ହେଡଲାଇନସ୍:

ମାହାଙ୍ଗା ବିଜେପି ପକ୍ଷରୁ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ମହାନ ରାଷ୍ଟ୍ରନାୟକ ଅଟଳବିହାରୀ ବାଜପେୟୀଙ୍କ ୯୯ତମ ଜୟନ୍ତୀ ପାଳିତ l

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 (ମାହାଙ୍ଗା -ଶାସକ ପ୍ରଶାସକ): ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ, ମହାନ ରାଷ୍ଟ୍ରନାୟକ, ଲେଖକ, ବାଗ୍ମୀ, କବି, ସାମ୍ବାଦିକ, ନିର୍ଭିକ, ସ୍ପଷ୍ଟବାଦୀ, ରାଷ୍ଟ୍ରଭକ୍ତ ଭାରତରତ୍ନ ସ୍ୱର୍ଗତ ଅଟଳବିହାରୀ ବାଜପେୟୀଙ୍କ ୯୯ତମ ଜୟନ୍ତୀ ଓ ସୁଶାସନ ଦିବସ ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୋଠପଦାସ୍ଥିତ ଗଣକବି ବୈଷ୍ଣବ ପାଣିଙ୍କ ପ୍ରତିମୂର୍ତ୍ତି ମଣ୍ଡପ ପାଖରେ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମାହାଙ୍ଗା ବରିଷ୍ଠ ବିଜେପି ନେତା ତଥା ସଦସ୍ୟ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ମନ୍ତ୍ରଣାଳୟ ରାଷ୍ଟ୍ରିୟ ବୋର୍ଡ ଭାରତ ସରକାର ଚୌଧୁରୀ ପ୍ରଭାତ କେଶରୀ ମିଶ୍ର ଯୋଗଦାନ କରି ଅଟଳ ବିହାରୀ ବାଜପେୟୀଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ । ମୁଖ୍ୟବକ୍ତା ଭାବେ ମନୋରଂଜନ ବେହୁରା, ସମ୍ମାନୀତ ଅତିଥି ଭାବେ ଶୁଭେନ୍ଦୁ କର, ନିରଞ୍ଜନ ମୁଦୁଲି, ତ୍ରିଲୋଚନ ଷଢଙ୍ଗୀ, ମିନକେତନ ଦାସ, ପ୍ରବୋଧ ଷଢଙ୍ଗୀ, ବିଜେପି ନାରୀନେତ୍ର ଅହଲ୍ୟା ଜେନା, ଜ୍ୟୋର୍ତିମୟୀ ନାୟକ, ବିଶ୍ୱନାଥ ପଲେଇ, ଅଶୋକ ସିଂହ, ଅଜୟ ମହାପାତ୍ର, ବିଭୂତିଭୂଷଣ ସ୍ୱାଇଁ, ଜୀବିତେଷ ମିଶ୍ର, ଗଣେଶ୍ୱର ଖଟୁଆ, ଇଂ. ଶିଶିର ପରିଡା, ଅଧ୍ୟାପକ ଶ୍ରୀକାନ୍ତ ଦାସ, ଜଗବନ୍ଧୁ ସ୍ୱାଇଁ, ପ୍ରମୋଦ ବାରିକ, ଶିବନାରାୟଣ ଜେନା, ସୁକାନ୍ତ ଦାସ, ଚୌଧୁରୀ ପ୍ରଶାନ୍ତ ନନ୍ଦ, ଦିଲ୍ଲୀପ କୁମାର ସ୍ୱାଇଁ, ବୀରବର ସ୍ୱାଇଁ, ବୈଦ୍ୟନାଥ ବେହେରା ପ୍ରମୁଖଙ୍କ ସମେତ ବହୁ ବିଜେପି କାର୍ଯ୍ୟକର୍ତ୍ତା ଯୋଗଦେଇଥିଲେ । ଏହି କାର୍ଯକ୍ରମରେ ଯୁବ କଣ୍ଠଶିଳ୍ପୀ କୁମାର ଜାନୁ(ମାନଗୋବିନ୍ଦ ରାଉତ) ଦେଶାତ୍ମକବୋଧକ ସଂଗୀତ ଗାନ କରିଥିଲେ ।

0
0
0
s2sdefault