ରାଉରକେଲା,(ବସନ୍ତ କୁମାର ଜେନା): ରାଉରକେଲାର ଅନ୍ୟତମ ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ସ୍ବସ୍ତି ଝଙ୍କାର ଓ ସ୍ବସ୍ତି ସାହିତ୍ୟ ସଂସଦ ରାଉରକେଲା ଆୟୋଜିତ ୪୬ ତମ ବାର୍ଷିକୋତ୍ସବ ଓ ୨୬ ତମ ରାଜ୍ୟ ସ୍ତରୀୟ ନାଟକ ମହୋତ୍ସବ ଆସନ୍ତା ୨୦ ରୁ ୨୪ ତଥା କବିତାୟନ କାର୍ଯ୍ୟକ୍ରମ ୨୫ ଓ ୨୬ ତାରିଖରେ ପାଳନ କରାଯିବ ବୋଲି ଅନୁଷ୍ଠାନ ତରଫରୁ ସୂଚନା ପ୍ରଦାନ କରାଯାଇଛି। ସେକ୍ଟର ୬ ସ୍ଥିତ ଇସ୍ପାତ ସରୋବର ଠାରେ ଶିକ୍ଷାବିତ ଶଙ୍କର ପ୍ରସାଦ ତ୍ରିପାଠୀଙ୍କ ପୈ।ରହିତ୍ୟ ଓ ଅନୁଷ୍ଠାନର ମୁଖ୍ୟ ରାଜୀବ ପାଣିଙ୍କ ଆବାହକତ୍ୱ ତଥା ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସୂଚନା ଦେଇ କୁହାଯାଇଥିଲା ଯେ ସ୍ଥାନୀୟ ସିଭିକ ସେଣ୍ଟର୍ ଠାରେ ଆସନ୍ତା ୨୦ ତାରିଖ ଦିନ ସ୍ବସ୍ତି ଝଙ୍କାର ରାଉରକେଲା ପ୍ରାୟୋଜିତ ନାଟ୍ୟକାର ଭାବଗ୍ରାହୀ ଦାଶଙ୍କ ରଚିତ ଓ ରାଜୀବ ପାଣିଙ୍କ ନିର୍ଦ୍ଦେଶନାରେ ପ୍ରଜାପତିର ଡେଣା ମଞ୍ଚସ୍ଥ କରାଯିବ। ସେହିପରି ୨୧ ରେ ଭୁବନେଶ୍ୱରର ବାଗଦେବୀ ଲିଟେରେଚର ଟ୍ରଷ୍ଟ ର ନାଟ୍ୟକାର ଗଦାଧର ନନ୍ଦ ଙ୍କ ରଚିତ, ପବିତ୍ର ମହାନ୍ତି ଙ୍କ ନିର୍ଦ୍ଦେଶନାରେ ନାଟକ ବିଦ୍ରୋହ ନିଜ ବିରୁଦ୍ଧରେ ମଞ୍ଚସ୍ଥ କରାଯିବ। ୨୨ ତାରିଖ ରେ ଢେଙ୍କାନାଳ ଅଲ୍ଟରନେଟିଭ ରିଦିମ ଥିଏଟର ର ଦେବଦାସୀ ମଞ୍ଚସ୍ଥ କରାଯିବ। ଏଥିରେ ନାଟ୍ୟକାର ଓ ନିର୍ଦ୍ଦେଶନା ଦିନେଶ ମିଶ୍ର ଦେଇଛନ୍ତି। ୨୩ ତାରିଖ ଦିନ ଦାମନଯୋଡି ର ପଞ୍ଚପଟ୍ଟମାଳି ନାଟ୍ୟ ମହୋତ୍ସବ ତରଫରୁ କଳାମଲ୍ଲୀ ନାଟକ ମଞ୍ଚସ୍ଥ କରାଯିବ। ନାଟ୍ୟକାର ସୁଶାନ୍ତ ଦାସ ଥିବାବେଳେ ଶେଷଦେବ ଶତପଥୀ ନିର୍ଦେଶନା ଦେବେ। ୨୪ ତାରିଖ ଦିନ ସମ୍ବଲପୁରର କଖଗ ଅନୁଷ୍ଠାନ ତରଫରୁ ନାଟକ ଅନନ୍ୟ ମଞ୍ଚସ୍ଥ କରାଯିବ। ଏହି ନାଟକର ନାଟ୍ୟକାର ଓ ନିର୍ଦ୍ଦେଶନା ଦାୟିତ୍ଵ ବ୍ରଜେନ୍ଦ୍ର ନାୟକ ନେଇଥିବା ବେଳେ ୨୫ ତାରିଖ ଦିନ ଶବ୍ଦ, ସଂଗୀତ,ଆଲୋକ ଓ ମଞ୍ଚସଜ୍ଜାକୁ ନେଇ ଅନନ୍ୟ କବିତା ପାଠୋତ୍ସବ କାର୍ଯ୍ୟକ୍ରମ କବିତାୟନ କରାଯିବ। କବିତାୟନର ପ୍ରଥମ ପର୍ଯ୍ୟାୟ କାର୍ଯ୍ୟକ୍ରମ ଛେଣ୍ଡ ସ୍ଥିତ ଗୋପବନ୍ଧୁ ପାଠାଗାର ଠାରେ ଦିବା ସାଢେ଼ ଦଶ ଟାରେ ସୃଜନଶୀଳତାର ସୀମା ଓ ସମ୍ଭାବନା ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହେବ। ମହେନ୍ଦ୍ର କୁମାର ପଟ୍ଟନାୟକ ଙ୍କ
ପୈ।ରହିତ୍ୟ ରେ ଡ ଅପର୍ଣ୍ଣା ମହାନ୍ତି ଉଦଘାଟକ,ଡ ଗୈ।ରହରି ଦାସ ମୁଖ୍ୟଅତିଥି ଭାବେ ଯୋଗଦେଇ ଆଲୋଚ୍ୟ ପ୍ରସଙ୍ଗରେ ମତ ରଖିବେ।ଦିବା ୧୧ଟା ୪୫ରେ ଆଲୋଚ୍ୟ ପ୍ରସଙ୍ଗ ସାହିତ୍ୟର ସାର୍ଥକତା ଓ ସମକାଳୀନ ପରିପ୍ରେକ୍ଷ କାର୍ଯ୍ୟକ୍ରମରେ ଶଙ୍କର ପ୍ରସାଦ ତ୍ରିପାଠୀ ପୈ।ରହିତ୍ୟ କରିବାକୁ ଥିବା ବେଳେ ବରେଣ୍ୟ ଅତିଥି ଭାବେ ଡ ଭଗବାନ ଜୟସିଂହ ଓ ସମ୍ମାନିତ ବକ୍ତା ଭାବେ ଡ ଦିଲ୍ଲୀପ କୁମାର ସ୍ବାଇଁ ଓ ଅଧ୍ୟାପକ ସୁବ୍ରତ ଦାସ ଯୋଗଦେଇ ଆଲୋଚ୍ୟ ପ୍ରସଙ୍ଗରେ ମତ ରଖିବେ। ସେହିପରି ସିଭିକ ସେଣ୍ଟର ଠାରେ ଅପରାହ୍ନ ସାଢେ଼ ୪ ଟାରେ କବିତାୟନ କାର୍ଯ୍ୟକ୍ରମରେ ଇଂ ଗୋପିନାଥ ପଟ୍ଟନାୟକ ପୈ।ରହିତ୍ୟ କରିବେ।ପ୍ରଭାତୀ ମାଝୀଙ୍କ ସଂଯୋଜନାରେ ସୁକୁମାର ଦାସ ମୁଖ୍ୟଅତିଥି ଭାବେ ଯୋଗଦେଉଥିବା ବେଳେ ଇସ୍ପାତ ସହରର ବରେଣ୍ୟ କବି ମାନେ କବିତା ପାଠ କରିବେ। କବିତାୟନ ର ସାନ୍ଧ୍ୟ ଅଧିବେଶନରେ ଉଦଘାଟକ ଭାବେ ବିପିୟୁଟି ର କୁଳପତି ପ୍ରଫେସର ଅମିୟ କୁମାର ରଥ ଯୋଗଦେବେ। ପ୍ରାକଭାଷ ଡ ଗୈ।ରହରି ଦାସ ରଖିବାକୁ ଥିବା ବେଳେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଆସିଥିବା କବି ଡ ଅପର୍ଣ୍ଣା ମହାନ୍ତି,ଡ଼ଃ ଭଗବାନ ଜୟସିଂହ,ପୀତାମ୍ବର ତରାଇ, ଡ ଅମୀୟ ମହାପାତ୍ର,ଡ ଦିଲ୍ଲୀପ ସ୍ବାଇଁ, ଶୁଭଶ୍ରୀ ଶୁଭସ୍ମିତା ମିଶ୍ର, ଦୁର୍ଗାପ୍ରସାଦ ପଣ୍ଡା, ମୋହିତ ଚକ୍ରବର୍ତ୍ତୀ, ପ୍ରଶାନ୍ତ ଦାସ, ନୃସିଂହ ତରାଇ, ସୁବ୍ରତ ଦାସ, ସୁକୁମାର ଦାସ, ଗଙ୍ଗାଧର ବିଶ୍ୱାଳ,ସୁଶାନ୍ତ ଦାଶ, ଉତ୍ପଳ ମହାନ୍ତି,ସୀତେଶ ତ୍ରିପାଠୀ ପ୍ରମୁଖ କବିତା ପାଠ କରିବେ। ଏହି କାର୍ଯ୍ୟକ୍ରମରେ ସୈନ୍ୟାସୀ ନାୟକ ଓ ଡ ଗୀତାଶ୍ରୀ ପ୍ରିୟମ୍ବଦା ସଂଯୋଜନା ଦାୟିତ୍ୱ ତୁଲାଇବେ। ସେହିପରି ୨୬ ତାରିଖ ଦିନ ସକାଳ ସାଢେ଼ ୮ ଟାରେ ଆମକୋ ସିମକୋ ଐତିହାସିକ ସହିଦ୍ ସ୍ଥଳ ପରିଦର୍ଶନ ଓ ସାଢେ଼ ୧୦ଟାରେ ବିରମିତ୍ରପୁର ଟାଉନ ହଲ ଠାରେ ପ୍ରଫେସର ପାରେଶ୍ବର ବିଶ୍ବାଳଙ୍କ
ପୈ।ରହିତ୍ୟରେ ଉଦ୍ଘାଟକ ଭାବେ ବିରମିତ୍ରପୁର ବିଧାୟକ ରୋହିତ ଯୋଶେଫ୍ ତିର୍କି, ବରେଣ୍ୟ ଅତିଥି ଭାବେ ଡ ପ୍ରଭାତ ମଲ୍ଲିକ, ମୁଖ୍ୟବକ୍ତା ଭାବେ ପୀତାମ୍ବର ତରାଇ ପ୍ରମୁଖ ଯୋଗଦେବେ । ଦିବା ସାଢେ଼ ୧୧ ଟାରେ ଆଲୋଚ୍ୟ ପ୍ରସଙ୍ଗ କଥା ଓ କବିତା ପାରମ୍ପରିକତା ଓ ନବତ୍ବ ସାହିତ୍ୟର ଯାତ୍ରା ରେ ବରେଣ୍ୟ ଅତିଥି ଭାବେ ଡ ଅପର୍ଣ୍ଣା ମହାନ୍ତି, ସମ୍ମାନିତ ଅତିଥି ଭାବେ ଡ ଭଗବାନ ଜୟସିଂହ,ଓ ଅନ୍ତରଙ୍ଗ ଆଳାପରେ ଡ ଦିଲ୍ଲୀପ ସ୍ବାଇଁ,ଡ ଅମୀୟ ମହାପାତ୍ର, ସୁବ୍ରତ ଦାସ,ସୀତେଶ ତ୍ରିପାଠୀ,ମୋହିତ ଚକ୍ରବର୍ତ୍ତୀ ଓ ଗଙ୍ଗାଧର ବିଶ୍ୱାଳ ପ୍ରମୁଖ ଯୋଗଦେଇ ଆଲୋଚ୍ୟ ପ୍ରସଙ୍ଗରେ ମତ ରଖିବାର ଥିବାବେଳେ ଶୁଭଶ୍ରୀ ଶୁଭସ୍ମିତା ଉପସ୍ଥାପିକା ଭାବେ ଦାୟିତ୍ଵ ତୁଲାଇବେ। ସେହିପରି କବିତା ପାଠୋତ୍ସବ କାର୍ଯ୍ୟକ୍ରମରେ ଡା କୃପାସିନ୍ଧୁ ନାୟକ ପୈ।ରହିତ୍ୟ ରେ ଅତିଥି ଭାବେ ନୃସିଂହ ତରାଇ, ପ୍ରଶାନ୍ତ ଦାସ,ପାର୍ଥ ସାରଥି ପାଣିଗ୍ରାହୀ ପ୍ରମୁଖ ଯୋଗଦେବେ। ଏହି କାର୍ଯ୍ୟକ୍ରମରେ ନାଟକ ଓ ସାହିତ୍ୟ କ୍ଷେତ୍ରରେ କାଶୀନାଥ ନନ୍ଦୀ, ପବିତ୍ର ମହାନ୍ତି, ସୁରେନ୍ଦ୍ର କୁମାର ପାଢ଼ୀ ଓ ଛଗନଲାଲ ଜୈନ ଙ୍କୁ ସମ୍ମାନିତ କରାଯିବ ବୋଲି ସୂଚନା ଦିଆଯାଇଛି। ସେହିପରି ୩ ଭାଗରେ ବିଭକ୍ତ କରାଯାଇ ବିଦ୍ୟାଳୟ ସ୍ତରୀୟ ବିଭିନ୍ନ ପ୍ରତିଯୋଗିତା କବିତା ଆବୃତ୍ତି, କବିତା ଲିଖନ,ଗଳ୍ପ ପଠନ ଓ ଏକକ ଅଭିନୟ କରାଯିବ। ଏଥିରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯିବ ବୋଲି ଜଣାପଡିଛି।ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ ବିଜୟ ପାତ୍ର, ଅଶୋକ ପଟ୍ଟନାୟକ, ପରେଶ ବିଶ୍ବାଳ, ପ୍ରଦୀପ ପଟ୍ଟନାୟକ, ରଶ୍ମି ସାହୁ, ସ୍ମିତା ମିଶ୍ର,ଡ ସୁମନ ଦତ୍ତ, ସରୋଜକାନ୍ତ ଜେନା, ପ୍ରଦୀପ ନାୟକ,ଆଲୋକ ବୋଷ, ଗୈ।ତମ ଦାସ, ମଞ୍ଜୁଳା ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ବିଜୟ କୁମାର ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।
ରାଜ୍ୟ
ସ୍ବସ୍ତି ଝଙ୍କାର ର ୨୭ ତମ ରାଜ୍ୟସ୍ତରୀୟ ନାଟକ ମହୋତ୍ସବ ଆସନ୍ତା ୨୦ ରୁ ଓ କବିତାୟନ ଆସନ୍ତା ୨୫ ଓ ୨୬ ରେ
- Hits: 9








