ହେଡଲାଇନସ୍:

ଭକ୍ତି ଓ ଭାବାବେଗ ପରିବେଶ ମଧ୍ୟରେ ସାନ୍ତପୁର ପଞ୍ଚାୟତରେ ଜୟ ଜଗନ୍ନାଥ ଅର୍ପଣ ରଥ ପରିକ୍ରମା ଉଦଯାପିତ l

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

(ନିଶ୍ଚିନ୍ତକୋଇଲି-ଶାସକ ପ୍ରଶାସକ): ଓଡ଼ିଶା ସରକାରଙ୍କ ନିରବିଚ୍ଛିନ୍ନ ପ୍ରଚେଷ୍ଟା କ୍ରମେ ଚଳିତ ଜାନୁୟାରୀ ୧୭ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା  ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଜଗନ୍ନାଥ ପରିକ୍ରମା ପ୍ରକଳ୍ପ ଉର୍ତ୍ସଗୀକୃତ ହେବ। ଏହାର ଅବ୍ୟବହିତ ପୂର୍ବରୁ ଜଗନ୍ନାଥ ସଂସ୍କୃତିକୁ ଉଜ୍ଜୀବିତ କରିବା ପାଇଁ ନୂତନ ଉନ୍ମାଦନାର ସ‌ହ ଜଗନ୍ନାଥ ପ୍ରେମୀ ମାନେ ପ୍ରତ୍ୟେକ ଗ୍ରାମ ଓ ପଢ଼ାରେ ଜଗନ୍ନାଥ ରଥ ଅନୁରୂପ (ଅର୍ପଣ ରଥ) ସହ ସଂକୀର୍ତ୍ତନ ମଣ୍ଡଳୀର ତାଳେ ତାଳେ ନିଜକୁ ଜଗନ୍ନାଥଙ୍କ ସେବାରେ ହଜାଇ ଦେଇଥିଲେ । ଏହି ଅବସରରେ ନିଶ୍ଚିନ୍ତକୋଇଲି ବ୍ଲକ ସାନ୍ତପୁର ପଞ୍ଚାୟତରେ ଜୟ ଜଗନ୍ନାଥ ଅର୍ପଣ ରଥ ଭବ୍ୟ ସମାରୋହରେ ଉଦଯାପିତ ହୋଇଯାଇଛି l ସମସ୍ତ ଗ୍ରାମବାସୀମାନେ ଏହି କାର୍ଯ୍ୟକ୍ରମ ରେ ସହଯୋଗ କରିବା ସହିତ ନିଜ ଘରୁ ଅକ୍ଷତ ଅରୁଆ ଚାଉଳ ଏବଂ ଗୋଟିଗୁଆ ଶ୍ରୀ ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ସମର୍ପଣ କରିଥିଲେ l କଟକ ଜିଲ୍ଲା ଯୁବ ବିଜେଡି ସାଧାରଣ ସମ୍ପାଦକ ନୃସିଂହଚରଣ ମୁଦୁଲି ଙ୍କ ସଂଯୋଜନା ରେ ମୁଖ୍ୟଅତିଥି ଭାବେ କଟକ ସଦର ବିଧାୟକ ଚନ୍ଦ୍ର ସାରଥୀ ବେହେରା ଙ୍କ ସମେତ ଅରୁଣ କୁମାର ସିଂହ, ଅଲେଖ ଦଳାଇ, ଦୁର୍ଯ୍ୟୋଧନ ପଣ୍ଡା, ଦର୍ଶନ ନାୟକ,ଭ୍ରମରବର ମହାନ୍ତି,ସୁଶାନ୍ତ ପଣ୍ଡା, ନିରଞ୍ଜନ ମଲିକ,କ୍ଷିତୀଶ ରାଉତ, ଅକ୍ଷୟ ମହାନ୍ତି ଙ୍କ ସମେତ ସାନ୍ତପୁର ପଞ୍ଚାୟତ ର ସମସ୍ତ ଗ୍ରାମବାସୀ ଯୋଗଦାନ କରିଥିଲେ l ମୁଖ୍ୟମନ୍ତ୍ରୀ ଙ୍କ ଏଭଳି କାର୍ଯ୍ୟକ୍ରମକୁ ସାଧାରଣରେ ଦୃଢ ପ୍ରଶଂସା କରିଥିଲେ l

0
0
0
s2sdefault