ହେଡଲାଇନସ୍:

ପୋଷ୍ୟସନ୍ତାନ ଗ୍ରହଣ ସଚେତନତା ମାସ ୨୦୨୩ ପାଳନ ଉଦଯାପିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 
  • ସ୍ୱଚ୍ଛ ପୋଷ୍ୟ ସନ୍ତାନ ଗ୍ରହଣ ପ୍ରକ୍ରିୟା ଦ୍ୱାରା ପ୍ରତ୍ୟେକ ଶିଶୁ ପାଇବେ ପରିବାର

  • ଏହି ବର୍ଷର ଥିମ୍ - "ବଡ ଶିଶୁ (୬-୧୮ ବୟସ ) ପିଲାମାନଙ୍କୁ ପୋଷ୍ୟ ଭାବେ ଗ୍ରହଣ କରିବା'

  • ପ୍ରତ୍ୟେକ ଶିଶୁ ସ୍ନେହ, ଯତ୍ନ ଓ ପରିବାରର ସହଯୋଗ ପାଇବାକୁ ଯୋଗ୍ୟ - ମନ୍ତ୍ରୀ ଶ୍ରୀମତୀ ବାସନ୍ତୀ ହେମ୍ବ୍ରମ

  •  ସୁନୋଓ (ସପୋର୍ଟ ନେଟାର୍କ୍ ଅଫ ଆଡପ୍ଟିଭ ଫାମିଲିଜ ଇନ୍ ଓଡ଼ିଶା)ର କାର୍ଯ୍ୟକାରିତାକୁ ପ୍ରଶଂସା

ଭୁବନେଶ୍ୱର: ପିଲାମାନେ ହେଉଛନ୍ତି ଉତ୍ସାହର ପ୍ରତୀକ ଓ ଆମ ଦେଶର ଭବିଷ୍ୟତା ସବୁ ଶିଶୁଙ୍କର ସ୍ନେହ ଯତ୍ନ ପାଇବାର ଅଧିକାର ଅଛିା ଯଦିଓ ଅନେକ ପିଲାମାନେ ଖୁସି ଏବଂ ଯତ୍ନ ପାଇବାର ସୌଭାଗ୍ୟ ଲାଭ କରନ୍ତି କିନ୍ତୁ ଏହା ଅତ୍ୟନ୍ତ ଦୁଃଖର କଥା ଯେ ପ୍ରତିବର୍ଷ ବିଭିନ୍ନ ପାରିବାରିକ ଓ ସାମାଜିକ କାରଣରୁ ବହୁ ଛୋଟ ଛୋଟ ପିଲାମାନେ ପରିବାରରୁ ବିଛିନ୍ନ ହୋଇଯାଆନ୍ତି ଯାହା ଫଳରେ ସେମାନେ ମାନବଚାଲାଣ ଏବଂ ଯୌନହିଂସା ଭଳି ବିପଦର ଶିକାର ହୋଇପଡନ୍ତିା ଏହି କଥାର ମର୍ମକୁ ବୁଝିପାରି ପ୍ରତିବର୍ଷ ନଭେମ୍ବର ମାସକୁ ସାରା ଭାରତରେ ଜାତୀୟ ପୋଷ୍ୟ ସନ୍ତାନ ଗ୍ରହଣ ସଚେତନତା ମାସ ଭାବେ ପାଳନ କରାଯାଇଥାଏା ଏହି ପରିପେକ୍ଷୀରେ ଓଡ଼ିଶା ମହିଳା ଶିଶୁ ବିକାଶ ଆନୁକୁଲ୍ୟରେ ଷ୍ଟେଟ୍ ଆଡପସନ୍ ରିସୋର୍ସ ଏଜେନ୍ସି (SARA) ତରଫରୁ ଆଜି ଭୁବନେଶ୍ୱରସ୍ଥିତ ଅଶୋକ କଳିଙ୍ଗ ହୋଟେଲଠାରେ ପୋଷ୍ୟ ସନ୍ତାନ ଗ୍ରହଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛିା ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ହେଉଛି ୬ ରୁ ୧୮ ବର୍ଷ ବୟସ୍କ ଶିଶୁମାନଙ୍କୁ ପୋଷ୍ୟ ସନ୍ତାନ ରୂପେ ଗ୍ରହଣ କରିବା ଏବଂ ପୋଷ୍ୟ ଗ୍ରହଣ ପ୍ରକ୍ରିୟା ବିଷୟରେ ସଚେତନତା ସୃଷ୍ଟି କରି ଆଇନଗତ ପୋଷ୍ୟ ସନ୍ତାନ ଗ୍ରହଣକୁ ପ୍ରୋତ୍ସାହନ ଦେବାା
ଏହି କାର୍ଯ୍ୟକ୍ରମରେ ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ ଯେ ଆମ ରାଜ୍ୟରେ ଶିଶୁ ସୁରକ୍ଷାର ପରିଭାଷା ବଦଳିଯାଇଛିା ଆମ ରାଜ୍ୟ ଜେ.ଜେ ଆଇନ, ୨୦୧୫ର ପ୍ରଭାବଶାଳୀ କାର୍ଯ୍ୟକାରିତାକୁ ପୂର୍ଣ୍ଣ ଭାବରେ ସମର୍ଥନ କରୁଛିା ପୋଷ୍ୟସନ୍ତାନ ଗ୍ରହଣ କାର୍ଯ୍ୟକ୍ରମ କ୍ଷେତ୍ରରେ ଆମ ରାଜ୍ୟ ଜାତୀୟ ସ୍ତରରେ ପ୍ରଶଂସନୀୟା ସ୍ୱାଗତଯୋଗ୍ୟ କି ୨୦୨୨-୨୦୨୩ ଆର୍ଥିକ ବର୍ଷରେ ଓଡ଼ିଶାରେ ୧୮୮ ଜଣ ଶିଶୁଙ୍କୁ ପୋଷ୍ୟସନ୍ତାନ ଭାବେ ଗ୍ରହଣ କରାଯାଇଛିା ଆମର ପ୍ରତିବଦ୍ଧତା କେବଳ ପୋଷ୍ୟସନ୍ତାନ ଗ୍ରହଣ ପ୍ରକ୍ରିୟାରେ ସୀମିତ ନୁହେଁ ବରଂ ପୋଷ୍ୟସନ୍ତାନମାନଙ୍କର ସାମଗ୍ରିକ ସୁସ୍ଥତା ଆମର ପ୍ରାଥମିକତାା ସେମାନଙ୍କର ସମସ୍ତ ଆବଶ୍ୟକତାକୁ ପୂରଣ କରିବା ଉଦ୍ଦେଶ୍ୟରେ ସୁନୋଓ (ସପୋର୍ଟ ନେଟ୍ଓ୍ୱାର୍କ୍ ଅଫ ଆଡପ୍ଟିଭ ଫାମିଲିଜ ଇନ ଓଡ଼ିଶା)ର କାର୍ଯ୍ୟକାରିତାକୁ ସକ୍ରିୟ ଭାବରେ ବିକଶିତ କରାଯାଇଛି ବୋଲି ମହିଳା ଓ ଶିଶୁ ବିକାଶ ବିଭାଗର କମିଶନର ତଥା ସଚିବ ଶ୍ରୀମତୀ ଶୁଭା ଶର୍ମା ପ୍ରକାଶ କରିଛନ୍ତିା ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ଅଧିକାର ଆୟୋଗର ଚେୟାରମ୍ୟାନ ଶ୍ରୀମତୀ ମନ୍ଦାକିନୀ କର ଏହି ପଦକ୍ଷେପକୁ ସମର୍ଥନ ଦେବା ସହ ଅନ୍ଧବିଶ୍ୱାସ ଦୂର କରି ବାଛବିଚାର ନ କରି ସଦଭାବନରେ ପୋଷ୍ୟ ସନ୍ତାନ ଗ୍ରହଣ କରିବାର ଚିନ୍ତାଧାରାକୁ ସ୍ୱାଗତ କରିଛନ୍ତିା
ଏହି କାର୍ଯ୍ୟକ୍ରମରେ ମାନ୍ୟବର ମନ୍ତ୍ରୀ ପୋଷ୍ୟସନ୍ତାନ ଗ୍ରହଣ କରିଥିବା ବହୁ ପିତାମାତାଙ୍କୁ ସମ୍ବର୍ଦ୍ଧିତ କରିବା ସହ ସେମାନଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲୋ ବାହନଗା ଟ୍ରେନ ଘଟଣାରେ ନିଜ ୨୨ ବର୍ଷ ପୁଅକୁ ହରାଇଥିବା ବାଲେଶ୍ୱରର ଲକ୍ଷ୍ମୀଧର ଜେନା ନିଜ ପରିବାରକୁ ଖୁସି ଫେରାଇ ଆଣିବା ପାଇଁ ୧୫ ବର୍ଷର ପୁଅ ଓ ୧୩ ବର୍ଷ ଝିଅକୁ ପୋଷ୍ୟସନ୍ତାନ ଭାବେ ଗ୍ରହଣ କରିବା ଘଟଣା ଅତ୍ୟନ୍ତ ହୃଦୟସ୍ପର୍ଶୀ ଥିଲାା ଭୁବନେଶ୍ୱର ଚନ୍ଦ୍ରଶେଖରପୁରର ଜଣେ ଦମ୍ପତି କହିଲେ ଯେ ବାହାଘର ୧୦ ବର୍ଷ ପରେ ନିସନ୍ତାନ ରହିବାର କଷ୍ଟ ଏହି ପୋଷ୍ୟ ସନ୍ତାନ ଯୋଗୁଁ ଦୂର ହେଇପାରିଛିା ସ୍ନେହ ମମତା ପାଇଲେ ସବୁ ପିଲା ମଣିଷ ହେଇପାରିବେ ବୋଲି କହି ସେ ଷ୍ଟେଟ୍ ଆଡପସନ୍ ରିସୋର୍ସ ଏଜେନ୍ସି (SARA)କୁ ଧନ୍ୟବାଦ ଦେଇଛନ୍ତିା
ଏହି କାର୍ଯ୍ୟକ୍ରମରେ ଶ୍ରେଷ୍ଠ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଭାବେ ଜଗତସିଂହପୁରର କାହ୍ନୁ ଚରଣ ରାଉତ, ଶ୍ରେଷ୍ଠ ସୁରକ୍ଷା ଅଧିକାରୀ ଭାବେ ଯାଜପୁରର ଅର୍ଚ୍ଚନା କୁମାରୀ ସାମନ୍ତ, ଶ୍ରେଷ୍ଠ ଆଉଟରିଚ କର୍ମକର୍ତ୍ତା ଭାବେ ମୟୂରଭଞ୍ଜର ଜିଲ୍ଲାର ଶଙ୍କର ଚନ୍ଦ୍ର କର, ଶ୍ରେଷ୍ଠ ସମାଜ ସେବୀ ତଥା କାଉନ୍ସେଲର ଭାବେ ନୂଆପଡ଼ାର ଶ୍ରୀନିବାସ ବେହେରା ଓ ଶ୍ରେଷ୍ଠ ଯତ୍ନ ପ୍ରଦାନକାରୀ ଭାବେ କନ୍ଧମାଳ ଜିଲ୍ଲାର ଆୟା ସୁରେଖା ଭୋଇଙ୍କୁ ସମ୍ବର୍ଦ୍ଧିତ ଓ ପୁରସ୍କୃତ କରାଯାଇଥିଲାା
ଏହି କାର୍ଯ୍ୟକ୍ରମରେ ମହିଳା ଓ ଶିଶୁ ବିକାଶ ବିଭାଗର ଉପଦେଷ୍ଟା ସୁମିତ୍ରା ଜେନା, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀବୃନ୍ଦ, ସ୍ୱତନ୍ତ୍ର ପୋଷ୍ୟ ସନ୍ତାନ ଗ୍ରହଣକାରୀ ସଂସ୍ଥାର ପରିଚାଳକ ଓ ସମାଜସେବୀ, ପୋଷ୍ୟ ସନ୍ତାନ ଗ୍ରହଣ କରିଥିବା ଥିବା ଅଭିଭାବକ ଓ ସମ୍ଭାବ୍ୟ ପୋଷ୍ୟ ସନ୍ତାନ ଗ୍ରହଣକାରୀ ଅଭିଭାବକମାନେ ଯୋଗଦେଇଥିଲୋ

 

0
0
0
s2sdefault