ହେଡଲାଇନସ୍:

ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟ ର ରୂପାନ୍ତରଣ କାର୍ଯ୍ୟକ୍ରମ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାଉରକେଲା, (ବସନ୍ତ କୁମାର ଜେନା): ହମିରପୁର ପମ୍ପହାଉସ ସ୍ଥିତ ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟ ର ରୂପାନ୍ତରଣ କାର୍ଯ୍ୟକ୍ରମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଭାସୀ କାର୍ଯ୍ୟକ୍ରମ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ପୂର୍ବରୁ ବିଦ୍ୟାଳୟରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଜର୍ଣ୍ଣାଲିଷ୍ଟ ଆସୋସିଏସନ୍ ର ଉପସଭାପତି ତଥା କବି କୁଞ୍ଜବିହାରୀ ରାଉତ ମୁଖ୍ୟଅତିଥି, ସମ୍ମାନିତ ଅତିଥି ଭାବେ ଡାକ୍ତର କେ କେ ଷଡ଼ଙ୍ଗୀ, ସିଆରସିସି ଶିପ୍ରା ସାହୁ, ପରିଚାଳନା କମିଟିର ସମ୍ପାଦକ ହିମାଂଶୁ ଶେଖର ସାହୁ ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ରୂପାନ୍ତରଣ କାର୍ଯ୍ୟକ୍ରମ ର ଉପଲବ୍ଧି, ଛାତ୍ର ଛାତ୍ରୀଙ୍କ ମଧ୍ୟରେ ସରକାରଙ୍କ ଦ୍ବାରା ଉପଲବ୍ଧ ହେଉଥିବା ବିଭିନ୍ନ ସୁବିଧା ସମ୍ପର୍କରେ ଆଲୋଚନା କରିଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୁନିତା ବେହୁରା ଙ୍କ ସଭାପତିତ୍ବ ଓ ଶିକ୍ଷକ ରଞ୍ଜନ କୁମାର ସାମଲଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପରିଚାଳନା କମିଟିର ସଭାପତି ଦିନେଶ ସିଂ, ଚନ୍ଦ୍ରକାନ୍ତ ସାହୁ, ହରିଶଙ୍କର ମିଶ୍ର,ପ୍ରଫୁଲିତ ଭେଙ୍ଗ୍ରା, ପ୍ରଦୀପ କୁମାର ଲେଙ୍କା,ବାବୁ ପଣ୍ଡା ପ୍ରମୁଖ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ବିଦ୍ୟାଳୟର ଶିକ୍ଷକ ସର୍ବଶ୍ରୀ ପ୍ରଫୁଲ୍ଲ ପ୍ରଧାନ, ଅନସୂୟା ଶତପଥୀ, ଅମିତା ଦାସ, ମୀନତି ମହାପାତ୍ର, ପୀତବାସ ଜେନା, ଦୈତାରି ଠାକୁର, ଲମ୍ବୋଦର ମହାଳିକ, ଚିତ୍ତରଞ୍ଜନ ରଥ, କଳାକାର ସାହୁ, ପ୍ରାକ୍ତନ ଛାତ୍ର କିସମତ ସିଂ,ଦେବ ସେନାପତି ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ। ପ୍ରାରମ୍ଭରେ ବିଦ୍ୟାଳୟର ଛାତ୍ରୀମାନେ ସ୍ବାଗତ ସଂଗୀତ ପରିବେଷଣ କରିଥିବା ବେଳେ ଏହି କାର୍ଯ୍ୟକ୍ରମରେ ବହୁ ଅଭିଭାବକ ଓ ସ୍ଥାନୀୟ ଅଞ୍ଚଳର ବାସିନ୍ଦା, ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟିତ୍ରୀ ମାନେ ଉପସ୍ଥିତ ଥିଲେ।

0
0
0
s2sdefault