ହେଡଲାଇନସ୍:

ଅଘରିଆ ସମାଜ ରାଜ୍ୟ ସ୍ତରୀୟ ମହା ସମ୍ମିଳନୀ ଓ ଓବିଶି ରଥର ପ୍ରସ୍ତୁତି ବୈଠକ ଅନୁଷ୍ଠିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କୁଚିଣ୍ଡା , ୨୫/୧୧( ଲିପନ ନାୟକ )ଅଖିଳ ଭାରତୀୟ ଅଘରିଆ ସମାଜର ରାଜ୍ୟ ସ୍ତରିୟ ମହା ସମ୍ମିଳିନି ଆୟୋଜନ ପାଇଁ ପ୍ରସ୍ତୁତୀ ଆରମ୍ଭ ହୋଇଯାଇଛି ।ଏହି ଉପଲକ୍ଷ କୁଚିଣ୍ଡା ସ୍ଥିତ ସମଲେଶ୍ଵରୀ ନର୍ସିଂ କଲେଜ ପରିସରରେ ଅନୁଷ୍ଟିତ ହୋଇ ଯାଇଛି । ବାମଣ୍ଡା ଆଞ୍ଚଳିକ କମିଟି ର ସଭାପତି ଅଶୋକ କୁମାର ପଟେଲ ଙ୍କ ସଭାପତିତ୍ବରେ ଆୟୋଜିତ ଏହି ପ୍ରସ୍ତୁତି ବୈଠକ ରେ ରଜ୍ୟ ସଙ୍ଗଠନ ସମ୍ପାଦକ ତଥା ଓଡିଶା ଓବିସି ମଞ୍ଚ ର ସାଧାରଣ ସମ୍ପାଦକ ସୁବାସ ଚନ୍ଦ୍ର ନାୟକ, ଓ ଉପଦେଷ୍ଟା ଗଙ୍ଗାଧର ନାୟକ ଯୋଗ ଦେଇ ଓବିସି ଜାଗରଣ ରଥକୁ ସ୍ୱାଗତ ଓ ମହା ସମ୍ମିଳିନି କୁ ସଫଲ କରିବା ପାଇଁ ଆହ୍ଵାନ ଦେଇ ଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ରାଜ୍ୟ ଉପସଭାପତି ନରେଶ ଚନ୍ଦ୍ର ପଟେଲ, ମଣ୍ଡଳ ସଭାପତି ପୂର୍ଣ୍ଣ ଚନ୍ଦ୍ର ପଟେଲ( କ), ସମ୍ପାଦକ ପ୍ରସନ୍ନ କୁମାର ନାୟକ,ଗୁଡ଼ି ସଭାପତି ପୂର୍ଣ୍ଣଚନ୍ଦ୍ର ପଟେଲ (ଖ)ଗୁଡ଼ି ସଂପାଦକ ଭବାନୀ ଶଙ୍କର ନାୟକ ପୂର୍ବତନ ସଭାପତି ବନମାଳୀ ନାୟକ,ସମାଜସେବୀ ଅଯୋଧ୍ୟା ପଟେଲ , ପୂର୍ବତନ ସରପଂଚ ଡିଲେଶ୍ଵର ନାୟକ,ଓ ଗୁଡ଼ି ସଭାପତି ସୁବାସ ଚନ୍ଦ୍ର ପଟେଲ ପ୍ରମୁଖ ଯୋଗ ଦାନ କରି ଆଲୋଚନା ରେ ଅଂଶ ଗ୍ରହଣ ପୂର୍ବକ ବିଭିନ୍ନ ପ୍ରସ୍ତାବ ପ୍ରଦାନ କରି ଥିଲେ । ପ୍ରକାଶ ଥାଉ କି, ଆସନ୍ତା ୨୬ ତାରିଖ ସମ୍ବିଧାନ ଦିବସ ପାଳନ ଅବସରରେ ବ୍ରଜରାନଗର ଠାରୁ ଓବିସି ଜାଗରଣ ରଥ ଓଡ଼ିଶା ରାଜ୍ୟ ପରିକ୍ରମା କରିବା ଅବସରରେ ନଭେମ୍ବର ୧ ଓ ୨ ଦୁଇଦିନ ବ୍ୟାପୀ କୁଚିଣ୍ଡା ଉପଖଣ୍ଡ ପରିକ୍ରମା କରିବା ବେଲେ ବିଭିନ୍ନ ସ୍ଥାନରେ ସ୍ୱାଗତ ଓ ପଥ ପ୍ରାନ୍ତ ସଭା କରାଯିବ କୁ ସ୍ଥିର କରା ଯାଇ ଥିଲା ।ସେହି ପରି ଭାବରେ ଆସନ୍ତା ଏପ୍ରିଲ ୧,୨ ଓ ୩ ତାରିଖ ତିନି ଦିନ ବ୍ୟାପୀ ରାଜ୍ୟ ସ୍ତରିୟ ମହାସମ୍ମିଳିନୀ କୁ କୁସୁମିଠାରେ ଆୟୋଜନ କରାଯିବାକୁ ସ୍ଥିର କରାଯାଥିଲା। କୁଚିଣ୍ଡା ମଣ୍ଡଳ ସଭାପତି ମନୋରଂଜନ ପଟେଲ ଧନ୍ୟବାଦ ଅର୍ପଣ କରିଥିଲେ ।

0
0
0
s2sdefault