ଗାଇସିଲାଟ/ମନ ଡନସନା- ଗାଇସିଲାଟ ବ୍ଳକ ଅନ୍ତର୍ଗତ କନ୍ଦାଗାଡ ସ୍ଥିତ ଜଗନ୍ନାଥ ଉଚ୍ଚବିଦ୍ୟାଲୟର ବାର୍ଷିକ କ୍ରୀଡା ଉତ୍ସବ ଦୁଇ ଦିନ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ବିଷ୍ଣୁ ଭୋଇ ଙ୍କ ସଭାପତିତ୍ୱରେ ବିଭିନ୍ନ କ୍ରୀଡା ଅନୁଷ୍ଠିତ ହୋଇଥିଲା l ସଭାରେ ମୁଖ୍ୟ ଅତିଥି କନ୍ଦାଗାଡ ସରପଞ୍ଚ ଜୟନ୍ତୀ ସାହୁ ମୁଖ୍ୟବକ୍ତା ରୋହିତ ସାହୁ ସମ୍ମାନୀତ ଅତିଥି ଭାବେ କନ୍ଦାଗାଡ ମଞ୍ଚାସୀନ ଥିଲେ । ଏହି ଅବସର ରେ ବିଦ୍ୟାଲୟର କୃତି ଛାତ୍ରଛାତ୍ରୀଙ୍କୁ ବାର୍ଷିକ ଉତ୍ସବ ପୁରସ୍କୃତ କରିବା ପାଇଁ ପ୍ରଧାନ ଶିକ୍ଷକ କହିଥିଲି । ଖେଳ ଶିକ୍ଷକ ଅଶେଷ ଦାଶ ଅକ୍ଲାନ୍ତ ଉଦ୍ୟମ ଓ ଅନ୍ୟ ଶିକ୍ଷକ ଅଣ ଶିକ୍ଷକ ଙ୍କ ସହଯୋଗ ରେ ସମସ୍ତ ଖେଳ ଛାତ୍ରଛାତ୍ରୀ ଆନନ୍ଦ ଅଂଶ କରି ସମାପିତ ହୋଇ ଥିଲା l ଶିକ୍ଷକ ପ୍ରଦୀପ ଗଡତିଆ ସଂଗ୍ରାମ ଗଡତିଆ ସୌଦାଗର ବାରିକ ସୁନନ୍ଦ ସାହୁ ହିମାଂଶୁ ସାହୁ ସରୋଜ କୁମାର ତ୍ରିବେଦୀ ପ୍ରମୁଖ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ ।ଶେଷରେ କନ୍ଦାଗାଡ଼ ର ସମିତି ସଭ୍ୟା ସରୋଜିନୀ ପଧାନ କ୍ରୀଡା ପତାକା ଅବତଳନ କରିଥିଲେ ଓ ଛାତ୍ରଛାତ୍ରୀ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
ରାଜ୍ୟ
କନ୍ଦାଗାଡ ଉଚ୍ଚବିଦ୍ୟଲୟର ବାର୍ଷିକ କ୍ରୀଡା ଉତ୍ସବ
- Hits: 147







