ହେଡଲାଇନସ୍:

ବେଲଗୁଣ୍ଠା ବିଜେପି ପକ୍ଷରୁ ବିଡ଼ିଓଙ୍କ ଜରିଆରେ ଜିଲ୍ଳାପାଳଙ୍କୁ ଦାବିପତ୍ର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ଆଜି ବେଲଗୁଣ୍ଠା ବିଜେପି ପକ୍ଷରୁ ବିଭିନ୍ନ ଦାବି ନେଇ ବେଲଗୁଣ୍ଠା ବିଡିଓଙ୍କ ଜରିଆରେ ଗଞ୍ଜାମ ଜିଲ୍ଳାପାଳଙ୍କୁ ଦାବୀପତ୍ର ପ୍ରଦାନ କରାଯାଇଛି I ଆଜି ସକାଳ ଦଶ ଘଣ୍ଟା ସମୟରେ ସୋରଡା ନିର୍ବାଚନମଣ୍ଡଳୀ ବିଜେପି ବିଧାୟକ ପ୍ରାର୍ଥୀ ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ନୀଳମଣି ବିଷୋୟୀଙ୍କ ନେତୃତ୍ୱରେ ପ୍ରାୟ ଦୁଇ ହଜାରରୁ ଉର୍ଦ୍ଧ୍ୱ ବିଜେପି କର୍ମୀ ଏକତ୍ରିତ ହୋଇ ବେଲଗୁଣ୍ଠା ନିକଟସ୍ଥ ନାୟକପଡା ଶିବ ମନ୍ଦିର ଠାରୁ ଏକ ମୋଟରସାଇକେଲ୍ ଶୋଭାଯାତ୍ରାରେ ଆସି ବ୍ଳକ୍ ପଡ଼ିଆରେ ପହଞ୍ଚିଥିଲେ I ସେଠାରେ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ବିଭିନ୍ନ ନାରାବାଜି କରିବା ସହିତ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ବିଡ଼ିଓ ଭାରତୀ ଦେବୀଙ୍କୁ ଏଗାର ଦଫା ଦାବୀ ସମ୍ବଳିତ ଦାବିପତ୍ର ପ୍ରଦାନ କରିଥିଲେ I ବିଶେଷ କରି ବେଲଗୁଣ୍ଠା ବ୍ଳକ୍ କୁ ମରୁଡ଼ି ପ୍ରପୀଡିତ ଘୋଷଣା କରିବା ସହିତ ଚାଷୀଙ୍କୁ କ୍ଷତିପୂରଣ ପ୍ରଦାନ, ଚାଷ ଜମିକୁ ଜଳ ଯୋଗାଣ ବ୍ୟବସ୍ଥା, ଯୋଗ୍ୟ ହିତାଧିକାରୀଙ୍କୁ ରାସନ୍ କାର୍ଡ୍, ପ୍ରଧାନ ମନ୍ତ୍ରୀ ଆବାସ ଏବଂ ବାର୍ଦ୍ଧକ୍ୟ ଭତ୍ତା ପ୍ରଦାନ, ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାରେ ବଣ୍ଟା ଯାଉଥିବା ଅର୍ଥକୁ ପଲ୍ଲୀସଭା ଏବଂ ଗ୍ରାମସଭା ଜରିଆରେ ବଣ୍ଟନ, ବ୍ଳକ୍ ର ସମସ୍ତ ମେଡିକାଲ୍ ରେ ଚବିଶି ଘଣ୍ଟିଆ ଡ଼ାକ୍ତରୀ ସେବା ପ୍ରଦାନ,ହର୍ ଘର୍ ଜଲ୍ ଯୋଜନାରେ ପ୍ରତ୍ୟେକ ଘରକୁ ପାନୀୟ ଜଳ ଯୋଗାଣ, ଭୂମିହୀନ ପରିବାରକୁ ଘରବାରି ପଟ୍ଟା ପ୍ରଦାନ, ମନରେଗା ଦୁର୍ନିତୀ ଏବଂ ଜବ୍ କାର୍ଡ୍ ଦୁର୍ନିତୀ ବନ୍ଦ ସହିତ ବେଲଗୁଣ୍ଠା ବ୍ଳକ୍ ର ସମସ୍ତ ବିଦ୍ୟାଳୟରେ ଉପଯୁକ୍ତ ଶିକ୍ଷକ ଯୋଗାଇଦେବା ସମ୍ପର୍କରେ ଦାବିପତ୍ରରେ ଉଲ୍ଲେଖ ରହିଥିଲା I ଆଜିର କାର୍ଯ୍ୟକ୍ରମରେ ରାଜ୍ୟ ବିଜେପି ଉପସଭାନେତ୍ରୀ ଅନୀତା ପ୍ରିୟ ଦର୍ଶୀନୀ ଓ ଜୟନ୍ତୀ ପଢିହାରି, ଘୁମୁସର ଜିଲ୍ଲା ସଭାପତି ଗୋକୁଳାନନ୍ଦ ମଳିକ, ଘୁମୁସରଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି କେ ରବୀନ୍ଦ୍ର କୁମାର ପାତ୍ର, ଜିଲ୍ଲା ପରିଷଦ ସଭ୍ୟ ସୁଧୀର କୁମାର ଜେନା, ମଣ୍ଡଳ ସଭାପତି ପ୍ରହଲାଦ ଲେଙ୍କା ଓ ସୁରେନ୍ଦ୍ର ଡାକୁଆ , ଖଇରପୁଟି ସରପଞ୍ଚ ସତ୍ୟବାନ ସ୍ଵାଇଁ, ବଙ୍କା ସରପଞ୍ଚ ପ୍ରତିନିଧି ଲଖଣ ପରିଡାଙ୍କ ସମେତ ବହୁ ନେତା ଓ କର୍ମୀ ଯୋଗଦେଇଥିଲେ ।

0
0
0
s2sdefault