ଭୁବନେଶ୍ୱର :ନିଜ ମଣିଷ ପଣିଆ ଓ ଦରଦୀ ହୃଦୟ ପାଇଁ ଜଣାଶୁଣା ଯୁବ ସମାଜସେବୀ ତଥା ଜୟ ଓଡ଼ିଶାର ସଭାପତି ରୁଦ୍ର ସାମନ୍ତରାୟ ତାଙ୍କ ମାନବିକତାର ଉଦାହରଣ ଦେଇ ଜଣେ ଭିନ୍ନକ୍ଷମ ବାଳକଙ୍କୁ ବଚାଇଛନ୍ତି ସହଯୋଗର ହାତ |
ୟୁନିଟ୍ ୩ ଖାରବେଳ ନଗର ପାର୍କ ନିକଟରେ ବାସ କରେ ୧୪ ବର୍ଷୀୟ ବାଳକ ସଂଜୟ ପଣ୍ଡା। ଛୁଆଟି ବେଳୁ ଶାରୀରିକ ଅକ୍ଷମତା ଯୋଗୁ ବାହାର ଦୁନିଆ ଦେଖି ନଥିଲା ଏହି ନିଷ୍ପାପ ବାଳକ ଟି। ଘର ର ଗୋଟିଏ କୋଣରେ ରହୁଥିବାରୁ ପିଲାଟିର ଜୀବନ ଅନ୍ଧକାରମୟ ସଦୃଶ ହୋଇଯାଇଥିଲା। ଏହାମଧ୍ୟରେ ହୃଷୀକେଶ ବେହେରା ନାମକ ଜଣେ ବ୍ୟକ୍ତି ସଂଜୟଙ୍କ ଘର ପାଖ କୁ କାମ କରିବାକୁ ଆସନ୍ତି ଓ ସଂଜୟଙ୍କ ବିଷୟରେ ଜାଣିବାକୁ ପାଆନ୍ତି। ସେହିକ୍ଷଣି ହୃଷୀକେଶ ଙ୍କ ମନ କୁ ଜୟ ଓଡ଼ିଶା ର ସଭାପତି ଶ୍ରୀଯୁକ୍ତ ରୁଦ୍ର ସାମନ୍ତରାୟ ଙ୍କ କଥା ମନେପଡେ, ଯିଏ ପୂର୍ବରୁ ଏକ କ୍ଲବ ରେ ହୃଷୀକେଶ ଙ୍କ ସହ ଚିହ୍ନା ପରିଚିତ ହୋଇଥିଲେ ଏବଂ ଯେକୌଣସି ଅସୁବିଧା ରେ ତାଙ୍କ ସହ ଯୋଗାଯୋଗ କରିବାକୁ କହିଥିଲେ। ଏଣୁ ହୃଷୀକେଶ ସଙ୍ଗେ ସଙ୍ଗେ ସଞ୍ଜୟଙ୍କ ବିଷୟରେ ରୁଦ୍ର ସାମନ୍ତରାୟ ଙ୍କୁ ଜଣାଇଥିଲେ ଓ ସାହାଯ୍ୟ ମାଗିଥିଲେ। ଏହା ଶୁଣି ରୁଦ୍ର ସାମନ୍ତରାୟ ଓ ଜୟ ଓଡ଼ିଶାର ସ୍ଵେଚ୍ଛାସେବୀ ମାନେ ସଙ୍ଗେ ସଙ୍ଗେ ସଞ୍ଜୟ ଙ୍କ ଘର କୁ ଯାଇ ସଞ୍ଜୟକୁ ଭେଟିଥିଲେ ଓ ତାଙ୍କୁ ଏକ ହୁଇଲ ଚେୟାର ମିଳିଲେ ସେ ଚଳପ୍ରଚଳ ହୋଇପାରିବେ ବୋଲି ହୃଦୟଙ୍ଗମ କରିଥିଲେ। ଜୟ ଓଡ଼ିଶା ର "ସହାୟତା" କାର୍ଯ୍ୟକ୍ରମ ଜରିଆରେ ସଞ୍ଜୟ ଙ୍କୁ ଏକ ହୁଇଲ ଚେୟାର ପ୍ରଦାନ କରିଥିଲେ। ଏବେ ହୁଇଲ ଚେୟାର ରେ ବସି ସଞ୍ଜୟ ଦେଖିପାରୁଛି ସୂର୍ଯ୍ୟାଲୋକ ଓ ଏହି ହୁଇଲ ଚେୟାର ଟି ସଂଜୟ ଓ ତାଙ୍କ ପରିବାରବର୍ଗ ଙ୍କ ପାଇଁ ସାଜିଛି ଆଶାର ଏକ ଆଲୋକ। ସଂଜୟ ଙ୍କ ପରିବାର ସମେତ ପାଖ ପଡ଼ିଶା ଓ ସାହି ର ସମସ୍ତ ବାସିନ୍ଦା ରୁଦ୍ର ନାରାୟଣ ସାମନ୍ତରାୟ ଙ୍କୁ ଅନେକ କୃତଜ୍ଞତା ଜଣାଇବା ସହ ସଂଜୟ ପାଇଁ ସେ ଭଗବାନ ଙ୍କର ଜଣେ ଦୂତ ସଦୃଶ୍ୟ ବୋଲି କହି ଭାବବିହ୍ବଳ ହୋଇଯାଇଥିଲେ।
ଜୟ ଓଡ଼ିଶାର "ସହାୟତା" କାର୍ଯ୍ୟକ୍ରମ ଜରିଆରେ ବିଗତ ୬ ମାସ ମଧ୍ୟରେ ପ୍ରାୟ ୭୫ ରୁ ଉର୍ଦ୍ଧ୍ୱ ବ୍ୟକ୍ତି ଉପକୃତ ହୋଇଛନ୍ତି ଓ ଏହାର ବିଶେଷତ୍ଵ ହେଉଛି କିଛି ସହୃଦୟ ବ୍ୟକ୍ତି ନିଜର ପୁନଃ ବ୍ୟବହାରଯୋଗ୍ୟ ମେଡିକାଲ ସରଞ୍ଜାମ ଗୁଡିକ ଜୟ ଓଡ଼ିଶାକୁ ଦାନ କରିଥିଲେ ଓ ସେହି ସରଞ୍ଜାମ ଗୁଡିକ ଅନେକ ଲୋକଙ୍କ କାମରେ ଲାଗୁଚି। ଏହାଛଡା ନିଜର କିଛି ବିଶେଷ ଦିନ ଗୁଡିକ ସ୍ମରଣୀୟ କରିବା ନିମନ୍ତେ ମଧ୍ଯ ନିଜ ଜନ୍ମଦିନ, ନିଜ ପିତାମାତା ଙ୍କ ଜନ୍ମଦିନ ମାନଙ୍କରେ ଏହି ଭଳି ମହତ୍ ଦାନ କରି ଅନେକ ଆଶୀର୍ବାଦ ସାଉଁଟି ପାରୁଛନ୍ତି। ଏଣୁ ହୁଇଲ ଚେୟାର, ୱାକର, ମେଡିକାଲ ବେଡ୍ ଆଦି ଭଳି କିଛି ବି ସରଞ୍ଜାମ ଦାନ କରି ସଂଜୟ ଭଳି ପିଲା ବା ବ୍ୟକ୍ତିଙ୍କ ମୁହଁରେ ହସ ଫୁଟେଇବାକୁ ଚାହୁଁଥିଲେ ଆମକୁ 9853220023 ନମ୍ବର ରେ ଯୋଗାଯୋଗ କରିବା ପାଇଁ ଜୟ ଓଡ଼ିଶା ର ସଭାପତି ଶ୍ରୀଯୁକ୍ତ ସାମନ୍ତରାୟ କହିଛନ୍ତି।








