ହେଡଲାଇନସ୍:

ବଜାରରେ ପ୍ରବେଶ କଲା ୟଙ୍ଗ ଓଡ଼ିଆ ଷ୍ଟାର୍ଟଅପ "ପ୍ରକୃତି ରସ" ମସଲା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବଜାରରେ ମିଳିବ ଅଦା ପାଉଡର, ପିଆଜ ପାଉଡର, ରସୁଣ ପାଉଡର ଭଳି ସ୍ୱତନ୍ତ୍ର ଉତ୍ପାଦ


ଭୁବନେଶ୍ୱର, ୨୦ ଡିସେମ୍ବର ୨୦୨୩: ବିଶୁଦ୍ଧ ଓ ସୁସ୍ଥକର ମସଲା କ୍ଷେତ୍ରକୁ ନୂଆ ପରିଚୟ ଦେବା ପାଇଁ ଓ ଏ କ୍ଷେତ୍ରରେ ଏକ ସ୍ୱାତନ୍ତ୍ର୍ୟ ଜାହିର କରିବା କରିବା ଲାଗି ପ୍ରତିବଦ୍ଧ ଓଡ଼ିଶାର ନୂଆ ଷ୍ଟାର୍ଟ ଅପ ତଥା ସ୍ଥାନୀୟ ମସଲା କଂପାନି "ପ୍ରକୃତିରସ" ର ଶୁଭାରମ୍ଭ ସହିତ ଓଡ଼ିଶାର ରୋଷେଇ କ୍ଷେତ୍ରରେ ଏକ ସୁସ୍ୱାଦୁ ବିପ୍ଳବ ଆରମ୍ଭ ହୋଇଛି । ଉଭୟ ସ୍ୱାସ୍ଥ୍ୟ ଓ ସୁଗନ୍ଧଭରାକୁ ପ୍ରାଥମିକତା ପ୍ରଦାନ କରିବା ଲକ୍ଷ୍ୟ ନେଇ ପ୍ରକୃତିରସ ପ୍ରତି ମସଲାର ଅସଲିପଣର ପ୍ରତୀକ ହେବା ଲାଗି ପ୍ରତିଶ୍ରୁତି ଦେଇଛି ।
ପ୍ରକୃତିରସ ୧୦୦% ବିଶୁଦ୍ଧ ମସଲା ପ୍ରଦାନ କରିବା ଲାଗି ଗୌରବାନ୍ୱିତ ମନେ କରୁଥିବା ବେଳେ ଏଭଳି ରୋଷେଇ ଅନୁଭବକୁ ସୁନିଶ୍ଚିତ କରୁଛି ଯାହା କେବଳ ସ୍ୱାଦତନ୍ତ୍ରି କୁ ବିମୋହିତ କରୁନାହିଁ, ବରଂ ଗ୍ରାହକମାନଙ୍କ କଲ୍ୟାଣକୁ ପ୍ରାଥମିକତା ପ୍ରଦାନ କରୁଛି । କଂପାନିର ସୁଗନ୍ଧଯୁକ୍ତ ମସଲା ରୋଷେଇ ଅନୁଭବ ବଢ଼ାଇବାର ପ୍ରତିଶ୍ରୁତି ଦେଉଥିବା ବେଳେ ମସଲା ପ୍ରେମୀଙ୍କ ମଧ୍ୟରେ ନୂଆ ମାନଦଣ୍ଡ ଧାର୍ଯ୍ୟ କରିଛି ।
ଅଗ୍ରଣୀ ରୋଷେଇ କଳା ଭିତିକ ରିଅଲିଟି ସୋ’ ମାଷ୍ଟରସେଫରେ ଶ୍ରେଷ୍ଠ ସାତ ମଧ୍ୟରେ ସ୍ଥାନ ପାଇଥିବା ସେଫ୍ ବିଶ୍ୱଜିତ ଏହି ଉନ୍ମୋଚନ ସମାରୋହରେ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଅବସରରେ କଂପାନିର ପରିଚାଳନା ନିର୍ଦ୍ଦେଶକ ହିମାଦ୍ରୀ ତନୟା ଜେନା, ନିର୍ଦ୍ଦେଶକ ଅଙ୍କିତ ମହାପାତ୍ର ଓ ଶୁଭ୍ରଜିତ ଲେଙ୍କା ଉପସ୍ଥିତ ଥିଲେ । ତାଙ୍କ ଲକ୍ଷ୍ୟ ଓ ସମର୍ପଣ ଭାବ ପ୍ରତି ମସଲାରେ ଉତ୍କର୍ଷ ପ୍ରଦାନ କରିବାରେ ପ୍ରକୃତିରସର ସମର୍ପଣ ଭାବକୁ ଦର୍ଶାଉଛି ।
ଓଡ଼ିଶାରେ ପ୍ରକୃତିରସର ଗୌରବମୟ ଶୁଭାରମ୍ଭ ହୋଇଥିବା ବେଳେ ଭବିଷ୍ୟତ ଲାଗି କଂପାନି ମହତ୍ୱକାଂକ୍ଷୀ ଯୋଜନା ନିର୍ଧାରଣ କରିଛି । ଆସନ୍ତା ଛଅ ମାସରେ ପ୍ରକୃତିରସ ଏହାର ସୁଗନ୍ଧଭରା ଯାତ୍ରାକୁ ସାରା ଦେଶରେ ବିସ୍ତାର କରି ଜାତୀୟ ସ୍ତରରେ ପରିବାରଗୁଡ଼ିକ ପାଖରେ ବିଶୁଦ୍ଧ ଓ ସୁସ୍ଥକର ମସଲା ପହଂଚାଇବାକୁ ଲକ୍ଷ୍ୟ ରଖିଛି ।
ପ୍ରକୃତିରସ ବିବିଧ ପ୍ରକାର ମସଲା ଉପସ୍ଥାପନ କରିଛି ଯାହା ମୁଖ୍ୟତଃ ମୌଳିକ ମସଲା, ମିଶ୍ରିତ ମସଲା ଏବଂ ଗୋଟା ମସଲା ଭଳି ତିନିଟି ବର୍ଗରେ ରହିଛି । ଲଙ୍କା ଗୁଣ୍ଡ, ହଳଦୀ ଗୁଣ୍ଡ, ଧନିଆ ଗୁଣ୍ଡ, ଜୀରା ଗୁଣ୍ଡ, ଚିକେନ ମସଲା, ମିଟ୍ ମସଲା, ଗରମ ମସଲା, ସବ୍ଜୀ ମସଲା, ପଂଚ ଫୁଟଣ, ଗୋଲମରିଚ ଗୁଣ୍ଡ ଓ ଡାଲଚିନି ଗୁଣ୍ଡ ପ୍ରଭୁତି କଂପାନିର ଉତ୍ପାଦ ବର୍ଗମାଳାରେ ରହିଛି ।
ପ୍ରକୃତିରସ ପକ୍ଷରୁ ଅଦା ପାଉଡର, ପିଆଜ ପାଉଡର, ରସୁଣ ପାଉଡର ଭଳି ସ୍ୱତନ୍ତ୍ର ଉତ୍ପାଦ ଉପସ୍ଥାପନ କରାଯାଇଛି, ଯାହା ଗ୍ରାହକମାନଙ୍କୁ ସେମାନଙ୍କ ରୋଷେଇରେ ସ୍ୱତନ୍ତ୍ର ଓ ସୁସ୍ୱାଦ ଖାଦ୍ୟ ପରଷିବାର ସୁଯୋଗ ସୃଷ୍ଟି କରୁଛି ।
ପ୍ରକୃତିରସ ଉତ୍ପାଦର ସ୍ୱତନ୍ତ୍ରତା ଏହାର ସ୍ୱତନ୍ତ୍ର ବିକ୍ରି ଉପସ୍ଥାପନାରେ ଅନ୍ତର୍ନିହୀତ ରହିଛି । ବିନା କୌଣସି ରସାୟନ ଓ ରଙ୍ଗରେ ପ୍ରତିଟି ମସଲାକୁ ପ୍ରସ୍ତୁତ କରାଯାଇଛି ଯାହା ରୋଷେଇର ପ୍ରାକୃତିକ ଓ ଅସଲିପଣ ଅନୁଭୂତିକୁ ବଜାୟ ରଖିଛି ।
ପ୍ରକୃତିରସର ପରିଚାଳନା ନିର୍ଦ୍ଦେଶକ ହିମାଦ୍ରୀ ତନୟା ଜେନା କହିଛନ୍ତି ଯେ, “ପ୍ରକୃତିରସ କେବଳ ଏକ ମସଲା କଂପାନି ନୁହେଁ, ଏହା ହେଉଛି ଶୁଦ୍ଧତା ଓ ସ୍ୱାସ୍ଥ୍ୟ ପ୍ରତି ପ୍ରତିବଦ୍ଧତା । ଆମେ ଏହି ଯାତ୍ରା ଆରମ୍ଭ କରିବା ଏବଂ ମସଲା ଦୃଶ୍ୟପଟ୍ଟକୁ ପୁନଃନିର୍ଦ୍ଧାରଣ କରିବାକୁ ପ୍ରତିବଦ୍ଧ ରହିଛୁ ।’’
ନିର୍ଦ୍ଦେଶକ ଅଙ୍କିତ ମହାପାତ୍ର କହିଛନ୍ତି ଯେ, “ଆମେ ଏଭଳି ମସଲା ଗ୍ରାହକଙ୍କୁ ଭେଟି ଦେବା ଉପରେ ଗୁରୁତ୍ୱାରୋପ କରୁଛୁ ଯାହା କେବଳ ଆପଣଙ୍କ ଖାଦ୍ୟର ସ୍ୱାଦ ବଢ଼ାଇବ ନାହିଁ, ବରଂ ଏକ ସୁସ୍ଥକର ଜୀବନଶୈଳୀ ପ୍ରତି ଯୋଗଦାନ ପ୍ରଦାନ କରିବ । ’’
ମସଲା ପ୍ରେମୀ, ରୋଷେଇ ଉତ୍ସାହୀ ଏବଂ ସ୍ୱାସ୍ଥ୍ୟ ସଚେତନ ଗ୍ରାହକମାନଙ୍କୁ ସ୍ୱାଦର ଏକ ନୂତନ ଯାତ୍ରା ଆରମ୍ଭ କରିବାକୁ ପ୍ରକୃତିରସ ଆମନ୍ତ୍ରଣ କରୁଛି । କଂପାନି ଜାତୀୟସ୍ତରରେ ସମ୍ପ୍ରସାରଣ ପାଇଁ ଲକ୍ଷ୍ୟ ରଖିଥିବା ବେଳେ ଦୁଇ ମାସ ଭିତରେ ମହାରାଷ୍ଟ୍ରରେ ବଜାର ପ୍ରବେଶର ଲକ୍ଷ ରଖିଛି | ଶୁଦ୍ଧତା, ଗୁଣବତ୍ତା ଏବଂ ସ୍ୱାସ୍ଥ୍ୟକରତା କମ୍ପାନୀର ମୂଳମନ୍ତ୍ର କରି ପ୍ରକୃତି ରସ ଭାରତୀୟ ବଜାରରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ପାଇଁ ପ୍ରତିଶ୍ରୁତି ବଦ୍ଧ ବୋଲି ସଂସ୍ଥା ପକ୍ଷରୁ କୁହାଯାଇଛି |

0
0
0
s2sdefault