ହେଡଲାଇନସ୍:

ରାଜ୍ୟ ଖାଦ୍ୟ ଆୟୋଗ ଅଧ୍ୟକ୍ଷଙ୍କ ଟିଟିଲାଗଡ ଗସ୍ତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସମୀକ୍ଷା ବୈଠକ, ଖାଦ୍ୟର ଗୁଣବତ୍ତା ଯାଞ୍ଚ, ଅଙ୍ଗନବାଡି କେନ୍ଦ୍ର ପରିଦର୍ଶନ, ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ

ଭୁବନେଶ୍ୱର:ରାଜ୍ୟ ଖାଦ୍ୟ ଆୟୋଗ ଅଧ୍ୟକ୍ଷ ଶ୍ରୀ ଅବନୀକାନ୍ତ ସାହୁଙ୍କ ତିନିଦିନିଆ ବଲାଙ୍ଗିର ଗସ୍ତର ଦ୍ୱିତୀୟ ଦିନରେ ଟିଟିଲାଗଡରେ ବିଭିନ୍ନ ବରିଷ୍ଠ ଅଧିକାରୀଙ୍କ ସହ ବୈଠକ ଅନୁଷ୍ଠିତ ହୋଇଥିଲାା ଏହି ଗସ୍ତରେ ଶ୍ରୀ ସାହୁ ବିଭିନ୍ନ ଉନ୍ନୟନମୂଳକ ଯୋଜନା ଓ ପ୍ରକଳ୍ପର ସମୀକ୍ଷା କରିଛନ୍ତିା ଆଜି ଶ୍ରୀ ସାହୁ ଟିଟିଲାଗଡର ବିଭିନ୍ନ ଅଞ୍ଚଳ ପରିଦର୍ଶନରେ ଯାଇ ଯୋଜନାଗୁଡିକର କାର୍ଯ୍ୟକାରିତା ଉପରେ ପଚାରି ବୁଝିଥିଲୋ ପିପଲପଦରରେ ଛତୁଆ ଉତ୍ପାଦନ କେନ୍ଦ୍ର ବୁଲି ଛତୁଆ ତିଆରି ପ୍ରଣାଳୀ ଓ ଏହାର ଗୁଣବତ୍ତା ପରୀକ୍ଷା କରିବା ସହ କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଥିଲୋ ଛତୁଆର ଉତ୍ପାଦନବେଳେ ସଂପୂର୍ଣ୍ଣ ସ୍ୱଚ୍ଛତା ଅବଲମ୍ବନ କରିବା, ପ୍ୟାକେଟ ପିଛା ଓଜନ ଓ ମାନ ସଠିକ ରହିବା ପ୍ରତି ଯନିବାନ ହେବାକୁ ସେ କହିଥିଲୋ
ଏହାପରେ ମାଲଗୋଦାମ ପଡାରେ ମଡେଲ ଅଙ୍ଗନବାଡ଼ି କେନ୍ଦ୍ର ବୁଲିଦେଖିଥିଲେ ଏବଂ ପରେ ଶିଶୁମାନଙ୍କ ସହ ବାର୍ତ୍ତାଳାପ କରିଥିଲୋ ପିଲାଙ୍କୁ ସୁବିଧା ଅସୁବିଧା ବିଷୟରେ ପଚାରି ବୁଝିବା ସହ ଅଙ୍ଗନାଡି କର୍ମୀଙ୍କୁ ଯତ୍ନବାନ ହେବାକୁ ତାଗିଦ କରିଥିଲୋ ପରେ ଭାଟିପଡାରେ ଥିବା ଅଙ୍ଗନାଡି କେନ୍ଦ୍ର-୨ରେ ଶିଶୁ ଆହାର ସମୀକ୍ଷା କରିଥିଲୋ ଏହା ପରେ ଦେହସିଲ ଓ ସାନପତ୍ରପାଲିରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ପକ୍ଷରୁ ଚାଲିଥିବା ଉଚ୍ଚ ବିଦ୍ୟାଳୟରେ ଖାଦ୍ୟ ଏବଂ ମେଡିକାଲ ସୁବିଧା ତଦାରଖ କରିଥିଲୋ ଜାଗୁଆ ଗ୍ରାମପଞ୍ଚାୟତରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଆଇନ ଆଧାରରେ ମିଳୁଥିବା ରାସନ ବାବଦରେ ବଣ୍ଟନ କେନ୍ଦ୍ରରେ ହିତାଧିକାରୀଙ୍କ ପ୍ରତିକ୍ରିୟା ପଚାରିବୁଝିଥିଲେ ଏବଂ ପ୍ରତିକ୍ରିୟାରେ ହିତାଧିକାରୀ ଖୁସି ଥିବା ଜଣାଇଥିଲୋ ସେଠାରେ ଗୋଦାମ ଗୃହ ତର୍ଜମା କରିବା ସହ ଷ୍ଟକ ରେଜିଷ୍ଟର ଯାଞ୍ଚ କରିଥିଲୋ ଚାଉଳ ବଣ୍ଟନରେ କୌଣସି ଅନିୟମିତତାକୁ ପ୍ରଶ୍ରୟ ଦିଆଯିବନି ବୋଲି ସେ ଅଧିକାରୀଙ୍କୁ ତାଗିଦ କରିଥିଲୋ ଅପରାହ୍ନରେ ଟିଟିଲାଗଡ ବ୍ଲକ ଅଫିସ ସମ୍ମିଳନୀ କକ୍ଷରେ ବ୍ଲକସ୍ତରୀୟ ଅଧିକାରୀ, ପଞ୍ଚାୟତସ୍ତରୀୟ ସଦସ୍ୟଙ୍କୁ ନେଇ ସମୀକ୍ଷା ବୈଠକ କରିଥିଲୋ ସମ୍ମିଳନୀ କକ୍ଷରେ ନୁତନ ହିତାଧିକାରୀଙ୍କୁ ଭତ୍ତା ବାଣ୍ଟିଥିଲୋ ଏହି ଗସ୍ତବେଳେ ତାଙ୍କ ସହ ରାଜ୍ୟ ଖାଦ୍ୟ ଆୟୋଗର ସଦସ୍ୟ ପ୍ରିୟବ୍ରତ ସାମନ୍ତରାୟ, ପ୍ରେମଶିଳା କେରକେଟା, ଆସିଷ୍ଟାଣ୍ଟ ସେକ୍ସନ ଅଫିସର ଅନୁପମ ହୋତା, ଟିଟିଲାଗଡ ଉପ-ଜିଲ୍ଲାପାଳ ଦୟାମୟ ପାଢୀ, ଜିଲ୍ଲା ପରିଷଦ ସଦସ୍ୟ ଗୀତା ବିଶି, ବ୍ଲକ ଅଧ୍ୟକ୍ଷ ସଞ୍ଜୁକ୍ତା ନାୟକ ପ୍ରମୁଖ ଉପସ୍ଥିତ ଥିଲୋ

 

 

0
0
0
s2sdefault