କୃଷ୍ଣ ବଳରାମ ବେଶରେ ଦର୍ଶନ ଦେଲେ ପ୍ରଭୁ ରଘୁନାଥ
ଓଡ଼ଗାଁ, ୨୫।୧୧(ଶ୍ରୀକାନ୍ତ କୁମାର ମିଶ୍ର): କାର୍ତୀକ ଶୁକ୍ଳ ତ୍ରୟୋଦଶୀ ତିଥିରେ ଓଡଗାଁର ଶ୍ରୀରଘୁନାଥଜୀଉଙ୍କ ପୀଠରେ ଅନୁଷ୍ଠିତ ପଂଚୁକ ଯାତ୍ରା ଅବସରରେ ପ୍ରଭୁ ଶ୍ରୀରଘୁନାଥ ଜିଉ ଶ୍ରୀକୃଷ୍ଣ ଓ ଅନୁଜ ଲକ୍ଷ୍ମଣ ବଳରାମ ବେଶରେ ସଜ୍ଜିତ ହୋଇଥିଲେ । ପ୍ରଭୁ ଶ୍ରୀରଘୁନାଥ ଶ୍ରୀକୃଷ୍ଣ ରୂପରେ ଛନ୍ଦା ଚରଣ ଭଙ୍ଗୀରେ ବଂଶୀ ବାଦନ ଠାଣୀରେ ଏବଂ କପାଳରେ ବାଙ୍କଚୁଡ କିରିଟୀ ଲାଗି ହେବା ସହିତ ଅନୁଜ ଲକ୍ଷଣ ହଳ ମୂଷଳ ଆୟୁଧ ଧାରଣ କରିଥିବା ବେଶରେ ଦର୍ଶନ ଦେଇଥିଲେ । ପ୍ରଭୁଙ୍କର ଏହି ମନୋଲୋଭା ରୁପଠାଣୀ ନିକଟରେ ମା’ ସୀତା ଶ୍ରୀରାଧା ପାଲଟି ଯାଇଥିଲେ । ଆଜି ସନ୍ଧ୍ୟାରେ ପ୍ରଭୁଙ୍କର ଏହି ଦିବ୍ୟ ବେଶ ସନ୍ଦର୍ଶନ କରି ଶ୍ରଦ୍ଧାଳୁ ମାନେ ସୈାଭାଗ୍ୟ ଅର୍ଜନ କରିଥିଲେ । ଆଜିର ପାଳିଆ ପଣ୍ଡା ବେଣୁଧର ନନ୍ଦ, ପୂଜକ ପରିଷଦ କର୍ମକର୍ତା, ମନ୍ଦିର ପରିଚ୍ଛା ହରିବନ୍ଧୁ ଷଡ଼ଙ୍ଗୀ ଓ ମନ୍ଦିର ପରିଚାଳକ ଜିତେନ୍ଦ୍ର କୁମାର ମିଶ୍ରଙ୍କ ଦ୍ବାରା ଶୃଙ୍ଖଳାର ସହ ସମସ୍ତ ଦାୟିତ୍ୱ ସମ୍ପାଦିତ ହୋଇଥିଲା ।









