ହେଡଲାଇନସ୍:

ଜାତୀୟ ଶିକ୍ଷାନୀତି ଆଧାରିତ ଆଲୋଚନା ଚକ୍ର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପରିସର ମଧ୍ୟରେ ଜାତୀୟ ଶିକ୍ଷାନୀତି (NEP- 2020)ରେ ପ୍ରସ୍ତାବିତ ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ (FOUNDATIONAL LITERACY AND NUMERACY) ସମ୍ବନ୍ଧୀୟ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥିଭାବେ ଜିଲ୍ଲା ଚିକିତ୍ସାଳୟର ଚକ୍ଷୁ ସହଯୋଗୀ ଶ୍ରୀ ଜନ୍ମେଜୟ ସାହୁ , ସମ୍ମାନିତ ଅତିଥି ରୂପେ ପାରଳାଖେମୁଣ୍ଡି ସଂକୁଳ ପ୍ରମୁଖ ଶ୍ରୀଯୁକ୍ତ ରାଜେନ୍ଦ୍ର ପଢିଆରୀ , ବିଦ୍ୟାଳୟର ପରିଚାଳନା କମିଟିର ସଦସ୍ୟା ଶ୍ରୀମତୀ ସୁଷମା ଦାଶ ପ୍ରମୁଖ ଯୋଗଦେଇଥିଲେ।
ବରିଷ୍ଠ ଶିକ୍ଷକ ପ୍ରଶିକ୍ଷକ ଶ୍ରୀଯୁକ୍ତ ମନୋଜ କୁମାର ପଣ୍ଡା , ଶ୍ରୀ ହରିନାଥ ପାତ୍ର , ଶ୍ରୀଯୁକ୍ତ ରମାକାନ୍ତ ପଟ୍ଟନାୟକ ଓ ଶ୍ରୀଯୁକ୍ତ ଅମୂଲ୍ୟ ପାଣିଗ୍ରାହୀ ପ୍ରମୁଖ ଯୋଗଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଶିଶୁମାନଙ୍କର ମୌଳିକ ସ୍ତରରେ ସାକ୍ଷରତା ଓ ସଂଖ୍ୟା ଜ୍ଞାନ କିପରି ବିକଶିତ ହୋଇପାରିବ ସେ ସମ୍ବନ୍ଧରେ ପ୍ରଶିକ୍ଷକମାନେ ବିସ୍ତୃତ ଭାବରେ ଆଲୋକପାତ କରିଥିଲେ।
ଜିଲ୍ଲାର ବିଭିନ୍ନ ଶିଶୁ ମନ୍ଦିରର ଯଥା :- ନାରାୟଣପୁର , ରାମଗିରି , ରାୟଗଡ଼ର ଆଚାର୍ଯ୍ୟ ଆଚାର୍ଯ୍ୟା , ପାରଳାଖେମୁଣ୍ଡିର ବିଭିନ୍ନ ଶିକ୍ଷାନୁଷ୍ଠାନର ପ୍ରଧାନ ଶିକ୍ଷକ ଓ ସହ- ଶିକ୍ଷକ/ଶିକ୍ଷୟତ୍ରୀ , ବରିଷ୍ଠ ନାଗରିକ , ବୁଦ୍ଧିଜୀବୀ ଗଣ ଓ ବିଦ୍ୟାଳୟର ମାତୃଭାରତୀ , ଅଭିଭାବକ / ଅଭିଭାବିକା ପ୍ରଭୃତି ଯୋଗଦାନ କରି ନିଜର ସୁଚିନ୍ତିତ ମତାମତ ଉପସ୍ଥାପନ କରିଥିଲେ। ବିଦ୍ୟାଳୟର ଶିଶୁ ବାଟିକା ପ୍ରମୁଖ ଶ୍ରୀମତୀ ମମତା ମହାପାତ୍ରଙ୍କ ସଂଯୋଜନାରେ ତଥା ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ସରୋଜ କୁମାର ପଣ୍ଡାଙ୍କ ନେତୃତ୍ୱରେ ଓ ସମସ୍ତ ଆଚାର୍ଯ୍ୟ ଆଚାର୍ଯ୍ୟା ମାନଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳ ହୋଇଥିଲା। କାର୍ଯ୍ୟକ୍ରମର
ପରିଶେଷରେ ଶ୍ରୀମତୀ ସୁଷମା ଦାସ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

0
0
0
s2sdefault