ହେଡଲାଇନସ୍:

ଦ୍ବାଦଶ ରାଜ୍ୟ ସ୍ତରୀୟ ବଂଶଧାରା ବସନ୍ତ ମହୋତ୍ସବ ର ମେଗା କ୍ରୀଡା ଉଦ୍ଘାଟିତ

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ଗୁଣପୁର ରୁ ସନ୍ତୋଷ କୁମାର-ଦ୍ବାଦଶ ରାଜ୍ୟ ସ୍ତରୀୟ ବଂଶଧାରା ବସନ୍ତ ମହୋତ୍ସବ ର ଆଜି ମେଗା କ୍ରିଡା ଉତ୍ସବ ଉଦଘାଟିତ ହୋଇଯାଇଛି । ଏହି ଅବସରରେ ପୁରୁଣା ବସଷ୍ଟାଣ୍ଡ ଦକ୍ଷିଣ କାଳୀ ମନ୍ଦିର ରୁ ମଶାଲ ଶୋଭାଯାତ୍ରା ବାହାରି ମିନି ଷ୍ଟାଡିୟମ ରେ ପହଞ୍ଚିଥିଲା। ଷ୍ଟାଡିୟମ ରେ କ୍ରୀଡା ପରିଷଦ ର ପତକା ଉତ୍ତୋଳନ ହୋଇଥିଲା । ପରିଚାଳନା କମିଟିର ସଭାପତି ଅକ୍ଷୟ ଦାସ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଆଜି ଉଦଘାଟକ ଭାବେ ବିଧାୟକ ରଘୁନାଥ ଗମାଙ୍ଗ, ମୁଖ୍ୟ ଅତିଥି ଭାବେ ପୌରାଧ୍ୟକ୍ଷା ମମତା ଗୌଡ, ସମ୍ମାନିତ ଅତିଥି ଭାବେ ବ୍ଲକ ଅଧ୍ଯକ୍ଷା ଝିଲି ଶବର, ଉପାଧ୍ୟକ୍ଷ ସୁଦର୍ଶନ ଶବର, ପୌର ଉପାଧ୍ୟକ୍ଷ ଶିବ ପ୍ରସାଦ ଗୌଡ ପ୍ରମୁଖ ଯୋଗଦେଇ ଉଦଘାଟନ କରିବା ସହ ଜିଲ୍ଲା ର ବିଭିନ୍ନ ବ୍ଲକର ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ଖେଳିଥିବା ୧୫ ଜଣ ଖେଳାଳି ଙ୍କୁ କ୍ରିଡା ଗୌରବ ସମ୍ମାନ ପ୍ରଦାନ କରିଥିଲେ।
ଏହାପରେ ଷ୍ଟାଡିୟମ ରେ ଗାଁ କବାଡି ଓ ୧୦୦ ମିଟର ଦୌଡ, ଟାଗ୍ ଅଫ ଓ୍ବାର, ଚଇତି ମଣ୍ଡପରେ ଭାରଉତ୍ତୋଳ ଓ ପୁରୁଣା ଗୁଣପୁର ପଡିଆରେ ସୋମନାଥ ପାତ୍ର ସ୍ମାରକୀ ଟେନିସ ବଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ କୁ ଅତିଥି ମାନେ ଉଦଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ଯ ମାନଙ୍କ ମଧ୍ୟରେ ପରିଚାଳନା କମିଟିର କାର୍ଯ୍ଯକାରୀ ସଭାପତି ଏ. ବାବା ପ୍ରସାଦ, ଉପ ସଭାପତି ଉମା ଦାସ, ସାଧାରଣ ସମ୍ପାଦକ ମିଲି ପାଢି, ସମ୍ପାଦକ ରମେଶ ଲିମା, ରାମ ପଣ୍ଡା, ଗଜା ପାଳ, ଲକ୍ଷ୍ମୀ ମହାଙ୍କୁଡ, ଶକ୍ତି ଦାସ, ରାଜେଶ ପାଢି, ସଂଯୋଗକ ବି. ସତିଶ କୁମାର, ରମେଶ ମିଶ୍ର, କୃଷ୍ଣ ପ୍ରଶାଦ ମିଶ୍ର, ରବି କୁମାର, ସିମାଦ୍ରୀ ଭେଙ୍କେଟ କ୍ରିଷ୍ଣା, ଶିବ ଡାକୁଆ, କାଉନସିଲର ପ୍ରମୋଦ ଦାସ, ଭାଗିରଥି ବିଶ୍ବୋୟୀ, ଚେପାଲି ସରସ୍ବତୀ, ଅଶୋକ ରଥ, ତିରୁପତି ରଥ, ସାନ୍ତନୁ କାର୍ଜୀ ପ୍ରମୁଖ ଯୋଗ ଦେଇଥିଲେ। କ୍ରିଡା ପରିଷଦ ସଭାପତି ଦେବ ପାଢି, ସମ୍ପାଦକ ସପନ ଦାସ ଓ କ୍ରିଡା ସଂଯୋଜକ କିରଣ ପାଣିଗ୍ରାହୀ, ସଂଜୀବ ପଟନାୟକ, ବିଟିବି ରାବଣା ମୁର୍ତ୍ତୀ, କ୍ରିଡା ଶିକ୍ଷକ ରମାକାନ୍ତ ମିଶ୍ର, ଗୌତମ ମେଦିଲି, ଶଙ୍କର୍ଷଣ ମହାନ୍ତି, ନନ୍ଦିନୀ ପଣ୍ଡା, ନମିତା ରଥ ପ୍ରମୁଖଙ୍କ ଦ୍ବାରା ଖେଳ ଗୁଡିକ ପରିଚାଳନା ହୋଇଥିଲା।

 

0
0
0
s2sdefault