ହେଡଲାଇନସ୍:

୫ଜି ନବସୃଜନକୁ ଆଗକୁ ବଢ଼ାଇବା ପାଇଁ ରିଲାଏନ୍ସ ଜିଓ ଓ ୱାନପ୍ଲସ୍ ଇଣ୍ଡିଆ ମଧ୍ୟରେ ସହଭାଗିତା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବେଙ୍ଗାଲୁରୁ / ଭୁବନେଶ୍ୱର: ଭାରତର ସର୍ବବୃହତ ଡିଜିଟାଲ ସେବା ପ୍ରଦାନକାରୀ କମ୍ପାନି ରିଲାଏନ୍ସ ଜିଓ ଏବଂ ଅତ୍ୟାଧୁନିକ ଜ୍ଞାନକୌଶଳର ଅଗ୍ରଣୀ କମ୍ପାନୀ ୱାନ୍‌ପ୍ଲସ୍ ଭାରତରେ ୫ଜି ପ୍ରଯୁକ୍ତିର ସମ୍ପୂର୍ଣ୍ଣ ସମ୍ଭାବନାକୁ ଉନ୍ମୁକ୍ତ କରିବା ପାଇଁ ଅତ୍ୟାଧୁନିକ ୫ଜି ଇନୋଭେସନ ଲ୍ୟାବ୍ ପ୍ରତିଷ୍ଠା କରିବାକୁ ଘୋଷଣା କରିଛନ୍ତି । ଜିଓ ଏବଂ ୱାନ୍‌ପ୍ଲସ୍‌ର ବୈଷୟିକ ନବସୃଜନ ଓ ଭିତ୍ତିଭୂମି ଉପଭୋକ୍ତାଙ୍କୁ ନୂତନ ଅନୁଭୂତି ପ୍ରଦାନ କରିବାରେ ସହାୟକ ହେବ । ଏହି ସହଯୋଗିତାର ଲକ୍ଷ୍ୟ ହେଉଛି ୱାନ୍‌ପ୍ଲସ୍ ଏବଂ ଜିଓ ଟ୍ରୁ-୫ଜି ବ୍ୟବହାରକାରୀଙ୍କୁ ବିଭିନ୍ନ ସୁବିଧାସୁଯୋଗ ଏବଂ ଏକ ଅଦ୍ୱିତୀୟ ନେଟୱାର୍କ ଅନୁଭୂତି ପ୍ରଦାନ କରିବା, ଯାହା ଦ୍ୱାରା ୱାନପ୍ଲସ୍ ଏବଂ ଜିଓ ଟ୍ରୁ-୫ଜି ଗ୍ରାହକମାନେ ଭବିଷ୍ୟତର ଏକ ଅନନ୍ୟ ଅନୁଭୂତିର ଆନନ୍ଦ ନେଇପାରିବେ।
ଜିଓ ପ୍ରବକ୍ତା କହିଛନ୍ତି ଯେ, “ଜିଓ ଟ୍ରୁ-୫ଜି ହେଉଛି ଭାରତର ଶ୍ରେଷ୍ଠ ୫ଜି ନେଟୱାର୍କ । ବର୍ତ୍ତମାନ ଜିଓ ଟ୍ରୁ-୫ଜି ସମଗ୍ର ଦେଶକୁ ଏକ ମଜଭୁତ ଟ୍ରୁ-୫ଜି ନେଟୱାର୍କରେ ପରିଣତ କରିଛି । ଭାରତରେ ମୋଟ ୫ଜି ନେଟୱାର୍କ ର ୮୫% ଜିଓ ଦ୍ୱାରା ସ୍ଥାପନ କରାଯାଇଛି । ଏହା ଆମ ଗ୍ରାହକମାନଙ୍କ ପାଇଁ ଉଲ୍ଲେଖନୀୟ ୫ଜି ଅନୁଭୂତି ଆଣିବାର ସମୟ ଏବଂ ୱାନପ୍ଲସ୍ ସହିତ ଏହି ଭାଗିଦାରୀ ସେହି ଦିଗରେ ଏକ ପଦକ୍ଷେପ । ଆଗାମୀ କିଛି ମାସ ମଧ୍ୟରେ ଆମ ଗ୍ରାହକମାନେ ୫ଜିର ଉତ୍କୃଷ୍ଟ ଏବଂ ଉନ୍ନତ ଗେମିଂ, ଷ୍ଟ୍ରିମିଂ ଏବଂ ଉନ୍ନତ ବ୍ୟବହାର ଅନୁଭବ ହାସଲ କରିବେ ।’’
ୱାନପ୍ଲସର ପ୍ରବକ୍ତା କହିଛନ୍ତି ଯେ, “ଆମେ ଯାହା ସମ୍ଭବ ତାହାର ସୀମାକୁ ଆଗକୁ ବଢ଼ାଇବାରେ ବିଶ୍ୱାସ କରୁ ଏବଂ ଜିଓ ସହିତ ଏହି ସହଭାଗିତା ସେହି ପ୍ରତିବଦ୍ଧତାର ପରିଚାୟକ। ଯୋଗାଯୋଗ କ୍ଷେତ୍ରର ଭବିଷ୍ୟତ ଦିଗରେ ଏହି ଭାଗିଦାରୀ ଏକ ବଡ଼ ପଦକ୍ଷେପ ଯେଉଁଠାରେ ନବସୃଜନର କୌଣସି ସୀମା ନାହିଁ । ଜିଓ ଏବଂ ୱାନପ୍ଲସ୍ ଇଣ୍ଡିଆ ମିଳିତ ଭାବେ ଦେଶର ୫ଜି ପରିଦୃଶ୍ୟକୁ ପରିବର୍ଦ୍ଧିତ କରିବାକୁ ପ୍ରସ୍ତୁତ ରହିଛନ୍ତି ଯାହା ଗ୍ରାହକମାନଙ୍କୁ ଆଗାମୀ ଦିନରେ ଅସୀମ ସମ୍ଭାବନାର ଏକ ଝଲକ ପ୍ରଦାନ କରିବ ।’’
ଏହି ସହଭାଗିତା ନୂତନ ସୁବିଧା ଏବଂ ଗ୍ରାହକ ଅନୁଭୂତି ଅଭିଜ୍ଞତାର ବିକାଶ ଏବଂ ପରୀକ୍ଷଣରେ ବୈପ୍ଳବିକ ପରିବର୍ତନ ଆଣିବ ଯାହାର ଫଳସ୍ୱରୂପ ଗ୍ରାହକମାନଙ୍କ ପାଇଁ ଭିନ୍ନ ଭିନ୍ନ ସୁବିଧା ଓ ଫିଚର ସାଙ୍ଗକୁ ଏବଂ ଅନନ୍ୟ ନେଟୱାର୍କ ଅନୁଭୂତି ମିଳିପାରିବ।

0
0
0
s2sdefault