ହେଡଲାଇନସ୍:

କଳାହାଣ୍ଡି ଜିଲ୍ଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ "ସୋସିଆଲ ୱେଲଫେୟାର ଅର୍ଗାନାଇଯେସନ୍" କଳାହାଣ୍ଡି ପରିବାର ତରଫରୁ କମ୍ବଳ ବଣ୍ଟନ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

କଳାହାଣ୍ଡିରୁ ରୋହିତ କୁମାର ନାଏକ/ ଶାସକ ପ୍ରଶାସକ: କଳାହାଣ୍ଡି ଜିଲ୍ଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ "ସୋସିଆଲ ୱେଲଫେୟାର ଅର୍ଗାନାଇଯେସନ୍", କଳାହାଣ୍ଡି ପରିବାର କଳାହାଣ୍ଡି ଜିଲ୍ଲା ର ଏକ ଦାନ୍ତବ୍ୟ ସେବା ସଂସ୍ଥା। ଏହି ସଂସ୍ଥା ୨୦୧୮ ମସିହାରୁ ବିଭିନ୍ନ ସ୍ଥାନରେ ପଥଚାରୀ ଙ୍କୁ ଜଳଦାନ, ରକ୍ତଦାନ ଶିବିର, ଜରୁରୀ କାଳୀନ ସମୟରେ ରୋଗୀ କୁ ରକ୍ତ ଯୋଗାଇ ଦେବା, ଶବଦାହ, ବେସାହାରା ଲୋକମାନଙ୍କୁ ବସ୍ତ୍ରଦାନ , ବୃକ୍ଷ ରୋପଣ କାର୍ଯ୍ୟକ୍ରମ, ସଫେଇ ଅଭିଯାନ, ସଚେତନତା ଅଭିଯାନ ପରି ବିଭିନ୍ନ ସେବାମୂଳକ କାର୍ଯ୍ୟ କରି ଆସୁଛି। ସେହି କ୍ରମରେ ସଂସ୍ଥା ପକ୍ଷରୁ ନର୍ଲା ବ୍ଲକ ଅନ୍ତର୍ଗତ ସାତପୁର ଠାରେ ଅସହାୟ ଗରିବ ବୃଦ୍ଧ ପିତାମାତାମାନଙ୍କୁ କମ୍ବଳ ବଣ୍ଟନ କରାଯାଇଥିଲା। "ସୋସିଆଲ ୱେଲଫେୟାର ଅର୍ଗାନାଇଯେସନ୍", କଳାହାଣ୍ଡି ପରିବାର ର ମହିଳା ସଭାନେତ୍ରୀ ଶ୍ରୀମତୀ ଶାନ୍ତି ମାଝୀ ଙ୍କ ଅଧ୍ୟକ୍ଷତାରେ ଏହି ସେବା କାର୍ଯ୍ୟ କରାଯାଇଥିଲା । ସ୍ଥାନୀୟ ପୂର୍ବତନ ସରପଞ୍ଚ ଶ୍ରୀ ଲୋକନାଥ ସା, ସମାଜସେବୀ ଶ୍ରୀ ରଞ୍ଜିତ ମାଝୀ, ଭାରତୀୟ ଯବାନ ଶ୍ରୀ ପ୍ରଶନ୍ନ ନାଏକ, ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଏହି ମହତ୍ କାର୍ଯ୍ୟ ସମ୍ପାଦିତ କରିଥିଲେ । ଅନୁଷ୍ଠାନ ର କାର୍ଯ୍ୟକର୍ତ୍ତା ଦିଲୀପ ନାଏକ, ସଂଗ୍ରାମ କମପାନ୍, ଭୋଲା ଶଙ୍କର ପାତ୍ର, ରଞ୍ଜନ ସା, ସୋମ ପାଢ଼ୀ, ଲକ୍ଷ୍ମୀ ଗଉଡ଼, ରଞ୍ଜିତ ବେଶ୍ରା, ମନୋଜ ସାହୁ, ପ୍ରଦୀପ ପ୍ରଧାନ , ପୃଥିରାଜ ସାହୁ ମିତ୍ରଭାନୁ ଦାସ
ବିରଂଚି କରୁଆ ଯଗୁଲାଲ ମାଝୀ ଏବଂ ସାତପୁର ପଞ୍ଚାୟତ ର ୧୦ ଜଣ ଆଶା କର୍ମୀ ପ୍ରମୁଖ ଉପସ୍ଥିତ ଥିଲେ। ଅସହାୟ ଅବସ୍ଥାରେ ଥିବା ୯୦ ଜଣ ନିରୀହ ବୃଦ୍ଧ ବାପା ମାଆ ଙ୍କୁ ପ୍ରବଳ ଶୀତ ଦାଉରୁ ରକ୍ଷା ପାଇବା ପାଇଁ ଶୀତ ବସ୍ତ୍ର ବଣ୍ଟନ କରାଯାଇଥିଲା । ଶେଷରେ ଶାନ୍ତି ମାଝୀ ସମସ୍ତଙ୍କୁ ଧନ୍ୟବାଦ ଜଣାଇ ଥିଲେ

 

0
0
0
s2sdefault