ହେଡଲାଇନସ୍:

ସୁନ୍ଦରଗଡରେ ଉଦଘାଟିତ ହେଲା ଇଭିଏମ-ଭିଭିପାଟ୍‌ ନମୂନା ପ୍ରଦର୍ଶନ କେନ୍ଦ୍ର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସୁନ୍ଦରଗଡ:(ବସନ୍ତ କୁମାର ଜେନା): ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସର ରେ ନିର୍ବାଚନ ବିଭାଗ ତରଫରୁ ଏକ ଇଭିଏମ-ଭିଭିପାଟ୍ ନମୂନା ପ୍ରଦର୍ଶନ କେନ୍ଦ୍ର ଆଜି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରବି ନାରାୟଣ ସାହୁ ଙ୍କ ଦ୍ଵାରା ଉଦଘାଟିତ ହୋଇଯାଇଅଛି। ଏହି ନମୂନା ପ୍ରଦର୍ଶନ କେନ୍ଦ୍ରରେ ଅଧିକାରୀ, କର୍ମଚାରୀ, ଜନସାଧାରଣ, ଛାତ୍ରଛାତ୍ରୀ , ସ୍ୱୟଂ ସହାୟକ ଗୋଷ୍ଠୀ ର ସଭ୍ୟା ଆଦି ଯୋଗ ଦେଇ ଇଭିଏମ ଏବଂ ଭିଭିପାଟ୍ ବିଷୟରେ ଜାଣିବା ସହିତ ଏଥିରେ କିଭଳି ଭୋଟ ଦାନ ହେଉଅଛି ତାହା ସେମାନଙ୍କୁ ପ୍ରଦର୍ଶନ ମାଧ୍ୟମ ରେ ବୁଝା ଯାଇଥଲା ଏବଂ ସେମାନେ ଆଗ୍ରହର ସହ ନିଜ ନିଜର ମତ ଦାନ ମଧ୍ୟ କରିଥିଲେ।

ହେବାକୁ ଥିବା ନିର୍ବାଚନ ନିମନ୍ତେ ନିର୍ବାଚନ କମିଶନ ତରଫରୁ ବ୍ୟାପକ ପ୍ରସ୍ତୁତି ପର୍ଯ୍ୟାୟକ୍ରମେ ହାତକୁ ନିଆଯାଇଅଛି। ଏହି କ୍ରମରେ ସୁନ୍ଦରଗଡ ଜିଲ୍ଲା ପ୍ରଶାସନ ପକ୍ଷ ରୁ ମଧ୍ୟ ନିର୍ବାଚନ ନିମନ୍ତେ ବ୍ୟାପକ ପ୍ରସ୍ତୁତି କରାଯାଇଅଛି। ଚଳିତ ଥର ନିର୍ବାଚନରେ ଜିଲ୍ଲାରୁ ୧୫୫୫୪୯୭ ଜଣ ଭୋଟ ଦେବେ । ଏଥିମଧ୍ୟରୁ ପ୍ରାୟ ୩୫୮୭୫ ଜଣ ହେଉଛନ୍ତି ନୂତନ ଭୋଟର, ଯେଉଁମାନେ କି ପ୍ରଥମଥର ପାଇଁ ଭୋଟ ଦାନ ପ୍ରକ୍ରିୟା ରେ ଅଂଶ ଗ୍ରହଣ କରିବେ। ଜିଲ୍ଲାରେ ପୁରୁଷ ଭୋଟରଙ୍କ ତୁଳନାରେ ମହିଳା ଭୋଟରଙ୍କ ସଂଖ୍ୟା ଅଧିକ ହୋଇଛି । ଏହି କ୍ରମରେ ସମସ୍ତ ଲୋକଙ୍କୁ ଏକ ସମୟରେ ଭିଭିପାଟ୍ ଏବଂ ଇଭିଏମ ମେସିନ୍ ଉପରେ ତାଲିମ୍ ଦେବାକୁ ଜିଲ୍ଲା ପ୍ରଶାସନ ତରଫରୁ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଗୋଟିଏ ନମୂନା ପ୍ରଦର୍ଶନ କେନ୍ଦ୍ର ଖୋଲାଯାଇଥିଲା । ଏଥିରେ ଇଭିଏମ ଏବଂ ଏଥିରେ ଭୋଟ ଦେବାର ପ୍ରକ୍ରିୟା ସହ ଭିଭିପାଟ ର ଉପଯୋଗୀତା ଉପରେ ଲୋକମାନଙ୍କୁ ପ୍ରଦର୍ଶନ କରାଯାଇଥିଲା । ଏହି ଅବସର ରେ ବିଭିନ୍ନ ରାଜନୈତିକ ଦଳ ପକ୍ଷ ରୁ ପ୍ରତିନିଧି ମଧ୍ୟ ଯୋଗ ଦେଇଥିଲେ। ବିଜେଡ଼ି ପକ୍ଷ ରୁ ଶ୍ରୀ ଜୟ ନାରାୟଣ ତ୍ରୀପାଠୀ, ବିଜେପି ପକ୍ଷ ରୁ ଶ୍ରୀ ଭେଷଜ ରଥ ଏବଂ ଶ୍ରୀ ପ୍ରଭାତ ନନ୍ଦ, ଆଇ . ଏନ. ସି. ପକ୍ଷ ରୁ ଶ୍ରୀ ଅଜିତ ପ୍ରସାଦ ଏବଂ ଆପ୍ ପକ୍ଷ ରୁ ଶ୍ରୀ ରାଧା ରମଣ ପଟେଲ ପ୍ରମୁଖ ଉପସ୍ଥିତ ଥିଲେ। ସେହିପରି ସଦର ଉପ ଜିଲ୍ଲାପାଳ ଶ୍ରୀ ଦାଶରଥି ସରାବୁ , ଡେପୁଟି କଲେକ୍ଟର, (ନିର୍ବାଚନ) ସୁଶ୍ରୀ ପ୍ରଧାନ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ନନ୍ଦିନୀ ମୁଣ୍ଡାରୀ, ଉପ ବିଭାଗ ଅଧିକାରୀ ଶ୍ରୀ ସୁଧାଂଶୁ ମହାପାତ୍ର, ସୌମ୍ୟ ରଞ୍ଜନ କର, କିରଣ ପଟେଲ, ନୂତନ ଏକ୍କା , ସ୍ୱୟଂ ସହାୟକ ମହିଳା ର ସଭ୍ୟା, ଛାତ୍ରଛାତ୍ରୀ ପ୍ରମୁଖ ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ।

0
0
0
s2sdefault