ଉମରକୋଟ -ଧାନ ମିଲରେ ଲାଗି ଜଣେ ମହିଳା ଗୁରୁତର ହୋଇଛନ୍ତି। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ବଡ଼ କୁମାରୀ ପଞ୍ଚାୟତ ଅନ୍ତର୍ଗତ ଜଡାବନ୍ଧ ଗ୍ରାମରେ। ମହିଳା ଜଣଙ୍କ ହେଲେ ଗୋମତୀ ହରିଜନ (୫୫)। ମିଳିଥିବା ସୂଚନା ଅନୁସାରେ ଆଜି ଗୋମତୀ ଧାନ ମିଲିଙ୍ଗ କରୁଥିବା ସମୟରେ ଲୁଗା ଲାଗିଯାଇଥିଲା।ଲୁଗା ଲାଗିଯିବା ଫଳରେ ଗୋମତୀ ମେସିନ ରେ ଲାଗିଯାଇଥିଲେ।ପାଖାରେ ଥିବା ଅନ୍ୟ ଲୋକେ ଗୋମତୀ ଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଉମରକୋଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ଆଣିଥିଲେ। ପ୍ରାଥମିକ ଚିକିତ୍ସା ପରେ ଗୋମତୀ ଅବସ୍ଥା ଗୁରୁତର ହେବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା। ମେସିନ ରେ ଲାଗିଯିବା ଫଳରେ ଗୋମତୀ ଡାହାଣ ଗୋଡ ଜଙ୍ଗରେ ଗଭୀର ଆଘାତ ଲାଗିଥିବା ବେଳେ ଡାହାଣ ହାତରେ ଆଘାତ ଲାଗିଛି।
ରାଜ୍ୟ
ଧାନ ମେସିନ ରେ ଲାଗି ମହିଳା ଗୁରୁତର।
- Hits: 339








