ହେଡଲାଇନସ୍:

ଯୁବକଙ୍କୁ ଛୁରୀରେ ଆକ୍ରମଣ ; ଅଭିଯୁକ୍ତ କୋର୍ଟଚାଲାଣ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ଏକ ଆକ୍ରମଣ ଘଟଣାରେ ଆଜି ଗାଙ୍ଗପୁର ପୋଲିସ୍ ଜଣେ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରିଥିବା ଗାଙ୍ଗପୁର ଭାରପ୍ରାପ୍ତ ଥାନା ଅଧିକାରୀ ଶୁଭ୍ରଜିତ ସାମନ୍ତରାୟ ସୂଚନା ଦେଇଛନ୍ତି I ସୂଚନା ପ୍ରକାରେ ଗାଙ୍ଗପୁର ଥାନା ଅନ୍ତର୍ଗତ ଝରପାରି ଗ୍ରାମର ତୋଫାନ ଗୌଡ଼ ନାମକ ଜଣେ ଯୁବକ ଏହି ଥାନା ଅନ୍ତର୍ଗତ କେଶପୁର ଶାସନ ଗ୍ରାମକୁ ବାରମ୍ବାର ଯିବା ଆସିବା କରୁଥିଲା I ତୋଫାନର ଏହିଭଳି ବାରମ୍ବାର ଯିବା ଆସିବାକୁ କେଶପୁର ଗ୍ରାମର ପ୍ରଦୀପ ସ୍ୱାଇଁ ପସନ୍ଦ ନକରିବା ସହ ସନ୍ଦେହ ଚକ୍ଷୁରେ ଦେଖୁଥିଲା I ଗତକାଲି ସନ୍ଧ୍ୟାରେ ପ୍ରଦୀପ ସ୍ୱାଇଁ ତୋଫାନର ପେଟକୁ ଏକ ଛୁରୀରେ ଭୁସି ଦେବା ଦ୍ୱାରା ତୋଫାନର ପେଟରେ ଗଭୀର ଆଘାତ ସୃଷ୍ଟି ହୋଇଥିଲା I ଏନେଇ ଗାଙ୍ଗପୁର ଥାନାରେ ଅଭିଯୋଗ ହେବାପରେ ଗାଙ୍ଗପୁର ପୋଲିସ୍ କେଶ୍ ନମ୍ବର୍ 862/23 ରେ ଏକ ମାମଲା ରୁଜୁ କରିବା ସହ ଅଭିଯୁକ୍ତ ପ୍ରଦୀପକୁ ଗିରଫ କରି କୋର୍ଟଚାଲାଣ କରିଛି I

0
0
0
s2sdefault