ହେଡଲାଇନସ୍:

ନବରଙ୍ଗପୁର ମହିଳା ସ୍ନାତକ ମହବିଦ୍ୟାଳୟରେ ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଆୟୋଜିତ.

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନବରଙ୍ଗପୁର/ଅଶୋକ ସାହୁ, ଶାସକ ପ୍ରଶାସକ: ରାଜ୍ୟ ସରକାରଙ୍କ ତରଫରୁ ନବରଙ୍ଗପୁର ମହିଳା ସ୍ନାତକ ମହାବିଦ୍ୟାଳୟରେ ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ କରାଯାଇଛି । ଏହି ପରିପ୍ରେକ୍ଷୀରେ ଛାତ୍ରୀମାନଙ୍କ ଦ୍ଵାରା ବିଭିନ୍ନ କ୍ରୀଡ଼ା ଉତ୍ସବ ଯଥା - କ୍ରିକେଟ୍ , ବ୍ୟାଡମିଣ୍ଟନ , 100 ,200 ମିଟର ଦୌଡ ପ୍ରତିଯୋଗିତା କରାଯାଇଥିଲା l ତତ୍ ସହିତ ବିଭିନ୍ନ ସାଂସ୍କୃତିକ କାର୍ଯ୍ଯକ୍ରମ ସହ ପ୍ରବନ୍ଧ , ବକୃତା ରଙ୍ଗଲି, ଚିତ୍ରାଙ୍କନ ପ୍ରତିଯୋଗିତାରେ ବହୁ ସଂଖ୍ୟାରେ ଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ । ଆଜିର ଏହି ଉତ୍ସବରେ ମୁଖ୍ୟ ଅତିଥି ରୂପେ ନବରଙ୍ଗପୁର ଜିଲ୍ଲା କ୍ରୀଡ଼ା ଅଧିକାରୀ ଶ୍ରୀ ଜି. ଶ୍ରୀନୁ ରାଓ ଯୋଗଦେଇ କ୍ରୀଡ଼ା ବିଭାଗରେ ଛାତ୍ରୀ ମାନଙ୍କର ଆଗ୍ରହ ଦେଖି ପ୍ରଶଂସା କରିବା ସହିତ ଆହୁରି ଏପରି ଉଦ୍ୟମ ଜାରି ରଖିବାକୁ ପ୍ରେରଣା ଯୋଗାଇଥିଲେ । ଏହି କାର୍ଯ୍ୟକ୍ରମରେ ହେରାଲ୍ଡ କ୍ରିଏଟିଭ ର ନିର୍ଦେଶକ ଅମ୍ବିକା ପ୍ରସାଦ ମହାନ୍ତି ଙ୍କ ସହିତ ଗୋପାଳ କୃଷ୍ଣ ସାହୁ , ପୂର୍ଣ୍ଣଚନ୍ଦ୍ର ତରାଇ ପ୍ରମୁଖ କାର୍ଯ୍ୟକ୍ରମର ପର୍ଯ୍ୟବେକ୍ଷଣ କରିଥିଲେ । ଏଥିରେ ମହାବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ମାଲେଶ୍ଵରୀ ସାହୁ ଯୋଗଦେଇ ସ୍ବାଗତ ଅଭିଭାଷଣ ସାଙ୍ଗକୁ ଛାତ୍ରୀମାନଙ୍କୁ କ୍ରୀଡ଼ା ଦିଗରେ ଉତ୍ସାହିତ କରିଥିଲେ । କାର୍ଯ୍ୟକ୍ରମ ରେ କ୍ରୀଡ଼ା ର ନୋଡାଲ ଅଫିସର୍ ଶ୍ରୀମତୀ ତାଇରା ବେଗାମ୍ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ କାର୍ଯ୍ୟକ୍ରମ ସମ୍ପାଦିତ ହୋଇଥିଲା । ଏଥିରେ ମହାବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକାଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀ ଓ ଛାତ୍ରୀମାନେ ଯୋଗ ଦେଇ କାର୍ଯ୍ୟକ୍ରମଟିକୁ ସଫଳ କରିଥିଲେ ।

0
0
0
s2sdefault