ହେଡଲାଇନସ୍:

ବିଧାୟକଙ୍କ ଦ୍ବାରା ଉଦଘାଟିତ ହେଲା ଓଡ଼ଗାଁ କଲେଜରେ ନୂତନ ସ୍ମାର୍ଟ ଶ୍ରେଣୀ ଗୃହ ଓ ପାନୀୟ ଜଳ ବିତରଣ ପ୍ରକଳ୍ପ,

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡ଼ଗାଁ,୨୫।୧୧(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ରଘୁନାଥ ସମବାୟ ମହାବିଦ୍ୟାଳୟ ପରିସରରେ ୧ କୋଟି ୫୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଅତିରିକ୍ତ ସ୍ମାର୍ଟ ଶ୍ରେଣୀ ଗୃହ ସହିତ ୧୨ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ନୂତନ ବିଶୁଦ୍ଧ ପାନୀୟ ଜଳ ପ୍ରକଳ୍ପକୁ ମାନ୍ୟବର ନୟାଗଡ଼ ବିଧାୟକ ଡ଼ ଅରୁଣ କୁମାର ସାହୁ ଉଦଘାଟନ କରିଥିବା ବେଳେ ଓଡ଼ଗାଁ ରଘୁନାଥ ସମବାୟ ମହାବିଦ୍ୟାଳୟ ଏବଂ ଜୀବନ ବିନ୍ଦୁ ଆନୁକୂଲ୍ୟରେ ନୂଆ ଓ ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ମାଧ୍ୟମରେ ଅନୁଷ୍ଠିତ ସ୍ୱେଚ୍ଛାକୃତ ରକ୍ତଦାନ ଶିବିରରେ ବିଧାୟକ ଶ୍ରୀ ସାହୁ ପହଁଞ୍ଚି ସମସ୍ତଙ୍କୁ ଉତ୍ସାହିତ କରିଥିଲେ । କାର୍ଯ୍ୟକ୍ରମ ମାଧ୍ୟମରେ ୧୨୦ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା । ଏହି ଅବସରରେ ମହାବିଦ୍ୟାଳୟ ପରିସରରେ ପରିଚାଳନା ପରିଷଦ ସଭାପତି ସୁରେଶ ଚନ୍ଦ୍ର ହୋତାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ ନୟାଗଡ଼ ବିଧାୟକ ଡ଼ ସାହୁ ମୁଖ୍ୟ ଅତିଥିରୂପେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥିରୂପେ ଓଡ଼ଗାଁ ପଞ୍ଚାୟତ ସମିତି ଅଧ୍ୟକ୍ଷ ଲୋକନାଥ ସାହୁ, ତହସିଲଦାର ମାନସ ରଞ୍ଜନ ଭୋଇ, ବିଡ଼ିଓ ଜିତେନ୍ଦ୍ର କୁମାର ନାୟକ, ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଦୁଃଶାସନ ସ୍ୱାଇଁ, ଓଡ଼ଗାଁ କଲେଜ ଅଧ୍ୟକ୍ଷ ରାଜକିଶୋର ସାହୁ, ସରକାରୀ ବହୁବୃତ୍ତି ଶିକ୍ଷାନୁଷ୍ଠାନ ଅଧ୍ୟକ୍ଷ ସୁର୍ଯ୍ୟମଣି ସାହୁ, ପୂର୍ବତନ ସରପଞ୍ଚ ଦିବାକର ନାୟକ ପ୍ରମୁଖ ଯୋଗ ଦେଇଥିଲେ।

ଏହି ଅବସରରେ ମୁଖ ଅତିଥି ଡ଼ ସାହୁ ଓଡ଼ିଶାରେ ଥିବା କଲେଜ ମାନଙ୍କ ତୁଳନାରେ ଓଡ଼ଗାଁ କଲେଜ ରୁପାନ୍ତରିକରଣ ବିକଶ କାର୍ଯ୍ୟକ୍ରମ ସ୍ବତନ୍ତ୍ର । ଏବଂ ଏହି ବିକାଶର ନୂତନତ୍ତାକୁ ଅନୁଭବ କରିବା ପାଇଁ ଆଗାମୀ ଦିନରେ ପୂର୍ବତନ ଛାତ୍ରଛାତ୍ରୀ ମାନଙ୍କୁ ନେଇ ଏକ କାର୍ଯ୍ୟକ୍ରମ ଆୟୋଜନ ପାଇଁ ବିଧାୟକ ପ୍ରସ୍ତାବ ଦେଇଥିଲେ । ସୁନ୍ଦର ପରିବେଶ ଓ ଶୈକ୍ଷିକ ବାତାବରଣ ମଧ୍ୟରେ କଲେଜ ଆଗକୁ ବଢୁଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନେତୃତ୍ୱ ଓ ୫ଟି ରୂପାନ୍ତରଣ କାର୍ଯ୍ୟକ୍ରମ ମାଧ୍ୟମରେ ଶିକ୍ଷାନୁଷ୍ଠାନର ଭିତ୍ତିଭୂମିକୁ ସୁଦୃଢ଼ କରାଯାଇଛି । ଫଳରେ ଶିକ୍ଷାନୁଷ୍ଠାନ ପରିସରରେ ସ୍ମାର୍ଟ ଶ୍ରେଣୀ ଗୃହ, ନୂତନ ଛାତ୍ରୀ ନିବାସ, ଇ-ପାଠାଗାର, ଆଇସିଟି ଲ୍ୟାବ, ଅତ୍ୟାଧୁନିକ ଖେଳପଡିଆ ପିଲାଙ୍କ ପାଠପଢ଼ା ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରିବ । ଯାହା ଫଳରେ କଲେଜର ବିକାଶ ସହିତ ଶିକ୍ଷା ଗ୍ରହଣର ମାନବୃଦ୍ଧି ହୋଇପାରିବ ବୋଲି ମତ ରଖିଥିଲେ। ନୟାଗଡ଼ ବିଧାୟକଙ୍କ ପ୍ରଚେଷ୍ଟାରେ ଓଡ଼ଗାଁ କଲେଜ ମଧ୍ୟରେ ବୈପ୍ଲବିକ ପରିବର୍ତ୍ତନ ଆସିଛି ବୋଲି କଲେଜ ଅଧ୍ୟକ୍ଷ ଶ୍ରୀ ସାହୁ କହିଥିଲେ। ଠିକ ସେହିପରି ଓଡ଼ଗାଁ କଲେଜ ଆଜି କର୍ପୋରେଟ ସେକ୍ଟରରେ ପରିଣତ ହୋଇଛି ବୋଲି ପରିଚାଳନା ପରିଷଦ ସଭାପତି ଶ୍ରୀ ହୋତା ମତବ୍ୟକ୍ତ କରିଥିଲେ। ଅଧ୍ୟାପକ ପ୍ରଦୀପ୍ତ କୁମାର ବିଶ୍ବାଳ, ସୁକାନ୍ତ କୁମାର ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ କଲେଜର ସମସ୍ତ କର୍ମଚାରୀ ପରିଚାଳନାରେ ସହଯୋଗ କରିଥିଲେ।

0
0
0
s2sdefault