ହେଡଲାଇନସ୍:

କିଟ୍ ଓ କିସ୍ ପକ୍ଷରୁ ଭଞ୍ଜନଗରରେ ମିନି ମାରାଥନ୍

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭଞ୍ଜନଗର ରୁ ଉଦୟନାଥ ପଣ୍ଡା: କିଟ୍ ଓ କିସ୍ ପକ୍ଷରୁ ଗଞ୍ଜାମ ଜିଲ୍ଲା ଭଞ୍ଜନଗରରେ ଆଜି ଏକ ସାମୁହିକ ମିନି ମାରାଥନ୍ ଅନୁଷ୍ଠିତ ହୋଇଯାଇଛି। ଏହାସହିତ ସହରର ମୁଖ୍ୟ ସଡ଼କ ରେ ଥିବା ଟାଉନ୍ ହଲ୍ ଠାରେ ଏକ ସଭା ଅନୁଷ୍ଠିତ ସୋଇଥିଲା। ଚଳିତବର୍ଷ ଓଡ଼ିଶା ର ୩୦ ଗୋଟି ଜିଲ୍ଲାର ଭଞ୍ଜନଗର ସହର ସମେତ ୫୫ ଟି ସ୍ଥାନରେ ଆଜି ରବିବାର ୨୮ ତାରିଖ ଜାନୁୟାରୀ ୨୦୨୪ ରେ ମିନି ମାରାଥନ୍ ଆୟୋଜିତ ହୋଇଯାଇଛି। "ସମସ୍ତଙ୍କ ପାଇଁ ଶିକ୍ଷା" ନେଇ ସାଧାରଣରେ ସଚେତନତା ସୃଷ୍ଟି ଉଦେଶ୍ୟ ରେ କିଟ୍ ଓ କିସ୍ ର ପ୍ରତିଷ୍ଠାତା ତଥା ଲୋକସଭା ସାଂସଦ ଡଃ ଅଚ୍ୟୁତ ସାମନ୍ତ ଙ୍କ ପ୍ରୋତ୍ସାହନରେ ୨୦୧୫ ମସିହାରୁ ଏହା ସମଗ୍ର ଓଡ଼ିଶାରେ ହୋଇଆସୁଛି।

କିଟ୍ ଓ କିସ୍ ପକ୍ଷରୁ ଆୟୋଜିତ ଏହି ମାରାଥନ ଟି ଆଜି ସକାଳ ଆଠଘଣ୍ଟା ସମୟରେ ଭଞ୍ଜନଗର ଷ୍ଟେଟବ୍ୟାଙ୍କ ଛକ ଠୁ ଆରମ୍ଭ ହୋଇ ଖାଲାସିସାହି, ମେଇନ୍ ରୋଡ଼ , ତହସିଲ ଅଫିସ ହୋଇ ଟାଉନ୍ ହଲ୍ ଠାରେ ପହଞ୍ଚିଥିଲା। ଉକ୍ତ ମାରାଥନ୍ ରେ ଅନେକ ଯୁବ ଛାତ୍ର , ଜନତା, ଜନପ୍ରତିନିଧି ଓ କାର୍ଯ୍ୟକର୍ତ୍ତା ଗଣ ଯୋଗଦେଇଥିଲେ। ଏହି ମାରାଥନ କୁ ସ୍ଥାନୀୟ ଉପଜିଲ୍ଲାପାଳ ଶ୍ରୀଯୁକ୍ତ ଅନିଲ୍ କୁମାର ସେଠୀ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥଲେ। ପରେ ପରେ ସ୍ଥାନୀୟ ଟାଉନ୍ ହଲ୍ ଠାରେ ମିନି ମାରାଥନ୍ ପକ୍ଷରୁ ହୋଇଥିବା ବୈଠକ ରେ ମୁଖ ଅତିଥି ରୂପେ ମାନ୍ୟବର ବିଧାୟକ ତଥା ଅର୍ଥମନ୍ତ୍ରୀ ଶ୍ରୀଯୁକ୍ତ ବିକ୍ରମ କେଶରୀ ଆରୁଖ ମହୋଦୟ ଯୋଗଦାନ କରିଥିଲେ। ଏଥି ସମେତ ବିଶିଷ୍ଟ ଆଇନଜୀବୀ ତଥା ସାଂସଦ ପ୍ରତିନିଧି ଶ୍ରୀ ଦିବାକର ନାୟକ, ନଗର ସାଂସଦ ପ୍ରତିନିଧି ଶ୍ରୀ ପଞ୍ଚାନନ ପାଳ, ନଗରପାଳ ଶ୍ରୀ ଗୋପବନ୍ଧୁ ମହାପାତ୍ର,ଉପ ନଗରପାଳ ଶ୍ରୀମତୀ ଶୁଭଶ୍ରୀ ଦାସ, ବ୍ଳକ୍ ଅଧ୍ୟକ୍ଷ ଶ୍ରୀ ନରୀସଭା ନାୟକ ଯୋଗଦାନ କରି ଆଜିର ଦିବସର ମହତ୍ବ ଓ ଉଦେଶ୍ୟ ବିଷୟରେ ନିଜ ନିଜ ବକ୍ତବ୍ୟ ରଖିଥିଲେ।

ଶିକ୍ଷା ଓ ସମାଜସେବା ଜରିଆରେ ଜନଜାତି ସଶକ୍ତିକରଣ, ସ୍ଵାସ୍ଥ୍ୟସେବା ରେ ଇତିହାସ ସୃଷ୍ଟି କରିବା, କ୍ରୀଡାରେ କୀର୍ତ୍ତିମାନ ସ୍ଥାପନ କରିଥିବା କିଟ୍ ଦୟା ଓ ମାନବିକ ମୂଲ୍ୟବୋଧ ଉପରେ ପର୍ଯ୍ୟବେସିତ ଏକ ବିଶ୍ଵବିଦ୍ୟାଳୟ। ପ୍ରତିଷ୍ଠା ଦିନଠାରୁ କିଟ୍ ଓ କିସ୍ ସମାଜସେବାରେ ନିଜକୁ ନିୟୋଜିତ କରି ଏକ ସାମାଜିକ ଆନ୍ଦୋଳନରେ ପରିଣତ ହୋଇପାରିଛି ବୋଲି କୁହାଯାଇଛି। ଉକ୍ତ ବୈଠକରେ ଭଞ୍ଜନଗର ସହର ପାଇଁ ଏକ ଖୁସି ଖବର ମାନ୍ୟବର ଅର୍ଥମନ୍ତ୍ରୀ ଶୁଣାଇଥିଲେ ଯେ ଆଗାମୀ କିଛି ବର୍ଷ ରେ ଏଠାରେ କିଟ୍ ଓ କିସ୍ ପକ୍ଷରୁ ଏକ ମେଡ଼ିକାଲ ହେବାକୁ ଯାଉଛି। ସେଥିପାଇଁ ଜମି ଅଧିଗ୍ରହଣ ହୋଇସାରିଛି । ନିକଟରେ କିସ୍ ର ସଫଳତାକୁ ଲୋକସଭାରେ ଭୂୟସୀ ପ୍ରଶଂସା କରାଯାଇଥିଲା। ଦଳ ମତ ନିର୍ବିଶେଷରେ ସଂସଦରେ କିସ୍ କୁ ପ୍ରଶଂସା କରାଯିବା ଭାରତୀୟ ସଂସଦ ଇତିହାସରେ ପ୍ରଥମ। ଏହା ହେଉଛି କିସ୍ ତଥା ଓଡ଼ିଶା ପାଇଁ ସବୁଠାରୁ ଗୌରବ ମୟ ବିଷୟ। ଭଞ୍ଜନଗରରେ ଉକ୍ତ ମିନି ମାରାଥନ୍ କାର୍ଯ୍ୟକ୍ରମ କୁ ସଂପୂର୍ଣ୍ଣ ରୁପେ ପରିଚାଳନା କରିଥିଲେ ସମାଜସେବୀ ଶ୍ରୀ ଶୂଳପାଣି ସତପଥି।

0
0
0
s2sdefault