କର ରଥ, ସନ୍ତୋଷ କୁମାର ସୁବୁଦ୍ଧି ପ୍ରମୁଖ ସାକ୍ଷାତ କରି ଶୁଭେଚ୍ଛା ଜ୍ଞାପନ କରିଥିଲେ।

 

0
0
0
s2sdefault