ହେଡଲାଇନସ୍:

ବେଲଗୁଣ୍ଠା ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା ଶୀତକାଳୀନ ସ୍ଵତନ୍ତ୍ର ସେବା ଶିବିର ଉଦ୍‌ଘାଟିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା ଶୀତକାଳୀନ ସ୍ଵତନ୍ତ୍ର ସେବା ଶିବିର ଅଧ୍ୟାପକ ଡ ଗୁରୁମୂର୍ତ୍ତୀ ନାୟକଙ୍କ ପୌରୋହିତ୍ୟରେ ଉଦ୍‌ଘାଟିତ ହୋଇଯାଇଛି I ଏହି ଶିବିରରେ କାର୍ଯ୍ୟକ୍ରମ ଅଧିକାରୀ ସପନ କୁମାର ପ୍ରଧାନଙ୍କ ଆବାହକତ୍ୱରେ 50 ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଛନ୍ତି I ସ୍ଵତନ୍ତ୍ର ସେବା ଶିବିରର ଉଦ୍ଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ତନରଡା ସରପଞ୍ଚ ପ୍ରତିନିଧି ଅନୀଲ୍ କୁମାର ପାଠୀ ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ବେଲଗୁଣ୍ଠା ପ୍ରେସକ୍ଲବ ସଭାପତି ପ୍ରଦ୍ୟୁମ୍ନ ପାତ୍ର, ସମ୍ମାନୀତ ଅତିଥି ରୂପେ ଅଧ୍ୟାପକ ଅଶୋକ କୁମାର ପ୍ରଧାନ , ସୀମା ସାମଲ ଏବଂ ଯୁବ ସାମ୍ବାଦିକ ଶିବରାମ ଚୌଧୂରୀ ପ୍ରମୁଖ ମଞ୍ଚାସୀନ ରହି ସ୍ଵେଚ୍ଛାସେବୀ ମାନଙ୍କୁ ଉତ୍ସାହିତ କରିଥିଲେ I କାର୍ଯ୍ୟକ୍ରମ ଅଧିକାରୀ ସପନ କୁମାର ପ୍ରଧାନ ସାତଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ସ୍ଵତନ୍ତ୍ର ସେବା ଶିବିରର କାର୍ଯ୍ୟ ଖସଡ଼ାର ସୂଚନା ଦେବା ସହିତ ଧନ୍ୟବାଦ ଜ୍ଞାପନ କରିଥିଲେ I

0
0
0
s2sdefault