ରାଉରକେଲା,(ବସନ୍ତ କୁମାର ଜେନା) : ଜେଲ ରୋଡ ସ୍ଥିତ ପଦ୍ମାବତୀ ମେମୋରିଆଲ ହଲ ରେ ରାଉରକେଲା ଅନ୍ୟତମ ସାହିତ୍ୟ ଅନୁଷ୍ଠାନ ଶ୍ରୀଧର ସ୍ମୃତି ଜ୍ଞାନ ବିକାଶ କେନ୍ଦ୍ର ପକ୍ଷରୁ ମାସିକ ସାହିତ୍ୟ ସଭା ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି I ଏହି ମାସିକ ସାହିତ୍ୟ ଆସରରେ ମୁଖ୍ୟଅତିଥିଭାବେ ଶିକ୍ଷାବିତ ବିଜୟ କୁମାର ସାହୁ, ମୁଖ୍ୟବକ୍ତା ଭାବେ ବିଚିତ୍ରାନନ୍ଦ ସାହୁ, ସମ୍ମାନିତ ଅତିଥି ଭାବେ ଦେବେନ୍ଦ୍ର କୁମାର ବଳ ଓ ସୁମନ୍ତ କୁମାର ପଣ୍ଡା ଯୋଗ ଦେଇଥିଲେ I ଡ ଉମାକାନ୍ତ ପଣ୍ଡା ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସଭାରେ ଓଡ଼ିଆ ସ୍ୱାଭିମାନ ମଧୁବାବୁଙ୍କ ସ୍ଵପ୍ନ ଦିଗନ୍ତ ବିସ୍ତାରୀ ବିଷୟ ବସ୍ତୁ ଉପରେ ବିଭିନ୍ନ ବକ୍ତା ମାନେ ନିଜ ନିଜର ବକ୍ତବ୍ୟ ରଖିଥିଲେ I ଅନୁଷ୍ଠାନର ସାଧାରଣ ସମ୍ପାଦକ ପ୍ରଫେସର. ସୁବାସ ଚନ୍ଦ୍ର ଲେଙ୍କା ଅନୁଷ୍ଠାନର ଆଭିମୁଖ୍ୟ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ମୁଖ୍ୟଅତିଥି ଶ୍ରୀ ସାହୁ କହିଥିଲେ ଯେ, ଉତ୍କଳ ଗୌରବ କୁଳବୃଦ୍ଧ ମଧୁସୂଦନ ଦାସ ଜ୍ଞାନ ଓ ବିଚକ୍ଷଣ ଧୀମତାର ଶୀର୍ଷାରୋହଣ କରିଥିବା ତଥା ପ୍ରଥମ ବାରିଷ୍ଟର ଓ ବହୁ କ୍ଷେତ୍ରରେ ଓଡ଼ିଶାରେ ପ୍ରଥମ ବ୍ୟକ୍ତି ଥିଲେ I ମଧୁସୂଦନଙ୍କ ଜୀବନ କାଳ ହିଁ ଓଡିଶାର ଅର୍ଦ୍ଧ ଶତାବ୍ଦୀର ଇତିହାସ ଓଡ଼ିଶାର ଧର୍ମ, ସଂସ୍କୃତି, ପରମ୍ପରା, ଐତିହ୍ୟ ,ସାହିତ୍ୟ, ରାଜନୀତି ଓ ଅର୍ଥନୀତି କୁ ସେ ବହୁବାର ପରିପୃଷ୍ଠ କରିଥିଲେ I ମୁଖ୍ୟବକ୍ତା ଶ୍ରୀ ସାହୁ ନିଜ ବକ୍ତବ୍ୟରେ ମଧୁବାବୁଙ୍କ ଜୀବନାଦର୍ଶ ସମ୍ପର୍କରେ ଆଲୋଚନା କରିଥିଲେ I ସମ୍ମାନିତ ଅତିଥି ସୁମନ୍ତ କୁମାର ପଣ୍ଡା ,ସମାଜସେବୀ ଅନୀଲ କୁମାର ଦାଶ ଓ ଦେବେନ୍ଦ୍ର କୁମାର ବଳ ନିଜ ନିଜର ବକ୍ତବ୍ୟରେ ମଧୁବାବୁଙ୍କ ସ୍ମୃତି ଚାରଣ କରି କହିଲେ କି, ମଧୁବାବୁ ଥିଲେ ଅସାମାନ୍ୟ ପ୍ରତିଭାର ଅଧିକାରୀ I ଦିତୀୟ ପର୍ଯ୍ୟାୟରେ କବି ବଳରାମ ଦାଶ ଙ୍କ ଅଧ୍ୟକ୍ଷତାରେ ୩୦ ଜଣ କବିଙ୍କୁ ନେଇ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା I ଏହି କାର୍ଯ୍ୟକ୍ରମରେ ସ୍ବତନ୍ତ୍ର ଅତିଥି ଭାବେ କବି ଅଜୟ କୁମାର ପାଣି ,କବି ତାରିଣୀ ଚରଣ ସାହୁ ପ୍ରମୁଖ ଯୋଗଦେଇଥଲା ବେଳେ, କବୀ ଉର୍ବଶୀ ଦାଶ ପତି, କନକଲତା ଜେନା ଓ ସୁଶ୍ରୀ ସଂଗୀତା ଦାଶ ପ୍ରମୁଖ ସଂଯୋଜନା କରିଥିଲେ I ଅଂଶୁପା ଦଳେଇ, ପ୍ରଶାନ୍ତ ନାୟକ, ବିପିନ ବିହାରୀ ପଟ୍ଟନାୟକ, ବ୍ରହ୍ମାନଂଦ ପାଢୀ, ସୁନିଲ କୁମାର ମହାନ୍ତି, କୁଞ୍ଜ ବିହାରୀ ରାଉତ, ଜ୍ଞାନ ପ୍ରଭା ର ସମ୍ପାଦକ ପ୍ରଣତି ଲେଙ୍କା, ବିନୋଦ ମହାକୁଡ ପ୍ରମୁଖ କବିତା ପାଠ କରିଥିଲେ I ଶେଷରେ କବି ଅନିଲ କୁମାର ଦାଶ ସମସ୍ତ ଙ୍କୁ ଧନ୍ୟବାଦ ଦେଇଥିଲେ I ଏହି ଅବସରରେ ଡ ଉମାକାନ୍ତ ପଣ୍ଡାଙ୍କ ମନ୍ତ୍ରୋଚ୍ଚାରଣ ମଧ୍ୟରେ ଡ ଶକ୍ତିପ୍ରସାଦ ସାମନ୍ତରାୟ ଅତିଥି ଭାବେ ଯୋଗଦେଇ ଅନୁଷ୍ଠାନ ତରଫରୁ ଶୀତଳ ଜଳ ବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ।
ରାଜ୍ୟ
ଓଡ଼ିଆ ସ୍ୱାଭିମାନ ମଧୁବାବୁଙ୍କ ସ୍ଵପ୍ନ ଦିଗନ୍ତ ବିସ୍ତାରୀ
- Hits: 34








