ହେଡଲାଇନସ୍:

ଗ୍ରାମରୁ ବିଶ୍ୱକୁ ମିଲେଟ୍ସର ଯାତ୍ରା : ମିଲେଟ୍ସ ପ୍ରୋତ୍ସାହନରେ ଓଡ଼ିଶାର ଉଦ୍ୟମ ପ୍ରଶଂସନୀୟ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର: ୨୦୨୩ କୁ ଅନ୍ତର୍ଜାତୀୟ ମିଲେଟ ବର୍ଷ ଭାବରେ ପାଳନ କରିବା ନିମନ୍ତେ ଭାରତ ମିଳିତ ଜାତିସଂଘରେ ପ୍ରସ୍ତାବ ଦେବା ପରେ ବିଶ୍ୱର ବହୁ ରାଷ୍ଟ୍ରରେ ମିଲେଟ ଆଲୋଚନାର ପରିସରକୁ ଆସିଥିଲା । ଏହାଦ୍ୱାରା ୨୦୨୩ରେ ବିଶ୍ୱବାସୀ ମିଲେଟରେ ଭରପୂର ହୋଇ ରହିଥିବା ଲାଭଦାୟକ ଗୁଣଗୁଡ଼ିକ ବିଷୟରେ ଜାଣିବାକୁ ପାଇଥିଲେ । ମାତ୍ର ୨୦୧୭ ମସିହାଠାରୁ ଓଡ଼ିଶା ମିଲେଟ୍ସ ମିଶନ୍ ଜରିଆରେ ଓଡ଼ିଶା ରାଜ୍ୟରେ ମିଲେଟ୍ ବିପ୍ଳବ ଆଣିବାର ପ୍ରୟାସ ଜାରି ରଖିଛି ।
ଏସିଆ ମହାଦେଶରେ ସବୁଠାରୁ ବଡ଼ ଯୋଗଦାନକାରୀ ରାଷ୍ଟ୍ର ଭାବରେ ଆମ ଦେଶ ମିଲେଟ ଚାଷ ଏବଂ ମିଲେଟ୍ସରେ ରହିଥିବା ପ୍ରାକୃତିକ ପୁଷ୍ଟିସାର ସମ୍ବନ୍ଧରେ ବିଶ୍ୱବାସୀକୁ ଜଣାଇବା ନିମନ୍ତେ ଦୃଷ୍ଟାନ୍ତମୂଳକ ଭୂମିକା ଗ୍ରହଣ କରିଛି । ମିଲେଟ୍ସ ବିପ୍ଳବରେ ଥିବା ସମସ୍ତ ସର୍ବାଧିକ ଯୋଗଦାନକାରୀଙ୍କ ମଧ୍ୟରେ ସମଗ୍ର ରାଜ୍ୟରେ ତଥା ଦେଶରେ ମିଲେଟ୍ସର ପ୍ରଚାର ଓ ପ୍ରସାର ନିମନ୍ତେ ଯେଉଁଭଳି ପଦକ୍ଷେମାନ ନେଇଛି ତାହା ଅତ୍ୟନ୍ତ ପ୍ରଶଂସନୀୟ । ଓଡ଼ିଶା ମିଲେଟ୍ସ ମିଶନ୍ ରାଜ୍ୟର ବହୁ ଆର୍ଥିକ ଅସ୍ୱଚ୍ଛଳ ବର୍ଗର ଚାଷୀଙ୍କ କାହାଣୀକୁ ଲୋକଲୋଚନକୁ ଆଣିଛି ଯେଉଁମାନେ ନିଜ ଉତ୍ପାଦିତ ସାମଗ୍ରୀକୁ ଅଧିକ ମୂଲ୍ୟରେ ବିକି୍ର କରିପାରିବେ ଏବଂ ସେମାନଙ୍କ ପରିବାରକୁ ଏକ ଉନ୍ନତ ଜୀବନଶୈଳୀ ଦେଇପାରିବେ । ଗୋଟିଏ ରାଜ୍ୟ କିପରି ଗୋଟିଏ ସମଗ୍ର ଦେଶରେ ମିଲେଟ୍ ସମ୍ବନ୍ଧୀୟ ସଚେତନତା ସୃଷ୍ଟିକରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିପାରେ ନିକଟରେ ଅନୁଷ୍ଠିତ ହୋଇଥିବା ଅନ୍ତର୍ଜାତୀୟ ପୁଷ୍ଟିଶସ୍ୟ ସମ୍ମିନଳୀ ତାହାର ଏକ ନମୁନା ମାତ୍ର । ଏହି ସମ୍ମିଳନୀରେ ୧୯୦ ଊଦ୍ଧ୍ୱର୍ ପ୍ୟାନେଲିଷ୍ଟ ଏବଂ ବିଭିନ୍ନ ରାଜ୍ୟରୁ ପ୍ରାୟ ୨୫୦୦ କୃଷକ ଯୋଗ ଦେଇଥିଲେ । ଆଉ ସମ୍ମିଳନୀ ଅବସରରେ ପଲିସୀ ରୋଡ୍ମ୍ୟାପ୍, ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟା ତଥା ଉନ୍ନତ ପ୍ରଶିକ୍ଷଣ ବାବଦରେ ଆଲୋଚନା ପର୍ଯ୍ୟାଲୋଚନା ହୋଇଥିଲା ।
ଓଡ଼ିଶା ଏକ କୃଷିଭିତ୍ତିକ ରାଜ୍ୟ । ଏଠାରେ ସର୍ବାଧିକ ଲୋକ ଚାଷ ଉପରେ ନିର୍ଭର କରିଥାନ୍ତି । ମାତ୍ର ପାଣିପାଗର ଅନିଶ୍ଚିତତା ହେତୁ ବର୍ଷ ସାରା ସେମାନଙ୍କୁ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ । ଏହି ପ୍ରାଥମିକ ସମସ୍ୟାର ସମାଧାନ କରି ଓଡ଼ିଶା ମିଲେଟ୍ସ ମିଶନ ମିଲେଟ୍ ଚାଷକୁ ପ୍ରୋତ୍ସାହିତ କରିଛି ଏବଂ ୫୦ ଲକ୍ଷରୁ ଅଧିକ ଆର୍ଥିକ ଅସ୍ୱଚ୍ଛଳ ପରିବାର ପାଇଁ ସୃଷ୍ଟି କରିପାରିଛି ଖାଦ୍ୟ ନିରାପତ୍ତା । ମିଲେଟ୍ ସବୁପ୍ରକାର ପ୍ରତିକୂଳ ପରିସ୍ଥିତିରେ, ଏପରିକି କଠିନ ପଥୁରିଆ ଜମିରେ ମଧ୍ୟ ବଢ଼ିପାରେ । ଫଳରେ ଏହା ଉଭୟ ଖାଦ୍ୟ ନିରାପତ୍ତା ତଥା ପୁଷ୍ଠିକରତାର ଏକ ନିର୍ଭର ଉତ୍ସ ସୃଷ୍ଟି କରିଥାଏ । ବାୟୁମଣ୍ଡଳରେ ବୃଦ୍ଧି ପାଉଥିବା ଅଙ୍ଗାରକାମ୍ଳକୁ ଏହା ସହଜରେ ସହନ କରିପାରେ । ଫଳରେ ଭବିଷ୍ୟତ ପାଇଁ ମିଲେଟ୍ସ ଯେ ଏକ ନିର୍ଭରଯୋଗ୍ୟ ଫସଲ ଭାବରେ ଛିଡ଼ା ହୋଇପାରିବ ସେଥିରେ ସନେ୍ଦହର ସାମାନ୍ୟତମ କାରଣ ନାହିଁ ।
ଏକ ସ୍ଥାୟୀ ତଥା ଭରସାଯୋଗ୍ୟ କୃଷି ନିମନ୍ତେ ନିରନ୍ତର ଆଲୋକ ଦେଖାଇ ଚାଲିଛି ଓଡ଼ିଶା ମିଲେଟ୍ସ ମିଶନ୍ । ଏହା ସେହି ଦେଶଗୁଡ଼ିକ ପାଇଁ ମଡେଲ ଭାବରେ କାର୍ଯ୍ୟ କରୁଛି ଯେଉଁମାନେ ସୀମିତ ସମ୍ବଳ ଏବଂ ଅନିଶ୍ଚିତ ପାଣିପାଗଜନିତ ସମସ୍ୟା ଯୋଗୁ ନିଜର ପୁଷ୍ଟିକର ବିବିଧତା ବଢ଼ାଇବା ଲାଗି ଉପାୟ ଖୋଜି ଚାଲିଛନ୍ତି । ଯେଉଁ ଦେଶଗୁଡ଼ିକ ଗହମ କିମ୍ବା ଚାଉଳ ପରି କିଛି ମୁଖ୍ୟ ଫସଲ ଉପରେ ନିର୍ଭରଶୀଳ, ଓଡ଼ିଶା ମିଲେଟ ମିଶନର ଏହି ମଡେଲ ସେମାନଙ୍କ ପାଇଁ ଉପଯୋଗୀ ସାବ୍ୟସ୍ତ ହେବ । ଏହା ସେମାନଙ୍କର ଗହମ ଚାଉଳ ପ୍ରତି ନିର୍ଭରଶୀଳତାକୁ ହ୍ରାସ କରିବା ବେଳେ ସାର ତଥା ଅନ୍ୟାନ୍ୟ କୃଷି ଆବଶ୍ୟକତା ଜନିତ ଖର୍ଚ୍ଚକୁ ମଧ୍ୟ ହ୍ରାସ କରିବାରେ ସହାୟକ ହେବ ।
ପୁଷ୍ଟିହୀନତା ଏବଂ ମରୁଡ଼ି ଭଳି ସମସ୍ୟା ସହିତ ବିଶ୍ୱ ତା’ର ଲଢ଼େଇ ଜାରି ରଖିଥିବା ବେଳେ ଓଡ଼ିଶା ମିଲେଟ୍ସ ମିଶନ ଭଳି ଏକ ଦୂରଦର୍ଶୀ ପଦକ୍ଷେପକୁ ସ୍ୱୀକୃତି ଦିଆଯିବା ନିତାନ୍ତ ଆବଶ୍ୟକ । କୃଷକମାନଙ୍କୁ ଉତ୍ସାହିତ କରିବା, କୃଷକଙ୍କ କଲ୍ୟାଣ ନିମନ୍ତେ କାର୍ଯ୍ୟ କରୁଥିବା ଆତ୍ମନିର୍ଭରଶୀଳ ସଂଗଠନ ଗଢ଼ିବା ନିମନ୍ତେ ସହାୟତା ଯୋଗାଇଦେବ, ଏବଂ ଭଲ ଫସଲ ଅମଳ ନିମନ୍ତେ ସେମାନଙ୍କୁ ଆବଶ୍ୟକୀୟ ପ୍ରଶିକ୍ଷଣ ଭଳି ବହୁ ପଦକ୍ଷେପ ନେଇ ଓଡ଼ିଶା ମିଲେଟ୍ସ ମିଶନ ବାରମ୍ବାର ଏହାର ସଫଳତାକୁ ଦୋହରାଇ ଚାଲିଛି । ଏହିଭଳି ସମାନୁରୂପ ସମସ୍ୟା ସବୁକୁ ନେଇ ସଂଘର୍ଷ ଜାରି ରଖିଥିବା ରାଷ୍ଟ୍ରଗୁଡ଼ିକ ଏହି ମଡେଲକୁ ଏକ ଉଦାହରଣ ଭାବରେ ଗ୍ରହଣ କରିପାରିବେ ଏବଂ ମିଳିତ ଭାବରେ କାର୍ଯ୍ୟ କରି ବିଶ୍ୱକ୍ଷୁଧା ଏବଂ ଅପପୁଷ୍ଟି ପରି ବିପଦକୁ ହ୍ରାସ କରିବାରେ ସହାୟକ ହୋଇପାରିବେ ।

0
0
0
s2sdefault