ହେଡଲାଇନସ୍:

ବଡରମା ବନ ବିଭାଗ ପକ୍ଷରୁ ଗଜସାଥିଙ୍କୁ ନେଇ ପ୍ରଶିକ୍ଷଣ ଶିବିର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜମନକିରା,୨୨/୧୧:(ଲିପନ ନାଏକ ) ଜମନକିରା ବ୍ଲକ ବାମରା ବନଖଣ୍ଡ ବନାଞ୍ଚଳ ଅନ୍ତର୍ଗତ ବଡରମା ରେଞ୍ଜ ସ୍ଥିତ ବଙ୍ଗଳା ଠାରେ ଆଜି ବୁଧବାର ଦିନ ଅଞ୍ଚଳର ୨୫ଟି ବନ ସୁରକ୍ଷା ସମିତିରୁ ମୋଟ ୧୨୫ ଜଣ ଗଜସାଥିଙ୍କୁ ନେଇ ଏକ ଦିନିଆ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ବାମରା ଏସିଏଫ୍ ଆଲୋକ ଷଡ଼ଙ୍ଗୀ ଏଥିରେ ଅଧ୍ୟକ୍ଷତା କରିଥିବା ମୁଖ୍ୟଅତିଥି ଭାବେ ବାମରା ଡିଏଫଓ ସମୀର କୁମାର ସାହୁ ଯୋଗଦେଇ ହାତୀ ମାନଙ୍କ ସୁରକ୍ଷା ଦିଗରେ କଣ କଣ ପଦକ୍ଷେପ ନିଆ ଯାଇ ପାରିବ ସେନେଇ ପ୍ରଶିକ୍ଷଣ ଶିବିରରେ ବିସ୍ତୃତ ଆଲୋଚନା କରିବା ସହ ସଚେତନ କରେଇଥିଲେ। ହାତୀ ମାନଙ୍କ ଗତିବିଧି, ଚାଲିଚଲଣ, ପରିବେଶ, ପରିସ୍ଥିତି, ହାଭ ଭାବ, ହାତୀ ମଣିଷ ଲଢେଇ ଆଦି କାରଣ ଲକ୍ଷଣ ରୁ କିପରି ହାତୀଙ୍କ ଭାଵନା ଜାଣି ହେବ ଏବଂ ସୁରକ୍ଷା ଦିଆଯାଇ ପାରିବ ସେନେଇ ବନ୍ୟପ୍ରାଣୀ ବିଶେଷଜ୍ଞ ଭାବରେ ଆସିଥିବା ଉମାକାନ୍ତ ବିଶ୍ଵାଳ ଏବଂ ସତ୍ୟବ୍ରତ ମିଶ୍ର ପ୍ରଶିକ୍ଷିତ କରେଇବା ସହ ପ୍ରୋଜେକ୍ଟର ମାଧ୍ୟମରେ ବୁଝାଇଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ମା" ସମଲେଶ୍ଵରୀଙ୍କ ଫଟୋ ଚିତ୍ରରେ ଦୀପ ପ୍ରଜ୍ବଳନ କରାଯାଇଥିଲା। ଅନ୍ୟ ମାନଙ୍କ ମଧ୍ୟରେ ଜମନକିରା ରେଞ୍ଜର ଲକ୍ଷ୍ମୀଧର ନାଏକ, ଖଲାସୁଣି ରେଞ୍ଜର ମହେନ୍ଦ୍ର ସାହୁ, ବାମରା ରେଞ୍ଜର ଦୀପକ ମହାନନ୍ଦ ପ୍ରମୁଖ ମଞ୍ଚାସିନ ଥିବା ବେଳେ ବଡରମା ରେଞ୍ଜର ଗିରିଧାରୀ ପ୍ରଧାନ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ। ଶେଷରେ ରେଞ୍ଜର ଶ୍ରୀ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।

0
0
0
s2sdefault