ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗ୍ରାହକ ଅଧିକାର ସୁରକ୍ଷା ସଂଘ ପକ୍ଷରୁ ୟୁ ଟେକ୍ କମ୍ପ୍ୟୁଟର ପ୍ରଶିକ୍ଷଣ କେନ୍ଦ୍ର ରେ ଜାତୀୟ ଗ୍ରାହକ ସୁରକ୍ଷା ଦିବସ - ୨୦୨୩ ପାଳିତ ହୋଇଥିଲା।
ଜିଲ୍ଲା ଉପ-ସଭାପତି ତନୁଜା ଶତପଥୀଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ରୂପେ ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ବିଚିତ୍ରା ନନ୍ଦ ବେବର୍ତ୍ତା , ମୁଖ୍ୟ ବକ୍ତା ଭାବେ ଭାଗବତ ପାଢ଼ୀ , ଜିଲ୍ଲା ସମ୍ପାଦକ ରକୋମ ଲୋକନାଥ , ସଂଯୋଜକ ଲୋକନାଥ ମିଶ୍ର , ଗ୍ରାହକ ର ସୁରକ୍ଷା ଓ ମୌଳିକ ଅଧିକାର ବିଷୟ ରେ ନିଜ ନିଜ ବକ୍ତବ୍ୟ ରଖିଥିଲେ।
ଗ୍ରାହକର ସୁରକ୍ଷା ଓ ମୌଳିକ ଅଧିକାର ବିଷୟ ରେ ତର୍କ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଉକ୍ତ ପ୍ରତିଯୋଗିତାରେ ବହୁ ଛାତ୍ର ଛାତ୍ରୀ ମାନେ ଭାଗ ନେଇଥିଲେ। କୃତି ପ୍ରତିଯୋଗୀଙ୍କୁ ଅତିଥି ମାନେ ପ୍ରମାଣ ପତ୍ର ଓ ପୁରସ୍କାର ପ୍ରଦାନ କରାଥିଲେ। ଶେଷରେ ଲିଙ୍ଗରାଜ ପାଣିଗ୍ରାହୀ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ।
ରାଜ୍ୟ
ଜାତୀୟ ଗ୍ରାହକ ସୁରକ୍ଷା ଦିବସ -୨୦୨୩ ପାଳିତ
- Hits: 306







