ହେଡଲାଇନସ୍:

କବିସୂର୍ଯ୍ୟ ସଦାନନ୍ଦ ବ୍ରହ୍ମାଙ୍କ ୨୮୬ ତମ ଜୟନ୍ତୀ ପାଳିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନୟାଗଡ଼,( ଲକ୍ଷ୍ମୀଧର ସାହୁ) :ସଦାନନ୍ଦ ସାହିତ୍ୟ ପରିଷଦ ଶରଣକୁଳ ପକ୍ଷରୁ ରୀତିଯୁଗୀୟ ମହାନ କବି କବିସୂର୍ଯ୍ୟ ସଦାନନ୍ଦ ବ୍ରହ୍ମାଙ୍କ ୨୮୬ ତମ ଜୟନ୍ତୀ ଉତ୍ସବ ତାଙ୍କ ଜନ୍ମ ମାଟି ଭିକାରୀପଡା ସ୍ଥିତ କବିସୂର୍ଯ୍ୟ ସଦାନନ୍ଦ ବ୍ରହ୍ମା ପବ୍ଲିକ ସ୍କୁଲ ପରିସରରେ ରବିବାର ପାଳିତ ହୋଇଯାଇଛି।ଏହି ଅବସରରେ ଏକ ଜିଲ୍ଲା ସ୍ତରୀୟ କବିତା ପାଠ ଉତ୍ସବ ଓ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା l ସାହିତ୍ୟ ପରିଷଦର କାର୍ଯ୍ୟକାରୀ ସଭାପତି କିଶୋର ଚନ୍ଦ୍ର କରଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି କବିତା ପାଠୋତ୍ସବ ଓ ଆଲୋଚନା ଚକ୍ରକୁ ବରିଷ୍ଠ ସମାଜସେବୀ ପ୍ରମୋଦ ପଟ୍ଟନାୟକ ଉଦଘାଟନ କରିଥିବା ବେଳେ ନୟାଗଡ଼ ଜିଲ୍ଲା ଲେଖକ ପରିଷଦ ସଭାପତି ପ୍ରଧାନୀ ବୃନ୍ଦାବନ ମହାପାତ୍ର ମୁଖ୍ୟ ଅତିଥି,, ଓଡିଶା ରାଜ୍ୟ ପାଲା ଗାୟକ ସଙ୍ଘ ସଂଗଠନ ସମ୍ପାଦକ ଗାୟକ କଳାନିଧି ମନୋଜ କୁମାର ମିଶ୍ର ମୁଖ୍ୟ ବକ୍ତା,କବି ଡ. ନିର୍ମଳ ଚନ୍ଦ୍ର ଶୂରଦେଓ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ ସଦାନନ୍ଦଙ୍କ ବାଲ୍ୟ ଜୀବନ ଓ କାବ୍ୟ କୃତି ଉପରେ ଆଲୋଚନା କରିଥିଲେ ।ଏହି ଅବସରରେ କଳା, ସାହିତ୍ୟ, ସଂସ୍କୃତି ଓ ସମାଜ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ କବି ତଥା ପ୍ରତିଷ୍ଠିତ ସଂକୀର୍ତ୍ତନ ଗାୟକ ନିତ୍ୟାନନ୍ଦ ମହାରଣାଙ୍କୁ " କବିସୂର୍ଯ୍ୟ ସଦାନନ୍ଦ ବ୍ରହ୍ମା ସାହିତ୍ୟ ସମ୍ମାନ ,ଯୁବ କବି, ସାହିତ୍ୟିକ, ନାଟ୍ୟକାର ଓ ସୁଶିକ୍ଷକ ଯଶୋବନ୍ତ ପଟ୍ଟନାୟକଙ୍କୁ "କବିସୂର୍ଯ୍ୟ ସଦାନନ୍ଦ ବ୍ରହ୍ମା ସାହିତ୍ୟ ପ୍ରତିଭା ସମ୍ମାନ ପ୍ରଦାନ କରା ଯାଇଥିଲା ।ଅନୁଷ୍ଠାନର ସମ୍ପାଦକ ପ୍ରଶାନ୍ତ କୁମାର ଦାଶ କାର୍ଯ୍ୟକ୍ରମ ପରିଚାଳନା କରିବା ସହିତ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ l ଅଧ୍ୟାପିକା ନିଳିମା ନନ୍ଦ ଓ ନୀଳମାଧବ ମିଶ୍ରଙ୍କ ମିଳିତ ସଂଯୋଜନାରେ ଅନୁଷ୍ଠିତ କବିତା ପାଠୋତ୍ସବରେ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଆସିଥିବା ଶତାଧିକ କବି ସ୍ଵରଚିତ କବିତା ପାଠ କରିଥିଲେ । ପରିଚାଳନା କମିଟି ସଦସ୍ୟ ଗୋଦାବରୀ ବସନ୍ତିଆ ଧନ୍ୟବାଦ ଅର୍ପଣ କରିଥିଲେ l

0
0
0
s2sdefault