ବାସୁଦେବପୁର - ଶହୀଦ ସ୍ମୃତି ସଙ୍ଗୀତ ମହାବିଦ୍ୟାଳୟ ରୌପ୍ୟ ଜୟନ୍ତୀ ସମାରୋହ ର ଉଦ୍ ଘାଟନ ସ୍ଥାନୀୟ ବ୍ଲକ୍ ରୋଡ କାଳୀ ପୂଜା କମିଟି ଯାତ୍ରା ପଡିଆ ରେ ତିନି ଦିନ ଧରି ଅନୁଷ୍ଟିତ ହୋଇ ଯାଇଛି। ପ୍ରଥମ ଦିନ ରେ ମୁଖ୍ୟ ଅତିଥି ଭାବେ ବିଧାୟକ ବିଷ୍ଣୁ ବ୍ରତ ରାଉତ ରାୟ, ସମ୍ମାନିତ ଅତିଥି ଭାବେ ପଞ୍ଚାୟତ ସମିତି ଅଧ୍ୟକ୍ଷ ନଗେନ୍ଦ୍ର ବିଶ୍ଵାଳ ଓ ପୌର ଅଧ୍ୟକ୍ଷା ନିବେଦିତା ବେହେରା ଯୋଗ ଦେଇଥିଲେ। ସଭାପତି ଶ୍ରୀମତୀ ମମତା ଜେନା ଙ୍କ ସଭାପତିତ୍ବ ରେ ସଭାକାର୍ଯ୍ୟ ପରିଚାଳନା ହୋଇଥିଲା। ସେହିପରି ଦ୍ୱିତୀୟ ସଂଧ୍ୟା ରେ ଧାମନଗର ବିଧାୟକ ସୂର୍ଯ୍ୟ ବଂଶୀ ସୁରଜ, ବିଜେପି ଜିଲ୍ଲା ଉପ ସଭାପତି ଉଦୟ ନାରାୟଣ ମଲ୍ଲିକ, ଡ ପ୍ରତାପ ନାୟକ ଓ ଅନ୍ୟ ଅତିଥି ମାନେ ଯୋଗ ଦେଇଥିଲେ । ତୃତୀୟ ତଥା ଅନ୍ତିମ ସଂଧ୍ୟା ରେ ସାଂସଦ ମଞ୍ଜୁଲତା ମଣ୍ଡଳ, ପୂର୍ବତନ ବିଧାୟକ ମୁକ୍ତି କାନ୍ତ ମଣ୍ଡଳ, ପୂର୍ବତନ ବିଧାୟକ ମୁକ୍ତି କାନ୍ତ ମଣ୍ଡଳ, ପୂର୍ବତନ ପୌର ଅଧ୍ୟକ୍ଷ ଅଶୋକ ଦାସ, ସାଂସଦ ଙ୍କ ପ୍ରତିନିଧି ସୁରେଶ ଚନ୍ଦ୍ର ମହାନ୍ତି ଯୋଗ ଦେଇଥିଲେ। ତିନିଦିନ ଧରି ସଭାକାର୍ଯ୍ୟ ପରିଚାଳନା ସଭାପତି ମମତା ଜେନା ଙ୍କ ସଭାପତିତ୍ବ ରେ ପରିଚାଳନା ହୋଇଥିଲା ବେଳେ ଲକ୍ଷ୍ମୀ ଧର ବେହେରା ସଂଯୋଜନା କରିଥିଲେ। ତିନିଦିନ ଧରି ବ୍ଲକ୍ ରୋଡ ସାର୍ବଜନୀନ କାଳୀ ପୂଜା କମିଟି ର ସମସ୍ତ ସଦସ୍ୟ ଙ୍କ ସହଯୋଗ ରେ ଉତ୍ସବ ଟି ସଫଳ ହୋଇ ଯାଇଛି। ତିନି ଦିନ ଧରି ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟ କର୍ମ ଯଥା ଓଡ଼ିଶୀ, ସମ୍ବଲପୁରୀ, ଆଦିବାସୀ, ଘୁମୁରା, ଆଧୁନିକ, ଓ ବିଭିନ୍ନ ପ୍ରକାର ସଙ୍ଗୀତ, ଶାସ୍ତ୍ରୀୟ ସଙ୍ଗୀତ ପରିବେଷଣ ହୋଇ ଯାଇଛି। ତିନି ଦିନ ର କାର୍ଯ୍ୟ କର୍ମ ରେ ବିଭିନ୍ନ କ୍ଷେତ୍ର ରେ ସଫଳତା ହାସଲ କରିଥିବା ବ୍ୟକ୍ତିତ୍ବ ଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ପରବର୍ତ୍ତୀ ସମୟରେ ଏହାର ଉଦ୍ ଜାପାନୀ ଉତ୍ସବ ପାଳନ କରାଯିବ ବୋଲି ସୂଚନା ଦେଇଛନ୍ତି ମହାବିଦ୍ୟାଳୟ ର ପ୍ରତିଷ୍ଠାତା ଲକ୍ଷ୍ମୀ ଧର ବେହେରା।
ରାଜ୍ୟ
ଶହୀଦ ସ୍ମୃତି ସଙ୍ଗୀତ ମହାବିଦ୍ୟାଳୟ ର ରୌପ୍ୟ ଜୟନ୍ତୀ ସମାରୋହ ର ଉଦ୍ଘାଟନ ଉତ୍ସବ ଅନୁଷ୍ଠିତ।
- Hits: 244








