ଭଞ୍ଜନଗର {ଉଦୟନାଥ ପଣ୍ଡା} : କଥା ରେ ଅଛି ମାଁ ହି ସ୍ୱର୍ଗ ମାଁ ହି ଶ୍ରେଷ୍ଠ, ମା ଅଛି ତ ସବୁ ଅଛି, କିନ୍ତୁ ଆଜି ମା ନିଜ ପିଲା ମାନଙ୍କୁ ସେହି ସ୍ନେହ ଆଦର ଦେଇ ପାରୁଛି ,କିନ୍ତୁ ପ୍ରତି ବଦଳରେ ଦେଇ ପାରୁନି ବାପାର ଅଳି ଅର୍ଦ୍ଦଳି ର ପାଉଣା।
ଆମେ ଆଜି ଏହିପରି ଏକ ପରିବାର ର କଥା ଦର୍ଶାଇବାକୁ ଯାଉଛୁ, ଯେଉଁଠି ଅନ୍ୟ ସହୃଦୟ ବ୍ୟକ୍ତି ର ସ୍ଥାନରେ ଜରି ପାଲ ଟାଣି ଚାରିହାତିଆ ଖଣ୍ଡେ ଘରରେ କଷ୍ଟେମଷ୍ଟେ ମୁଣ୍ଡ ଗୁଞ୍ଜିଛନ୍ତି ପରିବାରର ପାଞ୍ଚ ଛଅ ପ୍ରାଣୀ କୁଟୁମ୍ବ। କିନ୍ତୁ ମନରେ ଶାନ୍ତି ନାହିଁ , ଅନେକ ସ୍ୱପ୍ନ ଅଛି କିନ୍ତୁ ନିଦ ନାହିଁ।
ଗଞ୍ଜାମ୍ ଜିଲ୍ଲା ବେଲଗୁଣ୍ଠ। ବ୍ଲକ ଅନ୍ତର୍ଗତ ନୁଆଁ ଗାଁ ପଞ୍ଚାୟତ ର ନୂଆଗାଁ ଗୋପୀନାଥ ମନ୍ଦିର ସାହିରେ ରୁହନ୍ତି ବବି ପ୍ରଧାନ। ତାଙ୍କ ସ୍ଵାମୀ ଅଶୋକ ପ୍ରଧାନ ବର୍ଷେ ତଳେ ହୃଦଘାତରେ ମୃତ୍ୟୁବରଣ କରିଥିଲେ। ସ୍ଥାନୀୟ ପଞ୍ଚାୟତ ବାସିନ୍ଦା ଙ୍କ କହିବାନୁସାରେ,ସେ ଜଣେ ପରୋପକାରୀ ଓ ମେଧାବୀ ଉଚ୍ଚ ଶିକ୍ଷିତ ବ୍ୟକ୍ତି ଥିଲେ। ଏବଂ ସେ ମନରେ ଅନେକ ସ୍ବପ୍ନ ନେଇ ସେହି ପଞ୍ଚାୟତ ର ଆଖପାଖ ସାହିରେ ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷାଦାନ କରିବା ସହିତ କିଛି ରୋଜଗାର କରୁଥିଲେ ଓ ସେଥିରେ ତାଙ୍କର ପରିବାରର ଗୁଜୁରାଣ ମେଣ୍ଟୁଥିଲା । ହଠାତ୍ ତାଙ୍କର ଅକାଳ ମୃତ୍ୟୁରେ ସତେ ଯେପରି ଘୋର ଅନ୍ଧକାର ମାଡି ଆସିଛି ତାଙ୍କ ପରିବାରକୁ। ବର୍ତ୍ତମାନ ସ୍ଵର୍ଗତ ଅଶୋକ ଙ୍କ ପରିବାର କହିଲେ, ତାଙ୍କ ବିଧବା ବେସାହାରା ସ୍ତ୍ରୀ ,ତିନି ଝିଅ ଗୋଟିଏ ପୁଅ । ବିଧବା ସ୍ତ୍ରୀ ବା ପରିବାର ର ମାଁ ଟି କରିବ ବା କଣ ? ଯେଉଁ ପିଲା ମାନେ ପାଠ ପଢିବା କଥା ସେ ବୟସରେ ସେମାନେ କୁନି କୁନି ହାତରେ ଦୀପ ଫୁଲ ସଜାଡ଼ି ବିକୁ ଛନ୍ତି ଘର ଠୁ କିଛି ଦୁରରେ ଥିବା ଶନିଶ୍ଚର ମନ୍ଦିର ଆଗରେ, ସେ ପୁଣି ସପ୍ତାହକୁ ଥରେ ଶନିବାର ଦିନ। ସେଥିରୁ ଭାଗ୍ୟକୁ ଆଦରି ଯାହା ରୋଜଗାର ହୁଏ ସେଥିରେ ଚଳନ୍ତି ଶିକ୍ଷିତ ପରିବାର। ଧନର ଅଭାବ ଓ ବସବାସ କରିବା ପାଇଁ ସ୍ଥାନର ଅଭାବ ଯୋଗୁଁ ପିଲାଙ୍କ ପାଠ ପଢ଼ାରେ ବନ୍ଧା ହୋଇଛି ଡୋରି। ବଡ ଝିଅଟି ର ବିବାହ ପ୍ରସ୍ତାବ ଆସିଛି କିନ୍ତୁ ମାର ସାହସ ହୋଇ ପାରୁନି କିପରି ଏ ବିବାହ କରାଇବ।
ସରକାର ଶିକ୍ଷା ର ବିକାଶ ପାଇଁ ଛାତ୍ରଛାତ୍ରୀ ମାନଙ୍କ ଭବିଷ୍ୟତ ର ଉନ୍ନତି ପାଇଁ ନାନା ଯୋଜନା କରୁଛନ୍ତି | କିନ୍ତୁ ସମସ୍ତ ଯୋଜନା ଠାରୁ ଏ ପରିବାର ଦୂରରେ। ଘର ଖଣ୍ଡିଏ ନ ଥିବାରୁ ବାରଦାଣ୍ଡର ଶୁଣ୍ଢୀପିଣ୍ଡା ହେବାକୁ ପଡୁଛି | ଜରି ପାଲ ଘେରା ଘରେ ଶୀତ କାକରରେ ଦିନ କାଟୁଛନ୍ତି ଏ ପରିବାର। ସେଥିନିମିତ୍ତ ପ୍ରଶାସନିକ ସ୍ତରରେ ଏହି ଵେସାହାରା ଶିକ୍ଷିତ ପରିବାର କୁ ସରକାରଙ୍କ ବିଭିନ୍ନ ଯୋଜନାର କିଛି ସଫଳ ସାହାଯ୍ୟ ମିଳିପାରିଲେ ଅନେକ କୋମଳ ଜିବନ ଜିଇଁବା ର ରାସ୍ତା ସରଳ ପାଇପାରନ୍ତା। ଯଦି କୌଣସି ସହୃଦୟ ବଦାନ୍ୟ ବ୍ୟକ୍ତି କିମ୍ବା ସେବା ସଂଘ ସହଯୋଗ କରିବା ପାଇଁ ଚାହାନ୍ତି ତା ହେଲେ ଏହି ନମ୍ବର ରେ{୮୬୫୮୫୭୯୦୨୧} ନିଶ୍ଚିତ ହୋଇ ଯୋଗାଯୋଗ କରି ପାରିବେ।
ରାଜ୍ୟ
ପଲିଥିନ୍ ତଳେ ଵେସାହାରା ଶିକ୍ଷିତ ପରିବାର
- Hits: 538







