ହେଡଲାଇନସ୍:

ପଦ୍ମପୁର ରେ ପରିଭ୍ରମଣ କଲା ଶ୍ରୀ ଜଗନ୍ନାଥଙ୍କ ଅର୍ପଣ ରଥ l

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପଦ୍ମପୁର :- ରାଜ୍ୟ ସରକାରଙ୍କ ଆମ ଓଡ଼ିଶା ନବୀନ ଓଡ଼ିଶା ସହରୀ କାର୍ଯ୍ୟକ୍ରମରେ ଶ୍ରୀ ଜଗନ୍ନାଥ ମନ୍ଦିର ପୁନଃ ସକାଶେ ପ୍ରତ୍ୟେକ ଘରୁ ଅରୁଆ ଚାଉଳ ଓ ଗୋଟା ଗୁଆ ସଂଗ୍ରହ କରିବା ନିମନ୍ତେ ଶ୍ରୀ ଜଗନ୍ନାଥ ମହାପ୍ରଭୁ ଙ୍କ ଅର୍ପଣ ରଥ ତା.୧୦,୦୧,୨୦୬୪ ଜାନୁଆରୀ ଠାରୁ ତା.୧୫.୦୧.୨୦୨୪ ଜାନୁଆରୀ ମଧ୍ୟରେ ବିଜ୍ଞାପିତ ଅଞ୍ଚଳ ପରିଷଦ, ପଦ୍ମପୁର ର ସମସ୍ତ ୱାର୍ଡ ରେ ଭ୍ରମଣ କରିବାର କାର୍ଯ୍ଯକ୍ରମ ରହିଛି । ଏହି କ୍ରମରେ ଶ୍ରୀ ଜଗନ୍ନାଥ ଅର୍ପଣ ରଥ ଆଜି ସକାଳ ୯:୦୦ ଟା ସମୟରେ ଶ୍ରୀ ଜଗନ୍ନାଥ ମନ୍ଦିର, ରାଜାପଡା ଠାରୁ ଆରମ୍ଭ ହୋଇଛି । ବିଧାୟିକା ବର୍ଷା ସିଂ ବରିହା ଦୀପ ପ୍ରଜ୍ବଳନ କରିବା ପରେ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ l ପରେ ଚାଉଳ ଓ ଗୁଆ ସଂଗ୍ରହ କରାଯାଇଥିଲା l ଏହି କାର୍ଯ୍ୟକ୍ରମ ରେ ଏନ୍ ଏ ସି ଅଧ୍ୟକ୍ଷା ସାବିତ୍ରୀ ବାଗ, ଉପାଧ୍ୟକ୍ଷା ଭାରତୀ ପଟ୍ଟନାୟକ, କାର୍ଯ୍ୟନିର୍ବାହୀ ଅଧିକାରୀ ରାମଚନ୍ଦ୍ର ମାଝୀ, ସମାଜସେବୀ ନିରୋଜ ଦୋରା ଙ୍କ ସମେତ ସମସ୍ତ କାଉନ୍ସିଲର ଓ ଏନ୍.ଏ.ସି ର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ l

0
0
0
s2sdefault