ରାୟଗଡା ରୁ ବୈକୁଣ୍ଠ ଦୁରିଆ : ରାୟଗଡ ତା ୦୭/୧୧ ରାୟଗଡ଼ା ଜିଲ୍ଲାରେ ବହୁ ପ୍ରତୀକ୍ଷିତ କଂସାରିଗୁଡ଼ା ଠାରେ ହେବାକୁ ଯାଉଥିବା ଆଦିତ୍ୟ ବିର୍ଲା ରିଫାଈନାରି ଶିଳ୍ପାନୁଷ୍ଠାନ କୁ ନେଇ ଆଜି ଏହି ଅଞ୍ଚଳର ପ୍ରାୟ ୧୦ ଟି ଗ୍ରାମ ତଥା କଂସାରିଗୁଡ଼ା, ଫୁଲଜବା, କାଡ଼ାପଦର, ପୁହୁଣ୍ଡି, ପୋଡ଼ାପାଡ଼ି, କାଣ୍ଡଶିଲ, ସୁକୁରୁ ପୁଟ ,ମୁଣ୍ଡଗାଁ ଇତ୍ୟାଦି ଗ୍ରାମକୁ ନେଇ ହୋଇଥିବା ଆର୍ ଡି ପି ଏସ କମିଟିର ପ୍ରାୟ ୫୦ଜଣ ସଦସ୍ୟ ରାୟଗଡ଼ା ଜିଲ୍ଲାପାଳଙ୍କ ନିକଟକୁ ଆସି ସାକ୍ଷାତକରି ବିଭିନ୍ନ ଦାବି ଗୁଡ଼ିକ ଉପସ୍ଥାପନ କରିଥିଲେ , ସେଥିମଧ୍ୟରୁ ଜମିହରା ଓ ବିସ୍ଥାପିତ ପରିବାର ବର୍ଗଙ୍କ ୧୮ ବର୍ଷରୁ ଉର୍ଦ୍ଧ୍ବ ଚିହ୍ନଟ କରି ସମସ୍ତଙ୍କୁ ବିସ୍ଥାପିତ ମାନ୍ୟତା ପ୍ରଦାନ, ଓ କଂସାରିଗୁଡ଼ା ଗ୍ରାମର ୯ଜଣ ବ୍ୟକ୍ତିଙ୍କୁ ଡିପି ମାନ୍ୟତା ବଞ୍ଚିତ ହୋଇଥିବା ବେଳେ ସେମାନଙ୍କୁ ଡ଼ିପି ମାନ୍ୟତା ଦିଆଯାଉ ବୋଲି ଦାବି କରିଛନ୍ତି । ଏହି ପରିପ୍ରେକ୍ଷୀରେ ଏହି ଶିଳ୍ପାଞ୍ଚଳରେ ଆଗମୀ ଦିନରେ ହେବାକୁ ଥିବା ରାସ୍ତା ଘାଟ କାର୍ଯ୍ୟ ସରକାରଂକ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ନଦେଇ କମ୍ପାନୀ ପକ୍ଷରୁ କରାଗଲେ ଉକ୍ତ କମ୍ପାନୀ ପ୍ରଭାବିତ ଅଞ୍ଚଳ ବାସୀ ଉପକୃତ ହୋଇ ପାରିଥାନ୍ତେ ବୋଲି କମିଟିର ସଭାପତି ଡଉଲ ରତ୍ନ ଚୌଧୁରୀ କହିଛନ୍ତି ।
ଏ ନେଇ କମିଟିର ସଦସ୍ୟ ରାଜେନ୍ଦ୍ର ଦୂରିଆ କହିଛନ୍ତି ଯେ ଯଥା ଶୀଘ୍ର ଆଦିତ୍ୟ ଆଲୁମିନା ପ୍ରକଳ୍ପ କାର୍ଯ୍ୟକୁ ତ୍ୱରାନ୍ୱିତ କଲେ ଅଞ୍ଚଳ ବାସୀଙ୍କ ଅର୍ଥନୈତିକ ଓ ସାମାଜିକ ସ୍ଥିତି ସୁଦୃଢ ହୋଇ ପାରିଥାନ୍ତା । ଏ ନେଇ ଶ୍ରୀ ଚୌଧୁରୀ ଓଡିଶାର ମୁଖ୍ୟମନ୍ତ୍ରୀ ଏହି ପ୍ରକଳ୍ପ ଘୋଷଣା କରିଥିବାରୁ କଂସାରିଗୁଡା ଅଞ୍ଚଳ ବାସୀଙ୍କ ତରଫରୁ ଧନ୍ୟବାଦ ଜଣାଇଥିଲେ । ଏହି ଦାବୀ ପତ୍ର ପ୍ରଦାନ ବେଳେ ପୂର୍ବତନ ଜିଲ୍ଲା ପରିଷଦ ନୀଳକଣ୍ଟ ଝୋଡ଼ିଆ,ଉମା ତୁରୁକ୍, ପୁର୍ବତନ ସରପଞ୍ଚ ଅର୍ଜି ମାଝୀ, ବିଜୟ ମହାନ୍ତି,ବିପିନ ପାଳ, ଲଷ୍ମୀଧର ବାଘ, ସୁରେନ୍ଦ୍ର ବାଘ, ବିଦ୍ୟାଧର ଚୌଧୁରୀ ପାଇକୁ ଝୋଡ଼ିଆ, ପୁରୁଷ୍ଟମ ଝୋଡ଼ିଆ, କଂସାରୀ ଜାନି, ରମେଶ ଝୋଡ଼ିଆ ସଦା ଝୋଡ଼ିଆ ପ୍ରମୁଖ ଉପସ୍ଥିତ ଥିଲେ ।









