ଖାଲି ସେତିକି ନୁହେଁ, ଏଠି ମୁଖ୍ୟମନ୍ତ୍ରୀଙ୍କ ନମ୍ର ମର୍ଯ୍ୟାଦା ବି ରହୁନି !
ବରଗଡ :- ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ ରେ ରହିଛି ରହିଛି ପ୍ରତିଷ୍ଠିତ ବିନ୍ଧ୍ୟବାସିନୀ ଯୁକ୍ତ ଦୁଇ ଓ ଯୁକ୍ତ ତିନି ମହାବିଦ୍ୟାଳୟ । ତତ୍କାଳୀନ ବିଧ୍ୟାୟକ ସ୍ବର୍ଗତ ଶ୍ରୀ ବିଜୟ ରଞ୍ଜନ ସିଂ ବରିହା ଙ୍କର ଉଦ୍ୟମରେ ସମସ୍ତ ପ୍ରକାର ସରକାରୀ ସ୍ୱୀକୃତି ପାଇବା ପରେ 1992 ମସିହାରେ ଯୁକ୍ତ ଦୁଇ ଓ 1994 ମସିହାରେ ଯୁକ୍ତ ତିନିର ଆରମ୍ଭ ହୋଇଥିଲା । କହିବାକୁ ଗଲେ ଏହି ମହାବିଦ୍ୟାଳୟ 1989 ମସିହାରେ ପାଇକମାଲ ହାଇସ୍କୁଲ ର ହଷ୍ଟେଲ ରେ ସ୍ଥାପନ କରାଯାଇଥିଲା | କିନ୍ତୁ ତାହା ପରେ ପ୍ରାୟ 3 ବର୍ଷ ଏହି ମହାବିଦ୍ୟାଳୟ ସରକାରୀ ସ୍ୱୀକୃତି ପାଇ ପାରି ନ ଥିଲା । 1992ରେ ସ୍ୱୀକୃତି ପାଇବା ପରେ ମହାବିଦ୍ୟାଳୟ ପାଇଁ ନିଜସ୍ୱ କେମ୍ପସ ତିଆରି ପାଇଁ ଯୋଜନା ପ୍ରସ୍ତୁତ କରି ବିଜୟ ବାବୁ ନିଜେ ପ୍ରୟାସ ଆରମ୍ଭ କରିଥିଲେ । ଏଠାରେ ସୂଚନାଯୋଗ୍ୟ ଯେ ଏକ ଆଦିବାସୀ ପରିବାର ରେ 1958 ଜାନୁଆରୀ 20 ତାରିଖ ରେ ଜନ୍ମଗ୍ରହଣ କରିଥିବା ସ୍ବର୍ଗତ ଶ୍ରୀ ବିଜୟ ରଞ୍ଜନ ସିଂ ବରିହା ଦିଲ୍ଲୀର ପ୍ରତିଷ୍ଠିତ ଜବାହାର ଲାଲ ନେହେରୁ ବିଶ୍ୱବିଦ୍ୟାଳୟ ରୁ ଶିକ୍ଷା ଗ୍ରହଣ ଜରିଥିଲେ । ସେଥିପାଇଁ ତାଙ୍କୁ ଶିକ୍ଷା ର ମହତ୍ଵ ଜଣା ଥିଲା । ଶିକ୍ଷା କ୍ଷେତ୍ରରେ ଅନୁନ୍ନତ ପଦ୍ମପୁର ଅଞ୍ଚଳରେ ଶିକ୍ଷା ର ବିକାଶ ପାଇଁ ବିଜୟ ବାବୁ ଙ୍କର ଅବଦାନ ସର୍ବାଧିକ ଏଥିରେ ସନ୍ଦେହ ନାହିଁ । ତାଙ୍କର ସମୟ ରେ ଏହି ଅଂଚଳରେ ଅନେକ ସ୍କୁଲ ଓ ମହାବିଦ୍ୟାଳୟ ସ୍ଥାପନ ହୋଇଥିଲା । ପାଇକମାଲ ସ୍ଥିତ ବିନ୍ଧ୍ୟବାସିନୀ ମହାବିଦ୍ୟାଳୟ ମଧ୍ୟ ତାଙ୍କର ପ୍ରତକ୍ଷ ତତ୍ତ୍ୱାବଧାନ ଓ ପ୍ରୟାସର ଫଳ ଏଥୁରେ ଦ୍ବିମତ ନାହିଁ । 1998 ମସିହାରେ ବିଜେ ବାବୁ ଙ୍କର ଲଗାତାର ପରିଶ୍ରମ ଓ ପ୍ରୟାସ ଫଳରେ , ପାଇକମାଲ ପଦ୍ମପୁର ରାସ୍ତାର ସାଲେପାଳି ଗ୍ରାମ ନିକଟରେ ମହାବିଦ୍ୟାଳୟ କୁ ମିଳିଥିଲା ତାର ସ୍ୱତନ୍ତ୍ର ବିଲ୍ଡିଂ । ଏହି ଦିନ ନିଜେ ବିଜୟ ବାବୁ ଏହି ନବନିର୍ମିତ ବିଲ୍ଡିଂ କୁ ଉଦଘାଟନ ମଧ୍ୟ ଜରିଥିଲେ । ଏହାପରେ 10 ନଭେମ୍ବର 2010 ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ପାଇକମାଲ ଗସ୍ତରେ ଆସିଥିବା ସମୟରେ ଏହି ମହାବିଦ୍ୟାଳୟ ର ନବନିର୍ମିତ ଶ୍ରେଣୀ ଗୃହ ଗୁଡିକର ଉଦଘାଟନ, ତତ୍କାଳୀନ କ୍ୟାବିନେଟ ମନ୍ତ୍ରୀ ତଥା ପଦ୍ମପୁର ବିଧୟକ ଶ୍ରୀ ବିଜୟ ରଞ୍ଜନ ସିଂ ବରିହା ଙ୍କର ଉପସ୍ଥିତି ରେ କରିଥିଲେ । ସେ ସମୟରେ ମୁଖ୍ୟମନ୍ତ୍ରୀ ଙ୍କର ଦ୍ୱାରା ଯେଉଁ ଅନାବରଣ ପ୍ରସ୍ତର ରହିଥିଲା, ସେହି ପ୍ରସ୍ତରଟି ଆଜି ସମ୍ପୂର୍ଣ୍ଣ ଭାବରେ ଅବହେଳିତ । ଦେଖିଲେ ଦୁଃଖ ସହିତ ମନରେ କ୍ଷୋଭ ବି ଆସୁଛି । ଏହି ପ୍ରସ୍ତର କୁ ଦେଖି କଲେଜ ରେ ପାଠ ପଢ଼ୁଥିବା ବିଦ୍ୟାର୍ଥୀ ମାନେ କିଛି ସୂଚନା ପାଇ ପାରିବେ । କଲେକ ପ୍ରଶାସନ ଏହି ପ୍ରସ୍ତର କୁ କୋଣସି ଏକ ଭଲ ସ୍ଥାନରେ ସମ୍ମାନ ର ସହିତ ଲଗେଇବା କଥା | କିନ୍ତୁ ଏହା ନ କରି କଲେଜ ପ୍ରଶାସନ ଏହି ସ୍ମାରକୀ ପ୍ରସ୍ତର ଟିକୁ ଛାତ୍ରଛାତ୍ରୀ ମାନେ ହାତ ଧୋଉଥିବା ଓ ପାଣି କୁଲର ଲାଗିଥିବା ସ୍ଥାନରେ ବିଲକୁଲ ତଳେ ଫ୍ଲୋର କୁ ଲାଗି ଲଗେଇ ରଖିଛନ୍ତି । ଏହା କଲେଜର ପ୍ରତିଷ୍ଠାତା ସ୍ବର୍ଗତ ବିଜୟ ରଞ୍ଜନ ଙ୍କର ପ୍ରତି ଅପମାନ ନୁହେଁ କି ? ଏହା ସହିତ ଏହି ଫଳକ ରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କର ମଧ୍ୟ ନାମ ଲେଖା ରହିଛି , ଏହା ମାନ୍ୟବର ମୁଖ୍ୟମନ୍ତ୍ରୀ ମଧ୍ୟ ଅପମାନ ନୁହେଁ କି ? ଏକ ଶିକ୍ଷା ଅନୁଷ୍ଠାନ ର ପ୍ରଶାସନ ଦ୍ୱାରା ଏମିତି କାର୍ୟ୍ଯ କୁ କେତେ ଦୂର ଠିକ ବୋଲି କୁହାଯାଇ ପାରିବ ତାହା ଏବେ ବିରାଟ ପ୍ରଶ୍ନବାଚୀ ।
ଗତ ଜୁଲାଇ ମାସରେ ବିଧାୟିକା ବର୍ଷା ସିଂ ବରିହା ଏହି ମହାବିଦ୍ୟାଳୟ କୁ ଏକ କାର୍ଯ୍ୟକ୍ରମ ରେ ସାମିଲ ହେବାକୁ ଆସିଥିଲେ । ଏହି ସମୟରେ ପରିସର ଭିତରେ ଏହି ଫଳକ ଉପରେ ତାଙ୍କର ନଜର ପଡିବା ପରେ ଫଳକ ନିକଟକୁ ଯାଇ ଫଳକ ଟିରେ ମଇଳା ପାଣି ଲାଗିଥିବା ଦେଖି ନିଜ ହାତରେ ସଫା କରି ଦେଇଥିଲେ । ଏହା ପରେ କିଛି ଭଦ୍ର ବ୍ୟକ୍ତି ଏହି ଫଳକକୁ ଅନ୍ୟତ୍ର ସ୍ଥାନାନ୍ତର କରିବା ପାଇଁ ମଧ୍ୟ କଲେଜ ଅଧ୍ୟକ୍ଷ ଶ୍ୟାମଲାଲ ପ୍ରଧାନ ଙ୍କୁ କହିଥିଲେ । ଅଧ୍ୟକ୍ଷ ମହୋଦୟ ସେ ସମୟରେ ସ୍ଥାନାନ୍ତର କରିବେ ବୋଲି କହି ଭୁଲିଗଲେ ବୋଧ ହୁଏ । ଏଠି ଗୋଟିଏ କଥା ସ୍ପଷ୍ଟ ଆଉ ସତ୍ୟ ଯେ ଆମେ ଜଣଙ୍କୁ ଯଦି ସମ୍ମାନ ଦେଇ ପାରୁନୁ ତାଙ୍କୁ ଅସମ୍ମାନିତ କାହିଁକି କରିବା ?









