ହେଡଲାଇନସ୍:

ଭଞ୍ଜନଗର କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟର ଛାତ୍ର ଉଚ୍ଚ ପଦସ୍ଥ ସେନା ଅଧିକାରୀ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭଞ୍ଜନଗର/ଉଦୟନାଥ ପଣ୍ଡା: ଭଞ୍ଜନଗର ଅଞ୍ଚଳର କିସାନ୍ କୁମାର ଖଣ୍ଡୁଆଳ(୨୩) ଦେଶ ଜାତିର ସେବାରେ ନିଜକୁ ନିୟୋଜିତ କରି ଭାରତୀୟ ସେନା ବାହିନୀର ଲେଫ୍ଟନାଣ୍ଟ ଭାବେ କାର୍ଯ୍ୟରେ ଯୋଗ ଦେଇଛନ୍ତି। ଆଜି ଡିସେମ୍ବର ୧୨ ତାରିଖ ସୋମବାର ସନ୍ଧ୍ୟାରେ କିଶନ କୁମାର ଭଞ୍ଜନଗର ସ୍ଥିତ ବାଗଦେବୀ ରୋଡ଼ ନୀଳାଦ୍ରି ବିହାର ଦ୍ଵିତୀୟ ଲାଇନରେ ଥିବା ବାସ ସ୍ଥାନକୁ ଫେରିଥିଲେ।ଏହି ଅବସରରେ ତାଙ୍କୁ ସ୍ଥାନୀୟ ଅଞ୍ଚଳର ଜନସାଧାରଣ,ବନ୍ଧୁ ବାନ୍ଧବ ଓ ପରିବାବର୍ଗ ବାଣ ଫୁଟାଇ, ପୁଷ୍ପଗୁଛ ଦେଇ ଶୋଭାଯାତ୍ରାରେ ସ୍ୱାଗତ କରିବା ସହ ବନ୍ଦାପନା କରି ଘରକୁ ପାଛୋଟି ନେଇଥିଲେ। ଏହି ଅବସରରେ ଭଞ୍ଜନଗର ସହରର ବହୁ ସାମ୍ବାଦିକ ଓ ସ୍ଥାନୀୟ ବାସିନ୍ଦା ଉପସ୍ଥିତ ଥିବାରୁ, କିସାନ୍ ଙ୍କ ପରିବାର ଧନ୍ୟବାଦ୍ ଅର୍ପଣ କରିଥିଲେ।କିଶନ କୁମାରଙ୍କ ନିଜ ଗ୍ରାମ ବେଲଗୁଣ୍ଠା ବ୍ଲକ ଜି. ନୂଆଗାଁରେ ହୋଇଥିବା ବେଳେ ବର୍ତ୍ତମାନ ତାଙ୍କ ପରିବାର ଭଞ୍ଜନଗର ଠାରେ ରହୁଛନ୍ତି। ପିତା ପୁର୍ଵତନ ନାଏବ ସୁବେଦାର ଶ୍ରୀ ରଘୁନାଥ ଖଣ୍ଡୁଆଳ ଓ ମାତା ଶ୍ରୀମତି ଗୀତାଞ୍ଜଳି ଖଣ୍ଡୁଆଳଙ୍କର ଦୁଇ ପୁତ୍ର ମଧ୍ୟରୁ ଜ୍ୟେଷ୍ଠ ପୁତ୍ର ହେଉଛନ୍ତି କିସାନ୍ କୁମାର। ଆର୍ମି ପବ୍ଲିକ ସ୍କୁଲ ଡେରାଡୁନ ଠାରେ ଦଶମ ଓ ଯୁକ୍ତ ୨ପରେ ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ଯୁକ୍ତ ତିନି ବିଜ୍ଞାନ କେମିଷ୍ଟ୍ରି ଅନର୍ସରେ ପାସ କରିବା ପରେ ସେନାବାହିନୀ ରେ ଯୋଗ ଦେଇଥିଲେ। ଓଟିଏ ଗୟା ଓ ସିଟିଡବ୍ଲୁ ସିକନ୍ଦରାବାଦ ଠାରେ ୪ବର୍ଷ ଟ୍ରେନିଂ ନେଇ ଜୁନ ୨୦୧୯ରେ କାର୍ଯ୍ୟରେ ଯୋଗ ଦେଇଥିଲେ। ବର୍ତ୍ତମାନ କିସାନ୍ କୁମାର ଲେଫ୍ଟନେଣ୍ଟ୍ କମିଶନର ଭାବେ ହାଇଦ୍ରାବାଦରେ ନିଯୁକ୍ତି ପାଇଛନ୍ତି। ପିତା ସେନାବାହିନୀରେ କାର୍ଯ୍ୟ କରୁଥିବାରୁ ପିଲାଟି ଦିନରୁ କିଶନ ମଧ୍ୟ ଜଣେ ଆର୍ମି ଅଫିସର ହେବାକୁ ଲକ୍ଷ୍ୟ ରଖିଥିଲେ।

0
0
0
s2sdefault