ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଗୁଣପୁର କେନ୍ଦ୍ରୀୟ ବିଦ୍ୟାଳୟ ର ଅଷ୍ଟମ ଶ୍ରେଣୀର ଛାତ୍ରୀ ସୁଶ୍ରୀ ସୃତିପ୍ରଜ୍ଞା ଦାଶ ଜାତୀୟ ଜୁନିଅର ସ୍ତରରେ ଆସନ୍ତା ୨୩ ରୁ ୨୫ ତାରିଖରେ ହେବାକୁ ଥିବା ୩୧ତମ ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସ ଉତର ପ୍ରଦେଶର ଆଗ୍ରା କେଭି-୧ ଠାରେ ଯୋଗଦାନ କରିବେ । ବଂଶଧାରା ନଦୀର ଜୈବ ବିଭିଦ୍ଧତା ଉପରେ ଆଧାରିତ “ସୋସିଆଲ ଏଣ୍ଡ କଲଚରଲ ପ୍ରାକଟିସେସ୍ ଫର ଇକୋ ସିଷ୍ଟମ” ନିବନ୍ଧ ଓ ପ୍ରକଳ୍ପ କୋରାପୁଟ କ୍ଲଷ୍ଟର ଓଡ଼ିଶା ରାଜ୍ୟ ତଥା ରିଜିଓନାଲ ସ୍ତରରେ ପ୍ରଥମ ବିବେଚିତ ହୋଇ ଜାତୀୟ ସ୍ତରରେ ପ୍ରଦର୍ଶନ ପାଇଁ ମନୋନିତ ହୋଇଅଛି । ତାଙ୍କ ଏହି ସଫଳତା ପାଇଁ ତାଙ୍କ ପିତା ଶ୍ରୀ ସଞ୍ଜୟ ଦାଶ ଓ ମାତା ତପସ୍ବିନି ପଣ୍ଡା, ତାଙ୍କ ଗାଇଡ ଟିଚର ତଥା ପ୍ରିନ୍ସିପାଲ ସୁସିଳା ସିଂ ଙ୍କୁ ଶ୍ରେୟ ପ୍ରଦାନ କରିଥିବା ବେଳେ ତାଙ୍କ ଦୁଇଭାଇ ଶିବ ପ୍ରତିମ ଓ ଦେବ ପ୍ରତୀମଙ୍କ ସହାୟତା ପାଇଁ ତାଙ୍କୁ କୃତଜ୍ଞତା ଜଣାଇଛନ୍ତି । ଏହି ସଫଳତା ବିଭିନ୍ନ ମହଲରୁ ଶୁଭେଚ୍ଛା ର ସୁଅ ଛୁଟିଛି।









