ଜମନକିରା,୨୫/୧୨: କୁଚିଣ୍ଡା ର ବୁଦ୍ଧ ସାମାଜିକ ପରିବର୍ତ୍ତନ ଆନ୍ଦୋଳନ ସମିତି ପକ୍ଷରୁ ଆଜି ଜମନକିରା ବ୍ଲକ ମହଦା ଗ୍ରାମ ପଞ୍ଚାୟତ କଲ୍ୟାଣ ମଣ୍ଡପରେ କୁଚିଣ୍ଡା ଉପଖଣ୍ଡ ସ୍ଥିତ ମହଦା ଗ୍ରାମରେ ମନୁସ୍ମୃତି ଦହନ ଦିବସ ପାଳନ ହୋଇଯାଇଛି। ଏହି ଅବସରରେ ଅନୁଷ୍ଠିତ ଏକ ଦିବସୀୟ ଆଲୋଚନା ସଭାରେ ଓଡ଼ିଶା ଓବିସି ମଞ୍ଚର ମହାସରଚିବ ସୁବାଷ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ମାନବ ବାଦ ପ୍ରସାର ବିନା ଦେଶରେ ଜାତି ପ୍ରଥା ନିର୍ମୁଳନ ଅସମ୍ଭବ ବୋଲି ପ୍ରତିକ୍ରିୟା ରଖିଥିଲେ । ମୁଖ୍ୟ ବକ୍ତା ଭାବେ ଯୋଗଦେଇ କୋରାପୁଟର ପ୍ରମୁଖ ବହୁଜନ ବାଦୀ ଚିନ୍ତକ ପ୍ରଶାନ୍ତ ବୁଦ୍ଧ ଆଜି ଦେଶରେ ସାମ୍ବିଧାନିକ ବିଚାର ଧୀରେ ଧୀରେ ନାଶ ହୋଇ ସାମ୍ପ୍ରଦାୟିକ ବିଚାର ବଢୁଥିବା ଯୋଗୁଁ ଦେଶର ସୌହାର୍ଦ୍ୟ ପ୍ରତି ବିପଦ ଜନକ ହେବ ବୋଲି ବକ୍ତବ୍ୟ ରଖିଥିଲେ। ଏହା ବ୍ୟତୀତ ସମ୍ମାନିତ ଅତିଥି ଭାବେ ପଶ୍ଚିମ ଓଡିଶାର ବିଶିଷ୍ଟ ଛାତ୍ର ନେତା ଅସୀମ ପଟେଲ, କୋରାପୁଟ କେନ୍ଦ୍ରିୟ ବିଶ୍ୱ ବିଦ୍ୟାଳୟର ଅଧ୍ୟାପିକା ଡ଼. କଲ୍ୟାଣୀ ସୁନା, ଜୀବନ ବୀମା କର୍ମଚାରୀ ନେତା ପବନ ଲୁହା ଯୋଗଦେଇ ବିକାଶ ନାମରେ ସାମାଜିକ ଶୋଷଣ, ବହୁଜନ ବର୍ଗ ପ୍ରତି ଶିକ୍ଷା କ୍ଷେତ୍ର ରେ ଉଦାସୀନତା ଓ କୁସଂସ୍କାର ଉପରେ ନିଜର ବକ୍ତବ୍ୟ ରଖିଥିଲେ। ଏହି କାର୍ଯ୍ୟକ୍ରମ ରେ କେଦାର ଲୁହା ସଭାପତିତ୍ୱ କରିଥିବା ବେଳେ ସୁରୁମଣି ସୁନାନି ପ୍ରାରମ୍ଭିକ ସୂଚନା ପ୍ରଦାନ ସହ ଧନ୍ୟବାଦ ଅର୍ପଣ କରିଥିଲେ ।ଏହି କାର୍ଯ୍ୟକ୍ରମ ରେ ସଂଗଠନର ଶ୍ରଦ୍ଧା କର ଜୟପୂରିଆ,ସତ୍ୟ ନାରାୟନ ଗର୍ଡିଆ ପ୍ରମୁଖ ଆୟୋଜନରେ ସକ୍ରିୟ ସହଯୋଗ କରି ଥିଲେ।
ରାଜ୍ୟ
ମନୁ ସଂହିତା ଦହନ ଦିବସରେ ଆଲୋଚନା ସଭା
- Hits: 248







