ହେଡଲାଇନସ୍:

ସ୍ବାମୀ ବିବେକାନନ୍ଦ ଶିଶୁମନ୍ଦିରରେ ଯୁବଦିବସ ପାଳନ ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବେଲଗୁଣ୍ଠା --(ଶିବରାମ ଚୌଧୁରୀ )-ସ୍ଥାନୀୟ ସ୍ବାମୀ ବିବେକାନନ୍ଦ ଶିଶୁ ମନ୍ଦିରରେ ସ୍ବାମୀ ବିବେକାନନ୍ଦ ଜୟନ୍ତୀ ତଥା ଜାତୀୟ ଯୁବ ଦିବସ ପାଳନ ହୋଇ ଯାଇଛି ।ଅନୁଷ୍ଠାନର ସମ୍ପାଦକ ସୁଶାନ୍ତ କୁମାର ବେହେରା ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମକୁ ଆରମ୍ଭ କରିଥିଲେ ।ଜୀବନରେ ସଫଳ ହେବାକୁ ହେଲେ ସ୍ବାମୀଜୀଙ୍କ ଆଦର୍ଶ ମୂଲ୍ୟ ବୋଧକୁ ଆପଣାଇବା କୁ ପରାମର୍ଶ ଦେଇଥିଲେ ।ଅନୁଷ୍ଠାନର ପ୍ରଧାନ ଆଚାର୍ଯ୍ୟ କାଶୀନାଥ ସାହୁ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ ।ସୁକାନ୍ତ ଓ ଶିବରାମ ଗୁରୁଜୀ ଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଛାତ୍ର ଛାତ୍ରୀ ମାନଙ୍କୁ ନେଇ ଏକ ରାଲି ଆୟୋଜନ କରା ଯାଇଥିଲା ।ଛାତ୍ର ଛାତ୍ରୀ ମାନେ ନଗର ପରିକ୍ରମା କରି ଗୀତ ମାଧ୍ୟମରେ ସ୍ବାମୀଜୀଙ୍କ ଗୁଣଗାନ କରିଥିଲେ ।କୋମଳମତୀ ଛାତ୍ରଛାତ୍ରୀ ଙ୍କ ବିବେକାନନ୍ଦ ବେଶ ଗୁଡିକ ବେଶ୍ ଆକର୍ଷିତ କରୁଥିଲା ।ଏହି ଅବସରରେ ପ୍ରତି ବର୍ଷ ପରି ପାଳିତ ହେଉଥିବା "ଥିଲେ ଦିଅନ୍ତୁ ନଥିଲେ ନିଅନ୍ତୁ" କାର୍ଯ୍ୟକ୍ରମ ଟି ଅନଗ୍ରସର ଓ ଗରୀବ ଶ୍ରେଣୀର ମନୁଷ୍ୟ ମାନଙ୍କ ପାଇଁ ଆଶୀର୍ବାଦ ଭଳି ହୋଇଥିଲା ।ଗ୍ରାମରୁ ସଂଗ୍ରହ କରାଯାଇଥିବା ନୂଆଁ ଓ ପୁରୁଣା ବସ୍ତ୍ର କୁ ଏହି ପରିପ୍ରେକ୍ଷୀରେ ବିତରଣ କରାଯାଇଥିଲା ।ଅନୁଷ୍ଠାନର ସତ୍ୟ, ବସନ୍ତ,ସୁର୍ଯ୍ୟ ଗୁରୁଜୀ ଏବଂ ଶୁଭଶ୍ରୀ, ସଂଧ୍ୟା,ପିଙ୍କି,ପୂଜା,ମାଧୁରୀ,ସିମ୍ରନ, ଅଙ୍କିତା, ସୁଲୋଚନା,ମାହେଶ୍ୱରୀ,ମୋତି,ଶୁଭମ, ବନିତା,ଅର୍ପିତା,ମୋନାଲିସା,ସଂଗୀତା, ସୁଜାତା ଗୁରମା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ସେହିପରି ବେଲଗୁଣ୍ଠା ମହିଳା ବିଜ୍ଞାନ ମହାବିଦ୍ୟାଳୟ ଠାରେ ମଧ୍ୟ ଡକ୍ଟର. ସଂଯୁକ୍ତା ପଣ୍ଡାଙ୍କ ଅଧ୍ୟକ୍ଷତାରେ ଯୁବ ଦିବସ ପାଳିତ ଅବସରରେ ଏକ ସଭା ଅନୁଷ୍ଠିତ ହୋଇଥିଲା ।ମୁଖ୍ୟ ଅତିଥି ଭାବେ ସ୍ବାମୀ ବିବେକାନନ୍ଦ ଶିଶୁ ମନ୍ଦିର ସମ୍ପାଦକ ସୁଶାନ୍ତ କୁମାର ବେହେରା ଯୋଗ ଦେଈ ବର୍ତ୍ତମାନ ସମୟ ରେ ସମାଜରେ ଯୁବକ ମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ମତ ପ୍ରକାଶ କରିଥିଲେ। ବରିଷ୍ଠ କିରାଣୀ ପ୍ରମୋଦ କୁମାର ପ୍ରଧାନ ଛାତ୍ରୀ ମାନଙ୍କ ଅନ୍ତର୍ନିହିତ ଗୁଣ କୁ ସମାଜ ଆଗରେ ପରିପ୍ରକାଶ କରିବା ପାଇଁ ପ୍ରବର୍ତ୍ତାଇ ଥିଲେ ।ଅଧ୍ୟାପକ ମାନସ ରଞ୍ଜନ ପାତ୍ର ବର୍ତ୍ତମାନ ମହିଳା ମାନଙ୍କ ଭୂମିକା ଜୀବନର ମାନଦଣ୍ଡ ବୋଲି ଯୁକ୍ତି ବାଢ଼ିଥିଲେ ।ଛାତ୍ରୀ ମାନେ ପ୍ରାରମ୍ଭିକ ସଙ୍ଗୀତ ଗାଇ କାର୍ଯ୍ୟକ୍ରମ ଆରମ୍ଭ କରିଥିବା ବେଳେ ଅଧ୍ୟାପିକା ଗୀତାଶ୍ରୀ ସାମନ୍ତ ଧନ୍ୟବାଦ ଅର୍ପଣ କରିଥିଲେ।

0
0
0
s2sdefault