ବାସୁଦେବପୁର - ବିଶିଷ୍ଟ ବ୍ୟବସାୟୀ ମହେଶ୍ୱର ସାହୁ ଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଓ ସ୍ମୃତି ଚାରଣ ସଭା ବାସୁଦେବପୁର ସ୍ଥିତ ସ୍ଥାନୀୟ ମନ୍ତ୍ରୀ କଲୋନୀ ଆଗ ରେ ଅନୁଷ୍ଟିତ ହୋଇ ଯାଇଛି। ଆୟୋଜିତ ସଭା କାର୍ଯ୍ୟ କର୍ମ ରେ ଶିକ୍ଷାବିତ ସୁଧାଂଶୁ ଶେଖର ମିଶ୍ର ଙ୍କ ସଭାପତିତ୍ବ ରେ ଶିକ୍ଷାବିତ୍ ଡ ପ୍ରତାପ କୁମାର ନାୟକ, ଭାଗିରଥି ପଲାଇ, ଲୋକନାଥ ଶତପଥୀ, ଯୋଗ ଦେଇ ମହେଶ୍ୱର ସାହୁ ଙ୍କ ବିଷୟ ରେ ଅନେକ ସ୍ମୃତି ଚାରଣ କରିଥିଲେ । ସେହିପରି ସମାଜ ସେବୀ ମହେଶ୍ୱର ଦାସ, ଭାଜପା ନେତା ଅଶୋକ ସାହୁ , ଙ୍କ ସହ ବହୁ ଶିକ୍ଷାବିତ୍, ସମାଜସେବୀ, ରାଜନେତା ମାନେ ଉପସ୍ଥିତ ରହି ଥିଲେ। ମହେଶ୍ୱର ସାହୁ ଜଣେ ସଫଳ ବ୍ୟବସାୟୀ, ଓ ସମାଜ ସେବୀ ଥିଲେ ବୋଲି ସମସ୍ତେ କହିଥିଲେ। ତାଙ୍କର ଏହି ସଭା କାର୍ଯ୍ୟ କର୍ମ ରେ ତାଙ୍କ ପୁତ୍ର ଭୂତେସ ସାହୁ ଓ କନ୍ୟା ମଧ୍ୟ ଉପସ୍ଥିତ ଥିଲେ।
ରାଜ୍ୟ
ମହେଶ୍ବର ସାହୁ ଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଓ ସ୍ମୃତି ଚାରଣ ସଭା ଅନୁଷ୍ଠିତ।
- Hits: 287








