(ନିଶ୍ଚିନ୍ତକୋଇଲି-ଶାସକ ପ୍ରଶାସକ): ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନିଶ୍ଚିନ୍ତକୋଇଲି ବ୍ଲକରେ ସରକାରଙ୍କ ପକ୍ଷରୁ ଆୟୋଜନ କରାଯାଇଥିବା ଆମ ଓଡ଼ିଶା ନବୀନ ଓଡ଼ିଶାର ପଞ୍ଚାୟତ ସ୍ତରୀୟ ସଚେତନ କାର୍ଯ୍ୟକ୍ରମ ଦାଉଦପୁର ପଞ୍ଚାୟତରେ ଉଦଘାଟିତ ହୋଇଛି l ସରପଞ୍ଚ ଲଳିତେନ୍ଦୁ ବିଶୋଇଙ୍କ ପୌରହିତ୍ୟରେ ଏଥିରେ ମୁଖ୍ୟଅତିଥି ଭାବେ ବିଡ଼ିଓ ଧର୍ମରଂଜନ ପଣ୍ଡା ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ପ୍ରଥମେ ଏଲଇଡ଼ି ରଥ ଦ୍ଵାରା ସରକାରଙ୍କର ବିଭିନ୍ନ ଜନହିତକର ଯୋଜନା ସଂକ୍ରାନ୍ତରେ ଭିଡ଼ିଓ ମାଧମରେ ଜନ ସଚେତନତା କରାଯାଇଥିଲା l ଏହି କାର୍ଯ୍ୟକ୍ରମରେ ବ୍ଲକ ଉପାଧକ୍ଷ ଅଶୋକ କୁମାର ଓଝା, ବ୍ଳକ ଆତ୍ମା ସଭାପତି ତଥା ପୂର୍ବତନ ଜିଲ୍ଲା ପରିଷଦ ହିମାଂଶୁଶେଖର ମହାନ୍ତି, ଅଧକ୍ଷାଙ୍କ ପ୍ରତିନିଧି ମନୋଜ ସେଠୀ, ସହକାରୀ ଯନ୍ତ୍ରୀ ଅନାମଚରଣ ବିଶ୍ଵାଳ, ସମିତିସଭ୍ୟ ଆଶିଷ କୁମାର ମହାନ୍ତି, ପୂର୍ବତନ ସରପଞ୍ଚ ଦିବାକର ସାହୁ, ପୂର୍ବତନ ସମିତିସଭ୍ୟ ହେମନ୍ତ କୁମାର ମହାନ୍ତି, କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଦୀପ ତରାଇ,ରମେଶ ଚନ୍ଦ୍ର ପଣ୍ଡା, ନାଏବ ସରପଞ୍ଚ ମିନତୀ ମଲିକ, ଚନ୍ଦ୍ରଶେଖର ମହାନ୍ତି, ପାଣି ପଞ୍ଚାୟତ ସଭାପତି ସନ୍ତୋଷ ମହାନ୍ତି ଙ୍କ ସମେତ ପ୍ରମୁଖ ବିଶିଷ୍ଟ ବ୍ୟକ୍ତି ବିଶେଷ ଯୋଗ ଦେଇ ଆମ ଓଡ଼ିଶା ନବୀନ ଓଡ଼ିଶା ଓ ସଶକ୍ତ ଓଡ଼ିଶା କାର୍ଯ୍ୟକ୍ରମ ସଂକ୍ରାନ୍ତରେ ଲୋକମାନଙ୍କୁ ସଚେତନ କରାଇଥିଲେ l ସେହିପରି ତିଳକଣା ପଞ୍ଚାୟତରେ ସରପଞ୍ଚ ନିରୁପମା ଷଢଙ୍ଗୀଙ୍କ ପୌରହିତ୍ୟରେ ଏଥିରେ ମୁଖ୍ୟଅତିଥି ଭାବେ ବିଧାୟକ ଚନ୍ଦ୍ରସାରଥୀ ବେହେରା ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ଏଥିରେ ବିଡ଼ିଓ ଧର୍ମରଂଜନ ପଣ୍ଡା, ସଡ଼ିପିଓ ସତ୍ୟଭାମା ବିଶୋଇ, ପୂର୍ବତନ ସରପଞ୍ଚ ବିଶ୍ଵନାଥ ପଣ୍ଡା, ନାଏବ ସରପଞ୍ଚ ଶାନ୍ତିଲତା ସାହୁ,ପ୍ରାକ୍ତନ ଉପାଧକ୍ଷା ସଂଯୁକ୍ତା ଭୂୟାଁ,ପଞ୍ଚାୟତ ସଭାପତି ରମେଶ ଚନ୍ଦ୍ର ଜେନା, ପ୍ରମୋଦ ବାରିକ ପ୍ରମୁଖ ଯୋଗ ଦେଇ ଆମ ଓଡ଼ିଶା ନବୀନ ଓଡ଼ିଶା ଓ ସଶକ୍ତ ଓଡ଼ିଶା କାର୍ଯ୍ୟକ୍ରମ ସଂକ୍ରାନ୍ତରେ ଲୋକମାନଙ୍କୁ ସଚେତନ କରାଇଥିଲେ । ଏହି ଅବସରରେ ରାଜ୍ୟ ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ଏଲଇଡ଼ି ରଥ ମାଧ୍ୟମରେ ଭିଡ଼ିଓ ପ୍ରଦର୍ଶିତ ହୋଇଥିଲା l ସେହିପରି ଭାବେ କଟକ ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନିଶ୍ଚିନ୍ତକୋଇଲି ବ୍ଲକରେ ସରକାରଙ୍କ ପକ୍ଷରୁ ଆୟୋଜନ କରାଯାଇଥିବା ଆମ ଓଡ଼ିଶା ନବୀନ ଓଡ଼ିଶାର ପଞ୍ଚାୟତ ସ୍ତରୀୟ କାର୍ଯ୍ୟକ୍ରମ ନେମାଳ ପଞ୍ଚାୟତରେ ଉଦଘାଟିତ ହୋଇଛି l ନେମାଳ ପଞ୍ଚାୟତରେ ଯୁବନେତା ଅଚ୍ୟୁତାନନ୍ଦ ଦାସଙ୍କ ପୌରହିତ୍ୟରେ ସଦର ବିଧାୟକ ଚନ୍ଦ୍ରସାରଥୀ ବେହେରା କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ଏଥିରେ ଜିଲ୍ଲାପରିଷଦ ସଭ୍ୟ ବିଳାସ ଭୋଇ,ସରପଞ୍ଚ ସସ୍ମିତା ମହାନ୍ତି, ସମିତିସଭ୍ୟ ବିଶ୍ୱେନ୍ଦୁ ମହାରଣା, ସମାଜସେବୀ ରମେଶ ସ୍ୱାଇଁ, ସହକାରୀ ନିର୍ବାହୀ ଯନ୍ତ୍ରୀ ନଳିନୀକାନ୍ତ ମହାପାତ୍ର, ବ୍ଳକ ବିଜେଡ଼ି କାର୍ଯ୍ୟକାରୀ ସଭାପତି ପ୍ରମୋଦ ନାୟକ, ଅମୀୟ ମହାନ୍ତି, ବିମଳ ଦାସ, ଯୁବନେତା ବଳଦେବାନନ୍ଦ ଦାସ,ହିମାଂଶୁ ଦାସ, ସୁନାକର ସାହୁ,ଜଗବନ୍ଧୁ ସେଠୀ,ସରପଞ୍ଚ ସାଧୀନ ଭୂୟାଁ, ସରୋଜ ବେହେରା, ଦିଲ୍ଲୀପ ବିଶ୍ଵାଳ,ରମାକାନ୍ତ ବେହେରା, ପଦ୍ମାବତୀ ସାହୁ,ରମେଶ ସାହୁ ପ୍ରମୁଖ ଯୋଗ ଦେଇଥିଲେ l
ରାଜ୍ୟ
ନବୀନ ସରକାରଙ୍କ ବିଭିନ୍ନ ଵିକାଶମୂଳକ କାର୍ଯ୍ୟକ୍ରମ ସମ୍ପର୍କରେ ପଞ୍ଚାୟତ ସ୍ତରୀୟ ଆମ ଓଡ଼ିଶା ନବୀନ ଓଡ଼ିଶା ସଚେତନତା ଜାର୍ଯ୍ୟକ୍ରମ l
- Hits: 340







