ହେଡଲାଇନସ୍:

ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ: ଯୋଡିହେବେ ବିଶ୍ୱର କୋଣ ଅନୁକୋଣରେ ରହୁଥିବା ପ୍ରବାସୀ ଓଡ଼ିଆ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଅନଲାଇନ ପଞ୍ଜିକରଣ ଆରମ୍ଭ, ବଢିଚାଲିଛି ଉତ୍କଣ୍ଠା

ଭୁବନେଶ୍ୱର,: ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ସହିତ ଯୋଡି ହେବାକୁ ଓଡିଶା ସମେତ ବିଦେଶରେ ରହୁଥିବା ପ୍ରବାସୀ ଓଡ଼ିଆ ମଧ୍ୟ ଉତ୍ସାହିତ ଥିବା ଲକ୍ଷ୍ୟ କରାଯାଉଛି । ଏଭଳି ଏକ ସମ୍ମିଳନୀ ରାଜ୍ୟରେ ପ୍ରଥମ ଥର ପାଇଁ ଆୟୋଜନ ହେଉଥିବାରୁ ପ୍ରବାସୀ ଓଡ଼ିଆଙ୍କ ମାନଙ୍କ ମଧ୍ୟରେ ଉତ୍କଣ୍ଠା ବୃଦ୍ଧି ପାଉଛି । ଏପରିକି ଅନଲାଇନ ମାଧ୍ୟମରେ ବହୁ ପ୍ରବାସୀ ଭାଗ ନେବେ । ପ୍ରାୟ ୧୩ ଲକ୍ଷ ପ୍ରବାସୀ ଓଡ଼ିଆ ମାନଙ୍କୁ ଅନଲାଇନ ମାଧ୍ୟମରେ ଯୋଡିବା ପାଇଁ ବ୍ୟବସ୍ଥା କରାଯାଉଛି । ଓଡିଶା ବାହାରେ ଥାଇ ମଧ୍ୟ ନିଜର ମାତୃଭାଷା, କଳା,ସାହିତ୍ୟ, ସଂସ୍କୃତି ଓ ଐତିହ୍ୟ ପ୍ରତି ପ୍ରବାସୀ ମାନଙ୍କ ଆନ୍ତରିକତା ସ୍ୱାଗତଯୋଗ୍ୟ । ସୂଚନାଯୋଗ୍ୟ ଓଡିଶା ପରିବାର ନିର୍ଦ୍ଦେଶାଳୟ ସହ ଯୋଡି ହୋଇଥିବା ୧୭ଟି ପ୍ରବାସୀ ଓଡ଼ିଆ ସଂସ୍ଥା ସହ ମଧ୍ୟ ଏ ସମ୍ପର୍କରେ ଆଲୋଚନା ହୋଇଛି । ଦେଶ ବିଦେଶର ବହୁ ଭାଷାବିତ, ଐତିହାସିକ ଏବଂ ବିଶିଷ୍ଟ ବ୍ୟକ୍ତି ବିଶେଷ ଏଥିରେ ଯୋଗ ଦେଉଥିବାରୁ ସେମାନଙ୍କ ଠାରୁ ତଥ୍ୟଭିତ୍ତିକ ଉପସ୍ଥାପନା ସମ୍ପର୍କରେ ଜାଣିବା ନିମନ୍ତେ ବହୁ ପ୍ରବାସୀ ଓଡ଼ିଆ ଇଛାବ୍ୟକ୍ତ କରିଥିବା ଦୃଷ୍ଟିରୁ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ସମ୍ମିଳନୀ ସହ ସେମାନଙ୍କୁ ଯୋଡିବା ପାଇଁ ଏଭଳି ପଦକ୍ଷେପ ଗ୍ରହଣ କରାଯାଉଛି । ବିଦେଶରେ ରହି ନିଜ ମାତୃଭାଷାର ମହନୀୟତାକୁ ପାଶୋରି ନଯାଇ ଏହାକୁ ଉଜ୍ଜୀବିତ କରିବାକୁ ଏହି ସମ୍ମିଳନୀ ଏକ ଅପୂର୍ଵ ସୁଯୋଗ ବୋଲି ସେମାନଙ୍କ ମଧ୍ୟରୁ ଅନେକ ମତବ୍ୟକ୍ତ କରିଛନ୍ତି ।

ଏପରିକି ଓଡିଶା ସମ୍ପର୍କିତ ବିଭିନ୍ନ ଲେଖାମାନ ସେମାନଙ୍କ ଠାରୁ ମଧ୍ୟ ଆହ୍ୱାନ କରାଯାଉଛି ଯାହା ଆସନ୍ତା ଓଡିଶା ଦିବସରେ ପ୍ରକାଶ ପାଇବ । ସମ୍ମିଳନୀ ସମ୍ପର୍କରେ ତଥ୍ୟ ଦେବା ପାଇଁ ଖୋଲା ଯାଇଥିବା ୱେବସାଇଟ www.worldodiaconference.org ମାଧ୍ୟମରେ ପଞ୍ଜିକରଣ ଆରମ୍ଭ ହୋଇଛି । ସମ୍ମିଳନୀ ନିମନ୍ତେ ଶୁଭେଚ୍ଛା ଭିଡିଓ ବାର୍ତ୍ତା ପ୍ରେରଣ ନିମନ୍ତେ ଅନେକ ପ୍ରବାସୀ କରିଥିବା ଅନୁରୋଧକୁ ସମ୍ମାନ ଜଣାଇ ଆସନ୍ତାକାଲି ଠାରୁ ଏହି ବାର୍ତ୍ତା ମଧ୍ୟ ଆହ୍ୱାନ କରାଯାଉଛି । ଏହି ସମ୍ମିଳନୀ ଆସନ୍ତା ଫେବୃଆରୀ ୩ ତାରିଖରୁ ତିନି ଦିନ ଧରି ସ୍ଥାନୀୟ ଜନତା ମଇଦାନ ଠାରେ ଆୟୋଜିତ ହେବ । ଏଥିରେ ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି, କଳା ଓ ଐତିହ୍ୟକୁ ନେଇ ଅନେକ ମାର୍ମିକ ଆଲୋଚନା ମାନ କରାଯିବ ।

0
0
0
s2sdefault