ହେଡଲାଇନସ୍:

ପାଇକମାଲ ନୃସିଂହନାଥ-ନିର ଫ୍ଯାକ୍ଟ୍ରିକୁ ସିଲ୍ କଲା ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ l

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପାଇକମାଲ :- ଋଣ ଖିଲାପୀ ସଂସ୍ଥା ନୃସିଂହନାଥ ନିର ପାଣି ପାଉଚ ଫ୍ଯାକ୍ଟ୍ରି ଓ ମାଲିକ ରାଜେଶ କୁମାର ପଟେଲ ଙ୍କ ଘରକୁ ବ୍ୟାଙ୍କ କର୍ତ୍ତୃପକ୍ଷ ସିଲ କରିଛନ୍ତି l ସୂଚନା ଅନୁଯାୟୀ ପାଇକମାଲ ନିବାସୀ ଶ୍ରୀ ରାଜେଶ କୁମାର ପଟେଲ ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ବିଭିନ୍ନ ସମୟରେ ଗୃହ ନିର୍ମାଣ ଓ ବ୍ୟବସାୟ ପାଇଁ ସର୍ବମୋଟ ୨୫ ଲକ୍ଷ ୫୦ ହଜାର ଟଙ୍କା ଋଣନେଇ ପରିଶୋଧ କରିନଥିଲେ । ତାଙ୍କୁ ବ୍ୟାଙ୍କ ପକ୍ଷରୁ ବିଭିନ୍ନ ସମୟରେ ବାରମ୍ଵାର ନୋଟିସ ଦିଆଯାଇଥିଲା । ତଥାପି ପରିଶୋଧ କରିନଥିବାରୁ ଶୁକ୍ରବାର ପୋଲିସ ଓ ପ୍ରଶାସନ ସହାୟତାରେ ପାଇକମାଲ ସ୍ଥିତ ତାଙ୍କ ଘର ଓ କାରଖାନାକୁ ବ୍ୟାଙ୍କ କର୍ତ୍ତୃପକ୍ଷ ସିଲ କରିଛନ୍ତି । ଏହି ଅବସରରେ ଶ୍ରୀ ଆଞ୍ଚଳିକ ପ୍ରବନ୍ଧକ କୈଳାସ ଚନ୍ଦ୍ର ମିଶ୍ର , ପାଇକମାଲ ଅତିରିକ୍ତ ତହସିଲଦାର ପ୍ରତାପ ଚନ୍ଦ୍ର ପୂଜାରୀ, ପାଇକମାଲ ଥାନା ଶ୍ରୀ ସୁଶାନ୍ତ ବଢେଇଙ୍କ ସହ ଏକ ପ୍ଲାଟୁନ ପୋଲିସ ଫୋର୍ସ ଉପସ୍ଥିତ ଥିଲେ ।

0
0
0
s2sdefault